www.samajalive.in
Wednesday, December 10, 2025
14.1 C
Bhubaneswar

୨୯ ଟଙ୍କାରେ ମିଳିବ ଚାଉଳ, ଆରମ୍ଭ ହେଲା ଭାରତ ରାଇସ୍ ବ୍ରାଣ୍ଡ

ଡେସ୍କ: କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଭାରତ ରାଇସ୍ ବ୍ରାଣ୍ଡର ଶୁଭାରମ୍ଭ କରିଛନ୍ତି। ଲୋକଙ୍କୁ ରିହାତି ଦରରେ ଚାଉଳ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

୫ ଓ ୧୦ କିଲୋଗ୍ରାମ ପ୍ୟାକରେ କିଲୋ ପିଛା ୨୯ ଟଙ୍କାରେ ଚାଉଳ ମିଳିବ। ସୁଲଭ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ଗୋୟଲ କହିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୮୧ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଦିଆଯାଉଛି। ସରକାର ଏହି ଯୋଜନାକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ଏହି ଯୋଜନା ଜରିଆରେ ଗରିବ ପରିବାର ମାସକୁ ୧୫୦୦ରୁ ୨୦୦୦ ଟଙ୍କା ସଞ୍ଚୟ କରୁଛନ୍ତି ବୋଲି ଶ୍ରୀ ଗୋୟଲ କହିଛନ୍ତି। ଏହି ପ୍ରୟାସ କେବଳ କୃଷକଙ୍କ ଜୀବନରେ ପରିବର୍ତ୍ତନ ଆଣିବ ନାହିଁ ବରଂ ସେମାନଙ୍କୁ ସୁରକ୍ଷା ମଧ୍ୟ ପ୍ରଦାନ କରିବ ବୋଲି ସେ କହିଛନ୍ତି।

‘ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’ରେ ସାମିଲ ହେବେ ଆଉ ତିରିଶ ହଜାର କଳାକାର, ହିତାଧିକାରୀଙ୍କ ସଂଖ୍ୟା ୫୦ ହଜାରରୁ ବଢ଼ି ୮୦ ହଜାରକୁ ବୃଦ୍ଧି

- Advertisement -

ଶ୍ରୀ ଗୋୟଲ କହିଛନ୍ତି, କୃଷକ ଓ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ମୂଲ୍ୟ ସବସିଡି ପାଣ୍ଠି ଅଧୀନରେ ୨୭ ହଜାର କୋଟି ଟଙ୍କା ବ୍ୟବହୃତ ହୋଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ଗୋୟଲ ଚାଉଳ ଯାନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଭାରତୀୟ ଖାଦ୍ୟ ନିଗମ – ଏଫସିଆଇ ପ୍ରଥମ ପର୍ଯ୍ୟାୟରେ ଜାତୀୟ କୃଷି ସମବାୟ ବିପଣନ ମହାସଂଘ, ନାଫେଡ୍ ଏବଂ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ତଥା କେନ୍ଦ୍ରୀୟ ଭଣ୍ଡାରକୁ ୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଯୋଗାଇବ। ଏହି ଏଜେନ୍ସିଗୁଡିକ ଚାଉଳର ୫ କେଜି ଓ ୧୦ କେଜି ପ୍ୟାକେଟ ତିଆରି କରି ଭାରତ ରାଇସ୍ ବ୍ରାଣ୍ଡ ନାମରେ ନିଜ ଦୋକାନରୁ ବିକ୍ରି କରିବେ। ଏହି ଚାଉଳକୁ ଇ-କମର୍ସ ପ୍ଲାଟଫର୍ମରେ ମଧ୍ୟ ବିକ୍ରି କରାଯିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories