www.samajalive.in
Saturday, December 13, 2025
26.1 C
Bhubaneswar

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ, ଦୁଇ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଗଞ୍ଜେଇ କଟା ଅଭିଯାନ ଚାଲିଛି । ତେବେ ଫିରିଙ୍ଗିଆ ଥାନା ପକ୍ଷରୁ ମଧ୍ୟ ଏହି ଅଭିଯାନ ଜାରି ରହିଛି । ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ନୂଆପାଦ ପଞ୍ଚାୟତର କୁଟିଗୁଡା ,ରବିଙ୍ଗିଆ, ମାଦାପଦର, ଡମପଡା ଓ କାମ୍ବାପଡା ଗାଁ ନିକଟରେ ଥିବା ପ୍ରାୟ ୨୨ ଏକର ଜଙ୍ଗଲ ଜମି ମାନଙ୍କରେ ବେଆଇନ ଭାବରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଦିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅତିରିକ୍ତ ତହସିଲଦାର ଅବିନାଶ ମିଶ୍ରଙ୍କ ଉପସ୍ଥିତିରେ ହୋଇଥିଵା ଏହି ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଥାନା ଅଧିକାରୀ ଅଜୟ କୁମାର ସାହୁ, ଅବକାରୀ ବିଭାଗ ଅଧିକାରୀ, କର୍ମଚାରୀ, ଥାନାରେ  ଏଏସଆଇ ଶ୍ରୀକାନ୍ତ ପାତ୍ର, ପ୍ରମୋଦ କୁମାର ପ୍ରଧାନ, ପ୍ରିୟରଞ୍ଜନ ନାଏକ ଓ ଥାନାରେ କାର୍ଯ୍ୟରତ କିଛି ହୋମଗାର୍ଡ ଉପସ୍ଥିତ ଥିବାବେଳେ ପ୍ରାୟ ୩୦ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ । ଅନ୍ୟପଟେ ଏହି ଗଞ୍ଜେଇକଟାକୁ ନେଇ ଥାନାରେ ୩୬/୨୪ରେ ଏକ ମାମଲା ରୁଜୁ ହୋଇଥିବାବେଳେ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories