www.samajalive.in
Friday, December 12, 2025
14.1 C
Bhubaneswar

‘ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନ ଜୀବନ ରକ୍ଷା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ଉଚିତ୍’

ଫୁଲବାଣୀ : କନ୍ଧମାଳ ଜିଲାର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆଜି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାର ମୁକାବିଲା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ କନ୍ଧମାଳ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇ କହିଲେ କି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜୀବନ ହାନି କିଭଳି ରୋକାଯାଇପାରିବ ସେଥିପାଇଁ ଦୃଷ୍ଟି ଦେବା ଦରକାର । ଏହି ସମୟରେ ତ୍ବରିତ ଉଦ୍ଧାର କାର୍ଯ୍ୟଓ ସହାୟତା ଯୋଗାଇ ଦିଆଗଲେ ଅନେକ ଧନ ଜୀବନ ରକ୍ଷା କରାଯାଇପାରିବ । ପ୍ରତିଟି ଜୀବନ ମୂଲ୍ୟବାନ ହୋଇଥିବାରୁ କେହି ଯେଭଳି ମୃତାହତ ହେବେନି ସେହି ଦିଗ ପ୍ରତି ନଜର ଦେବା ଆବଶ୍ୟକ । ଅନୁସନ୍ଧାନ ଉଦ୍ଧାର କାର୍ଯ୍ୟ କିପରି କରାଯିବ ସମସ୍ତେ ଜାଣିବା ଆବଶ୍ୟକ ବୋଲି ସେ କହିଥିଲେ ।

ସେହିଭଳି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ  କହିଥିଲେ କି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାବାସୀ ପୂର୍ବରୁ ପ୍ରସ୍ତୁତ ରହିବା ନିହାତି ଜରୁରୀ ବିଭାଗୀୟ ଅଧିକାରୀମାନଙ୍କ ସହିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନାଗରିକ ସମାଜ, ଏପରିକି ଛାତ୍ରଛାତ୍ରୀ ସମସ୍ତଙ୍କର ଏଥିରେ ଦାୟିତ୍ୱ ରହିଛି ଉକ୍ତ ବୈଠକରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ସରକାରୀ ପଦାଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟମାନେ ଉପସ୍ଥିତ ଥିଲେ

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories