www.samajalive.in
Tuesday, December 9, 2025
23.1 C
Bhubaneswar

ଓଟିଏମ୍‌ ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା ନେଇ ଭିତ୍ତିଭୂମି ଅନୁଧ୍ୟାନ

ଚୌଦ୍ୱାର : ଚୌଦ୍ୱାରସ୍ଥିତ ବନ୍ଦ ଓଟିଏମ୍‌ କାରଖାନା ଭିତ୍ତିଭୂମି ଉପରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହେବା ପରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ଥାନ ନିରୂପଣ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ବୁଧବାର ଦିନ ଚୌଦ୍ୱାର ଆସି ଭିତ୍ତିଭୂମି ଅନୁଧ୍ୟାନ କରି ଯାଇଛନ୍ତି  । ସରକାର ଓଟିଏମର ୫୨୨ଏକର ଜମିକୁ ଇଡ଼କୋ ଜରିଆରେ ନିଜ  ଅଧିନକୁ ନେବା ପରେ ପ୍ରଥମ ପର୍ଯ୍ୟାୟରେ ୪୭୮ ଏକର ଜମିକୁ ସୁପ୍ରତିଷ୍ଠିତ ଶିଳ୍ପସଂସ୍ଥା ୱେଲ ସ୍ପୁନ କମ୍ପାନୀ ଓ ଅନ୍ୟ କିଛି କମ୍ପାନୀକୁ ପ୍ରଦାନ କରିଛନ୍ତି  । ଏହି ପରିପ୍ରେକ୍ଷୀରେ ଚଳିତ ମାସ ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ  ୱେଲ ସ୍ପୁନ୍‌ କାମ୍ପାନୀର ନୂତନ ଶିଳ୍ପ ପ୍ରତିଷ୍ଠାର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ଜଣାପଡ଼ିଛି  ।

ଏହି ପରିପ୍ରେକ୍ଷୀରେ ଇଡ଼କୋ ସିଜିଏମ୍‌ , ଇଫକୋ ସିଜିଏମ୍‌, କଟକ ସବ୍‌ କଲେକ୍ଟର, ସ୍ଥାନୀୟ ତହସିଲଦାର, ଆର ଆଣ୍ଡ ବି ଓ ବିଦ୍ୟୁତ୍‌ ବିଭାଗ ଅଧିକାରୀବୃନ୍ଦଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ବୁଧବାର ଚୌଦ୍ୱାର ଆସି  ବଧୀ ପଡ଼ିଆ ନିକଟରେ ଓଟିଏମ୍‌ ଜମିରେ ଶିଳାନ୍ୟାସ ପାଇଁ ସ୍ଥାନ ନିରୂପଣ କରିଯାଇଛନ୍ତି  । ଚୌଦ୍ୱାର କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ,ସମସ୍ତ କାଉନସିଲର, ସାଂସଦ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ବିଧାୟକ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ାଙ୍କ ସମେତ ବହୁ  ସାଧାରଣ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଧିକାରୀମାନଙ୍କୁ ସ୍ଥାନ ଦେଖଇବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ  ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories