www.samajalive.in
Saturday, December 13, 2025
26.1 C
Bhubaneswar

ଫେବୃଆରୀରେ ଅସହ୍ୟ ତାତି: ୩୩ ଡିଗ୍ରୀ ଛୁଇଁଲା ୧୩ ସହର, ୧୦ରୁ ବର୍ଷା

ଭୁବନେଶ୍ବର: ମାଘ ମାସରେ ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି। ଦିନ ସହିତ ରାତିର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି। ଏପରିକି ଦିନରେ  ବୈଶାଖ ମାସର ଖରାର ଅନୁଭୂତି ହେଉଛି। ମଙ୍ଗଳବାର ରାତିରେ  ୧୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ଉପରେ ରହିଥିଲା। ମଙ୍ଗଳବାର ୧୩ ସହରର ତାପମାତ୍ରା ୩୩ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଥିଲା।  ପାରଳାଖେମୁଣ୍ଡି ଏବଂ ଭବାନୀପାଟଣାରେ ସର୍ବାଧିକ ୩୫ ଡିଗ୍ରୀ ଲେଖାଏଁ , ଟିଟଲାଗଡ ଓ ମାଲକାନଗିରିରେ  ୩୪.୫ ଡିଗ୍ରୀ , ଭୁବନେଶ୍ବରରେ ୩୪.୪ ଓ କଟକରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟପକ୍ଷରେ ୧୫ଟି ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀ ଉପରେ ରହିଛି। ଆଗାମୀ ୩ ଦିନ ଯାଏ ରାତି ତାପାମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।  ଦୁଇ ଦିନ ମଧ୍ୟରେ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ ୧୦ ତାରିଖରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories