www.samajalive.in
Thursday, December 11, 2025
13.1 C
Bhubaneswar

ଜାଣନ୍ତୁ, କେଉଁ କାର୍ଯ୍ୟ ପାଇଁ କେଉଁ ଗଛ ଲଗାଇବା ଉଚିତ

ଅନେକ ଲୋକ ଘରେ ଭିନ୍ନ ପ୍ରକାର ଗଛ ଲଗାଇବାକୁ ପସନ୍ଦ କରିଥାଆନ୍ତି। ଘରେ କିଛି ଗଛ ଲଗାଇବା ଦ୍ବାରା ତାହା ସୁନ୍ଦର ଦେଖାଯାଏ। ଏହାସହ ପ୍ରକୃତି ସହ ଥିବା ଆମ ସମ୍ପର୍କକୁ ଦୃଢ କରିଥାଏ। ଘରେ ଗଛ ଲଗାଇବା ଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଜ୍ୟୋତିଷଶାସ୍ତ୍ରରେ କିଛି ଏପରି ଗଛ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ଲଗାଇବା ଦ୍ବାରା ଘରର ଅନେକ ଦୋଷ ଦୂର ହୋଇଥାଏ। ଘରର ସଠିକ ଦିଗରେ ଠିକ ଗଛ ଲଗାଇବା ଦ୍ବାରା ଅନେକ ଶୁଭ ଫଳ ମିଳିବା ସହ ପରିବାର ସଦସ୍ୟଙ୍କର ଉନ୍ନତି ହୋଇଥାଏ।

ଘରେ କେଉଁ କାର୍ଯ୍ୟ ପାଇଁ ଗଛ ଲଗାଇବା ଉଚିତ ତାହା ଜାଣିବା ଉଚିତ। ଜାଣନ୍ତୁ ସେହି ବିଷୟରେ ..

- Advertisement -

ତୁଳସୀ ଗଛ :

ଶାସ୍ତ୍ରରେ ତୁଳସୀ ଗଛର ଅନେକ ଲାଭ ବିଷୟରେ ବର୍ଣ୍ଣନା କରାଯାଇଛି। ଏହା ଘରେ ନକରାତ୍ମକ ଶକ୍ତି ନଷ୍ଟ କରିଥାଏ। ଘରେ ସୁଖଶାନ୍ତିର ପରିବେଶ ସୃଷ୍ଟି କରିଥାଏ। ପ୍ରତ୍ୟେକ ଦିନ ସକାଳେ ତୁଳସୀ ଗଛ ମୂଳରେ ପାଣି ଦେଇ ପୂଜା କରନ୍ତୁ। ଏହାସହ ସନ୍ଧ୍ୟା ସମୟରେ ତୁଳସୀ ଗଛ ନିକଟରେ ଦୀପ ପ୍ରଜ୍ବଳିତ କରିବା ଦ୍ବାରା ଶୁକ୍ର ଗ୍ରହ ଶାନ୍ତ ହୋଇଥାଏ।କଦଳୀ ଗଛ :

ଯେଉଁ ମାନଙ୍କ ବିବାହରେ କିଛି ସମସ୍ୟା ଉପୁଜି ଥାଏ ସେମାନେ କଦଳୀ ଗଛ ଲଗାଇବା ଉଚିତ। ଘରର ପଛ ଭାଗରେ ଏହି ଗଛ ଲଗାଇବା ଉଚିତ। କଦଳୀ ଗଛକୁ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି।

ଲେମ୍ବୁ ଗଛ :

ଘରର ବାହାରେ ଲେମ୍ବୁ ଗଛ ଲଗାଇବା ଦ୍ବାରା ନକରାତ୍ମକ ଶକ୍ତି କ୍ଷୟ ହୋଇଥାଏ। ସକରାତ୍ମକ ଶକ୍ତି ବୃଦ୍ଧି ପାଇ ପରିବାର ସଦସ୍ୟଙ୍କର ମଙ୍ଗଳ ହୋଇଥାଏ।ମନିପ୍ଲାଣ୍ଟ ଗଛ :

ଘରର ଦକ୍ଷିଣପୂର୍ବ ଦିଗରେ ମନିପ୍ଲାଣ୍ଟ ଗଛ ଲଗାନ୍ତୁ। କାରଣ ଦକ୍ଷିଣ ଦିଗକୁ ଧନର ଦେବତା କୁବେରଙ୍କ ଦିଗ ବୋଲି କୁହାଯାଇଛି। ମନିପ୍ଲାଣ୍ଟ ଗଛକୁ ଘରର ଦକ୍ଷିଣପୂର୍ବ ଦିଗରେ ଲଗାଇବା ଦ୍ବାରା ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇବା ସହ ଟଙ୍କାପଇସା ଓ ଧନର ଅଭାବ ରହି ନଥାଏ।

ଘରେ ଲଗାଯାଇଥିବା କୌଣସି ଗଛ ଝାଉଁଳି ଯାଇଥିଲେ କିମ୍ବା ଶୁଖି ଯାଇଥିଲେ ତାକୁ ବାହାର କରି ଦିଅନ୍ତୁ। ନଚେତ୍ ଘରେ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ତେଣୁ ପ୍ରତ୍ୟେକ ଦିନ ଗଛର ଠିକ ଭାବେ ଯତ୍ନ ନିଅନ୍ତୁ। ଏହାସହ ଶୁଖିଲା ଗଛକୁ ଘରୁ ବାହାର କରି ଦିଅନ୍ତୁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories