www.samajalive.in
Friday, December 12, 2025
14.1 C
Bhubaneswar

ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ନିରନ୍ତର ବୃତ୍ତିଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

କଟକ: କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଉତ୍କର୍ଷ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଦୁଇ ଦିନିଆ ନିରନ୍ତର ବୃତ୍ତିଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଟେଲିମାନସର ପରାମର୍ଶଦାତାମାନଙ୍କୁ ଦକ୍ଷତା ଭିତ୍ତିକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଉତ୍କର୍ଷ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ମୁଖ୍ୟ ତଥା ନିର୍ଦେଶକ ପ୍ରଫେସର ଡ଼ା. ଶାରଦା ପ୍ରସନ୍ନ ସ୍ୱାଇଁ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମର ପ୍ରଥମ ଦିବସରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦେଶକ (ମାନସିକ ସ୍ୱାସ୍ଥ୍ୟ ) ଡ଼ା.ପ୍ରମିଳା ବରାଳ ଯୋଗ ଦେଇଥିଲେ।

ଏହି ଅବସରରେ ପ୍ରଫେସର ଡ଼ା. ସ୍ୱାଇଁ ମାନସିକ ସ୍ୱାସ୍ଥ୍ୟ ସେବାର ପରିସର ତଥା ବୃତ୍ତିଗତ ଦକ୍ଷତା ବୃଦ୍ଧି ଏବଂ ସେବା ସମ୍ପର୍କିତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଡ଼ା. ବରାଳ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଟେଲି ମାନସର ଅଭୁତପୂର୍ବ ଅଗ୍ରଗତି ତଥା ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ପ୍ରମୁଖ ସହକାରୀ ପ୍ରାଧ୍ୟାପିକା ଡ଼ା. ପଲ୍ଲବୀ ସାହୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପରାମର୍ଶଦାତାମାନେ ସେମାନଙ୍କର ବ୍ୟାବହାରିକ ଅଭିଜ୍ଞତା ବିଷୟରେ ମତ ବିନିମୟ କରିଥିଲେ।

- Advertisement -

ପରିଶେଷରେ ପ୍ରଶିକ୍ଷଣପ୍ରାପ୍ତ ପରାମର୍ଶଦାତାମାନଙ୍କୁ ପ୍ରତିଷ୍ଠାନର ମୁଖ୍ୟ ପ୍ରଫେସର ଡ଼ା. ସ୍ୱାଇଁ ପ୍ରମାଣପତ୍ର ସହ ସମ୍ମାନିତ କରିଥିଲେ। ସୂଚନାଯୋଗ୍ୟ ସମ୍ପ୍ରତି ରାଜ୍ୟରେ ମାନସିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଟେଲି ମାନସ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି। ଏହି ସେବା ନିଃଶୁଳ୍କ ନମ୍ବର ୧୪୪୧୬ ସହ ସବୁ ସମୟରେ ( ୨୪ ଘଣ୍ଟା ) ଉପଲବ୍ଧ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories