www.samajalive.in
Friday, December 12, 2025
26.1 C
Bhubaneswar

ମଡେଲ ବଜାର ଶିଳାନ୍ୟାସ କଲେ ବିଧାୟିକା

ରେଙ୍ଗାଲିକ୍ୟାମ୍ପ: ଅତାବିରା ନିୟନ୍ତ୍ରିତ ବଜାର ପରିସରରେ ତିଆରି ହେବ ୮ କୋଟି ୭୭ ଲକ୍ଷ ତେୟାନବେ ଟଙ୍କା ବ୍ୟୟ ଅଟକଳରେ ଏକ ମଡେଲ ବଜାର। ଏହାକୁ ଶିଳାନ୍ୟାସ କରିଛନ୍ତି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ। ଏହି ବଜାରଟି ତିଆରି ହେବ ନୂତନ ଢାଞ୍ଚାରେ। ବଜାର ଭିତରେ ରହିବ ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା, ସୌନ୍ଦର୍ଯ୍ୟ କରଣ ଆଲୁଅ ବ୍ୟବସ୍ଥା, ପ୍ରଶାସନିକ କାର୍ଯ୍ୟଳୟ, କର୍ମଚାରୀ ମାନଙ୍କ ପାଇଁ କୋଠରୀ, ଶୀତତାପ ନିୟନ୍ତ୍ରିତ କୋଠାଘର, ପାର୍କିଂ ବ୍ୟବସ୍ଥା, ବଜାର ଚାରିପଟେ ଡ୍ରେନେଜ୍ ବ୍ୟବସ୍ଥା ସହ କଂକ୍ରିଟ କରଣ କରାଯିବ। କୌଣସି ବେପାରୀ ବା ବିକ୍ରେତାଙ୍କୁ ଆଉ ରାଜପଥ କଡ଼ରେ ବସି ବିକ୍ରି କରି ଖରା ବର୍ଷା ସହିବାକୁ ପଡ଼ିବ ନାହିଁ। ବିକ୍ରି ହେବା ପରେ ବଳି ଥିବା ସାମଗ୍ରୀକୁ ଚାହିଁଲେ ବେପାରୀ ମାନେ ସୁରକ୍ଷିତ ଭାବରେ ନିଜ ଜିନିଷ ପତ୍ର ରଖି ପାରିବେ, ଅସୁବିଧା ହେଲେ ରାତିରେ ରହି ମଧ୍ୟ ପାରିବେ ବୋଲି ଜଣା ପଡ଼ିଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories