www.samajalive.in
Saturday, December 13, 2025
26.1 C
Bhubaneswar

ରିଲ୍ସ କରିବା ବେଳେ ଜଳ ପ୍ରପାତରେ ବୁଡିଗଲେ ଦୁଇ ଯୁବତୀ

ମାଲକାନଗିରି: ରିଲ୍ସ ତିଆରି କରିବା ସମୟରେ ଜଳ ପ୍ରପାତରେ ବୁଡି ଯାଇଥିଲେ ଦୁଇ ଯୁବତୀ। ହେଲେ ଡ୍ରାଇଭର୍ ଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ଅଳ୍ପକେ ଜୀବନ ବଂଚିଯାଇଛି। ମାଲକାନଗିରି ଜିଲ୍ଲା ଗୁମାଝରଣ ଜଳ ପ୍ରପାତରେ ଏମିତି ଏକ ଅଘଟଣ ଦେଖିବାକୁ ମିଳିଛି। ରିଲ୍ସ କରୁ କରୁ ଅସାବଧାନତା ଯୋଗୁଁ ପାଣି ଭିତରକୁ ଖସି ପଡିଥିଲେ ଦୁଇ ଯୁବତୀ। ପାଣିର ପ୍ରଖର ସୁଅ ସେମାନଙ୍କୁ ଭସାଇ ନେଇଥିଲା। ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ। ପାଖରେ ପରିବାର ଲୋକ ଥିଲେ ବି କେହି କିଛି କରି ପାରୁନଥିଲେ । ତେବେ ଏମାନଙ୍କ ଚିତ୍କାର ଶୁଣି ଶେଷରେ ନିଜ ଜୀବନକୁ ବାଜି ଲଗାଇ ପାଣି ଭିତରକୁ ଡେଇଁ ପଡିଥିଲେ ୨ ଜଣ ଡ୍ରାଇଭର। ଆଉ ମରଣ ମୁହଁରୁ ଦୁଇ ଯୁବତୀଙ୍କୁ ଟାଣି ଆଣିଥିଲେ।

ଗୋବିନ୍ଦପାଲ୍ଲି ନିଟକରେ ଥିବା ଗୁମାଝରଣ ଜଳ ପ୍ରପାତ ବୁଲିବା ଲାଗି ସୋମବାର କୁଡୁମୁଲୁଗୁମ୍ମାର ଏହି ୨ ଯୁବତୀ ନିଜ ପରିବାର ସହ ଯାଇଥିଲେ । ସେଠାରେ ବୁଲାବୁଲି କରିବା ସହ ଖୁସିର ମୁହୁର୍ତ୍ତ କୁ ସାଇତି ରଖିବା ପାଇଁ ରିଲ୍ସ କରୁଥିଲେ । ହେଲେ ଜଳପ୍ରପାତରେ ଅସାବଧାନତା ଯୋଗୁଁ ଗୋଡ ଖସି ପାଣି ଭିତରେ ପଡିଥିଲେ । ଗୁମାଝରଣ ଜଳ ପ୍ରପାତର ସୌନ୍ଦର୍ୟ୍ୟ ଦେଖିବା ଲାଗି ପ୍ରତିଦିନ ଅନେକ ପର୍ୟ୍ୟଟକ ଆସୁଛନ୍ତି ହେଲେ ଏଠାରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏମିତି ଅନେକ ଅଘଟଣ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories