www.samajalive.in
Saturday, December 6, 2025
23.1 C
Bhubaneswar

ସୌର ପ୍ୟାନେଲ୍‌‌ ; ସରକାର କଲେ ଏହି ଘୋଷଣା ,କମିଯିବ ବିଜୁଳି ବିଲ୍‌‌

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ସୌର ଶକ୍ତି ଦ୍ୱାରା ଚାଳିତ ଅନେକ ଜିନିଷକୁ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ଆପଣ ଯଦି ନିଜ ଘରର ଛାତ ଉପରେ ରୁଫଟଫ୍‌‌ ସୌର ପ୍ୟାନେଲ ଲଗାଇବାକୁ ଚିନ୍ତା କରୁଛନ୍ତି, ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆପଣଙ୍କ ପାଇଁ ଖୁସି ଖବର। ସରକାରଙ୍କ ପକ୍ଷରୁ ଏଥିପାଇଁ ରିହାତି ମିଳିବ। ଏହି ରିହାତିକୁ ବୃଦ୍ଧି କରାଯାଇ ୬୦ ପ୍ରତିଶତ କରାଯିବାର ରହିଛି। କେନ୍ଦ୍ର ମନ୍ତ୍ରୀ ଆରକେ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାର ଅନ୍ତର୍ଗତ ଲୋକଙ୍କୁ ୬୦ ପ୍ରତିଶତର ରିହାତି ଦେବାର ଯୋଜନା କରାଯାଉଛି।
ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଘରର ଛାତ ଉପରେ ସୌର ପ୍ୟାନେଲ ଲଗାଇଲେ ୪୦ ପ୍ରତିଶତ ରିହାତି ଦେଉଛନ୍ତି। ଆଗକୁ ଏଥିରେ ୨୦ ପ୍ରତିଶତ ବୃଦ୍ଧି କରାଯିବାର ଯୋଜନା କରାଯାଇଛି। ଫଳରେ ମୋଟ ରିହାତି ବୃଦ୍ଧି ପାଇ ୬୦ ପ୍ରତିଶତ ହୋଇଯିବ। ଏହାଦ୍ୱାରା ଏହା ଖୁବ ଶସ୍ତା ହେବା ସହ ବିଜୁୁଳି ବିଲ୍‌‌ ମଧ୍ୟ କମ୍‌‌ ଆସିବ।
ବୃଦ୍ଧି କରାଯାଇଥିବା ରିହାତିର ଉଦ୍ଦେଶ୍ୟ ୩୦୦ ୟୁନିଟ୍‌‌ରୁ କମ୍‌‌ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ସାହାଯ୍ୟ କରିବା। ଯେଉଁମାନେ ଆର୍ଥିକ ରୂପରେ ଦୁର୍ବଳ। କେନ୍ଦ୍ରମନ୍ତ୍ରୀ ଆରକେ ସିଂ କହିଛନ୍ତି, ଏଥିପାଇଁ ଋଣ ନେବା ସମସ୍ୟା ମାତ୍ର ରିହାତି ଦେବା ଦ୍ୱାରା ସେମାନେ ଲାଭ ପାଇପାରିବେ।
ଏହି ଯୋଜନା ପ୍ରତ୍ୟେକ ରାଜ୍ୟ ପାଇଁ ନାମିତ କେନ୍ଦ୍ରୀୟ ସାର୍ବଜନିକ କ୍ଷେତ୍ରର ଉଦ୍ୟମ (ସିପିଏସଇ) ଦ୍ୱାରା ସ୍ଥାପିତ ବିଶେଷ ପ୍ରୟୋଜନ ବାହନ (ଏସପିିବି) ଦ୍ୱାରା ଲାଗୁ ହେବାକୁ ଯାଉଛି। କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି, ସେମାନେ ଏହାକୁ ଲାଗୁ କରିବା ପାଇଁ ଏସପିବି ସ୍ଥାପନ କରିବେ। ସେମାନେ ଋଣ ନେବେ ଏବଂ ଯାହା ଅତିରିକ୍ତ ୟୁନିଟ୍‌‌ ଉତ୍ପନ ହେବ,ଏହାର ବ୍ୟବହାର ଋଣ ପରିଶୋଧ ପାଇଁ ବ୍ୟବହାର କରାଯିବ। ବିଜୁଳି ପାଇଁ ଯାହା ନିୟମ ରହିଛି, ଋଣ ପରିଶୋଧ କରିବାର ୧୦ ବର୍ଷ ପରେ ଛାତରେ ସୌର ଶକ୍ତିକୁ ଘର ଭିତରକୁ ସ୍ଥାନାନ୍ତରିତ କରାଯିବ। ଯାହା ବକେୟା ବିଜୁଳିକୁ ଅନ୍ୟକୁ ରିହାତିରେ ଦେଇପାରିବେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories