କଣ୍ଟାବାଞ୍ଜି: ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କମେଇମୁଣ୍ଡା ପଂଚାୟତର କମେଇମୁଣ୍ଡା, କୁଆବାହଳି, ଝର୍ନିପଦର, ରହେନଭଟା, ମାନ୍ଦଲା, ପଖନମୁଣ୍ଡା, ଗୋଦ୍ରାମୁଣ୍ଡା, ପଡ୍ରେନ, ଠାଙ୍ଗୋଜୁରୀ ଓ କୁଇବାହାଲ ପଂଚାୟତର ବାଞ୍ଜିପାଳି, କୁଇବାହାଲ, ସେମଲା ଓ ସମରସିଂ ଗ୍ରାମ ଠାରେ ଘରେ ଘରେ ଶଙ୍ଖ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବରିଷ୍ଠ ବିଜେଡି ନେତା ସମ୍ପତ ଭୋଇ, କମେଇମୁଣ୍ଡା ସରପଞ୍ଚ ବିନୋଦିନୀ ବାଗ, କୁଇବାହାଲ ସରପଞ୍ଚ ବିଳାସ ପୁଟେଲ, ମହେନ୍ଦ୍ର ପୁଟେଲ, ହରି ସାହୁ, ହେମରାଜ ମେହେର, ମନୋଜ ଚଣ୍ଡୀ, ଆଦମ ଖାଁ ଓ ବହୁ ବିଜେଡି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
Popular Categories



