www.samajalive.in
Sunday, December 7, 2025
26.1 C
Bhubaneswar

ପୂର୍ବରୁ ବ୍ୟବହୃତ ହେଉଥିବା ଔଷଧର ଚାଲିଛି ଯାଞ୍ଚ, ୩୦ବର୍ଷ ହେଲାଣି ଥଣ୍ଡା, କାଶ ଯନ୍ତ୍ରଣାରୁ ମୁକ୍ତି ପାଇଁ ଲୋକେ ଖାଉଛନ୍ତି

ନୂଆଦିଲ୍ଲୀ: ସାଧାରଣରେ ଥଣ୍ଡା, କାଶ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବ୍ୟବହାର ହେଉଥିବା ୩ଟି ଔଷଧର ସୁରକ୍ଷା ଓ କାର୍ଯ୍ୟକାରିତା ନେଇ ପରୀକ୍ଷା କରିବାକୁ କୁହାଯାଇଛି। ୩୦ ବର୍ଷରୁ ଅଧିକ ସମୟ ଧରି ଏହି ଔଷଧ ବଜାରରେ ଉପଲବ୍ଧ ହେଉଥିବା ବେଳେ ଲୋକଙ୍କୁ ବ୍ୟବହାର କରିବାକୁ ଯୋଗାଇ ଦିଆଯାଉଛି। ଏହି ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀ ଗୁଡିକୁ ଔଷଧର ସୁରକ୍ଷା ଏବଂ କାର୍ଯ୍ୟକାରିତାର ନେଇ ପରୀକ୍ଷା କରିବାକୁ କେନ୍ଦ୍ରୀୟ ଔଷଧ ନିୟାମକ ପକ୍ଷରୁ କୁହାଯାଇଛି। ସାଧାରଣ ଥଣ୍ଡା, କାଶ ହେଲେ ଏହି ଔଷଧ ଦିଆଯାଇଥାଏ।

ଏକ ରିପୋର୍ଟ ମୁତାବକ ଥଣ୍ଡା, କାଶ ସମୟରେ ରୋଗୀଙ୍କୁ ଯେଉଁ ଔଷଧ ଦିଆଯାଉଛି ତାହାର ନିରାପତ୍ତାକୁ ଆକଳନ କରିବାକୁ ପରାମର୍ଶ ଦିଆଯାଇଛି । ସେଥିମଧ୍ୟରେ ରହିଛି ପାରାସିଟାମଲ୍‍ (ଆଣ୍ଟିପାଇରେଟିକ୍‍), ଫେନିଲେଫ୍ରାଇନ୍‍ ହାଇଡ୍ରୋକ୍ଲୋରିଡ୍‍ ଏବଂ କ୍ୟାଫେନ୍‍ ଆନ୍‍ହାଇଡ୍ରସ୍‍। ଅନ୍ୟଟିରେ କ୍ୟାଫେନ୍‍ ଆନ୍‍ହାଇଡ୍ରସ୍‍, ପାରାସିଟାମଲ୍‍, ହାଇଡ୍ରୋକ୍ଲୋରାଇଡ (ସଲ୍ଟ) ଏବଂ କ୍ଲୋରଫେନିରାମାଇନ୍‍ (ଆଣ୍ଟି-ଆଲର୍ଜି ଔଷଧ) ରହିଥାଏ।

- Advertisement -

କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ଔଷଧର ନିରାପତ୍ତା ଏବଂ କାର୍ଯ୍ୟକାରିତା ତଥ୍ୟ ସ୍ପଷ୍ଟ କରିବା ପାଇଁ ପୋଷ୍ଟ-ମାର୍କେଟିଂ କରିବାକୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ତାହାର ସୁରକ୍ଷା ଓ କାର୍ଯ୍ୟକାରିତାକୁ ନେଇ ଏକ ଡାଟା ପ୍ରସ୍ତୁତ କରାଯିବ। ସାମାନ୍ୟରୁ ମଧ୍ୟମ ଧରଣର ମୁଣ୍ଡବିନ୍ଧା ପାଇଁ ଯନ୍ତ୍ରଣାଦାୟକ ଔଷଧକୁ କମ ଦିନ ଗ୍ରହଣ କରିବାକୁ କମିଟି ଏଫଡିସର ଉତ୍ପାଦନ ଏବଂ ମାର୍କେଟିଂକୁ ଜାରି ରଖିବାକୁ ପରାମର୍ଶ ଦେଇଛି। ଏହାକୁ ୫ରୁ ୭ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ଗ୍ରହଣ କରିବା ଉଚିତ ନୁହେଁ ବୋଲି କୁହାଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories