www.samajalive.in
Sunday, December 14, 2025
23.1 C
Bhubaneswar

ଆସିବେ ମୋଦୀ, ସମ୍ବଲପୁର ଚଳଚଞ୍ଚଳ – ଶିଳାନ୍ୟାସ ଓ ଲୋକାର୍ପଣ କରିବେ ୬୮ ହଜାର କୋଟି ଟଙ୍କାର ପ୍ରକଳ୍ପ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନିକିଆ ଗସ୍ତରେ ଓଡିଶା ଆସିବେ। ୬୮ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ କରିବା ସହିତ ଜନସାଧାରଣଙ୍କୁ ସମ୍ବୋଧନ କରିବେ ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପ୍‌‌ଲାଇନ୍‌‌ ପ୍ରକଳ୍ପର ୪୧୨ କିଲୋମିଟର ବିଶିଷ୍ଟ ଧାମରା-ଅନୁଗୁଳ ପାଇପ୍‌‌ଲାଇନ୍‌‌ ସେକ୍ସନକୁ ଉଦ୍‌‌ଘାଟନ କରିବେ। ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା ଅଧୀନରେ ୨ ହଜାର ୪୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଓଡ଼ିଶାକୁ ଜାତୀୟ ଗ୍ୟାସ୍‌‌ ଗ୍ରିଡ୍‌‌ ସହ ସଂଯୋଗ କରିବ।

- Advertisement -

ପ୍ରଧାନମନ୍ତ୍ରୀ ମୁମ୍ବାଇ-ନାଗପୁର-ଝାରସୁଗୁଡ଼ା ପାଇପ୍‌‌ଲାଇନ୍‌‌ର ୬୯୨ କିଲୋମିଟର ବିଶିଷ୍ଟ ନାଗପୁର-ଝାରସୁଗୁଡ଼ା ପ୍ରାକୃତିକ ଗ୍ୟାସ୍‌‌ ପାଇପ୍‌‌ଲାଇନ୍‌‌ର ଶିଳାନ୍ୟାସ କରିବେ। ଏଥିରେ ୨ ହଜାର ୬୬୦ କୋଟି ଟଙ୍କାରୁ ଅଧିକ ବ୍ୟୟ କରାଯିବ ଏବଂ ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ଼଼ରେ ସହଜରେ ପ୍ରାକୃତିକ ଗ୍ୟାସ୍‌‌ ଉପଲବ୍ଧ ହେବ।

ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ୨୮ ହଜାର ୯୮୦ କୋଟି ଟଙ୍କାର ଏକାଧିକ ବିଦ୍ୟୁତ୍‌‌ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଏଥିରେ ସୁନ୍ଦରଗଡ଼଼ର ଏନ୍‌‌.ଟି.ପି.ସିର ୨ଟି ୮ ଶହ ମେଗାୱାଟ୍‌‌ ବିଶିଷ୍ଟ ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ ଏବଂ ଏନସିପିସିଏଲ ରାଉରକେଲା ପି.ପି.-ଟୁ’ର ୨୫୦ ମେଗାୱାଟ୍‌‌ ବିଶିଷ୍ଟ ପରିବର୍ଦ୍ଧିତ ପ୍ରକଳ୍ପ ରହିଛି। ସେହିଭଳି ପ୍ରଧାନମନ୍ତ୍ରୀ ଏନ୍‌‌ଟିପିସି ତାଳଚେର ଥର୍ମାଲ ପାୱାର ଷ୍ଟେଜ୍‌‌-୩ ପ୍ରକଳ୍ପର ୬୬୦ ମେଗାୱାଟ୍‌‌ ବିଶିଷ୍ଟ ୨ଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ବିଦ୍ୟୁତ୍‌‌ ପ୍ରକଳ୍ପଗୁଡ଼ିକ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟକୁ ଶସ୍ତାରେ ବିଦ୍ୟୁତ୍‌‌ ଯୋଗାଣ କରିବ। ପ୍ରଧାନମନ୍ତ୍ରୀ ଏହି ଅବସରରେ ୨୭ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ନେଭେଲି ଲିଗ୍‌‌ନାଇଟ୍‌‌ କର୍ପୋରେସନର ତଲାବିରା ତାପଜ ବିଦ୍ୟୁତ୍‌‌ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ଅତ୍ୟାଧୁନିକ ପ୍ରକଳ୍ପ ଦେଶର ଶକ୍ତି ନିରାପତ୍ତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସହ ସୁଲଭ ମୂଲ୍ୟରେ ୨୪ ଘଣ୍ଟିଆ ଶକ୍ତି ପ୍ରଦାନ କରିବ।

ଆରପାରିରେ ବରିଷ୍ଠ ଅଭିନେତା ସାଧୁ ମେହେର

ଏହା ବ୍ୟତିତ ପ୍ରଧାନମନ୍ତ୍ରୀ ମହାନଦୀ କୋଲ୍‌‌ ଫିଲ୍ଡସ୍‌‌ ଲିମିଟେଡ୍‌‌ର କୋଇଲା ଭିତ୍ତିଭୂମି ପ୍ରକଳ୍ପ ଉଦ୍‌‌ଘାଟନ କରିବେ। ଏଥିରେ ଅନୁଗୁଳ ଜିଲ୍ଲାର ତାଳଚେର କୋଲ ଫିଲ୍ଡସ୍‌‌ର ପ୍ରଥମ ପର୍ଯ୍ୟାୟ ଏବଂ ଲାଜକୁଳା ର‍୍ୟାପିଡ୍‌‌ ଲୋଡିଂ ସିଷ୍ଟମ୍‌‌ ରହିଛି। ୨ ହଜାର ୧୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପଗୁଡ଼ିକ ଯୋଗାଣ ପ୍ରକ୍ରିୟାକୁ ଆହୁରି ସୁବ୍ୟବସ୍ଥିତ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ଜିଲ୍ଲାରେ ୫୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇବ୍‌‌ ଭ୍ୟାଲି ୱାସରୀକୁ ଉଦ୍‌‌ଘାଟନ କରିବା ସହ ୮୭୮ କୋଟି ଟଙ୍କା ବିନିଯୋଗରେ ମହାନଦୀ କୋଲ୍‌‌ ଫିଲ୍ଡସ୍‌‌ ଲିମିଟେଡ୍‌‌ ଦ୍ୱାରା ନିର୍ମିତ ଝାରସୁଗୁଡ଼ା-ବରପାଲି-ସରଡେଗା ରେଳ ଲାଇନ୍‌‌ ଫେଜ୍‌‌-ୱାନ୍‌‌ର ୫୦ କିଲୋମିଟର ଲମ୍ବ ଦ୍ୱିତୀୟ ଟ୍ରାକ୍‌‌କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ।

ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ଦୁଇ ହଜାର ୪୫ କୋଟି ଟଙ୍କାର ୩ଟି ଜାତୀୟ ରାଜପଥ ପ୍ରକଳ୍ପକୁ ସମ୍ବଲପୁରଠାରେ ଲୋକାର୍ପଣ କରିବେ। ସେଗୁଡ଼ିକ ହେଉଛି ୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁର ବ୍ରାହ୍ମଣୀ ବାଇପାସ୍‌‌ ଏବଂ ବ୍ରାହ୍ମଣୀ ବାଇପାସ୍‌‌ରୁ ରାଜମୁଣ୍ଡା ଓ ସୁନ୍ଦରଗଡ଼଼ ଜିଲ୍ଲାର ରିମୁଲିଠାରୁ ୫୨୦ ନମ୍ବର ଜାତୀୟ ରାଜପଥର କୋଏଡ଼ା ପର୍ଯ୍ୟନ୍ତ ସଡ଼କ ପ୍ରକଳ୍ପ ରହିଛି।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରାୟ ୨ ହଜାର ୧୪୬ କୋଟି ଟଙ୍କାର ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ସହ ଶିଳାନ୍ୟାସ କରିବେ। ଶୈଳଶ୍ରୀ ପ୍ୟାଲେସରୁ ଅନୁପ୍ରାଣିତ ସମ୍ବଲପୁର ରେଳ ଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ। ଏହାଛଡ଼ା ୧୬୮ କିଲୋମିଟର ଲମ୍ବ ସମ୍ବଲପୁର-ତାଳଚେର ଦୋହରୀକରଣ ରେଳ ଲାଇନ ଏବଂ ୨୧.୭ କିଲୋମିଟର ଲମ୍ବ ଝାରସୁଗୁଡ଼ା-ସୋନପୁର ନୂଆ ରେଳଲାଇନର ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ, ଯାହା ଏହି ଅଞ୍ଚଳର ରେଳ ଯାତ୍ରୀଙ୍କ ପାଇଁ ଯୋଗାଯୋଗରେ ଉନ୍ନତି ଆଣିବ। ପ୍ରଧାନମନ୍ତ୍ରୀ ଆଇ.ଆଇ.ଏମ୍‌‌ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବା ସହ ଝାରସୁଗୁଡ଼ା ମୁଖ୍ୟ ଡାକଘର ଐତିହ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories