ଲକ୍ଷ୍ମୀପୁର ଅଞ୍ଚଳରେ ଅବାଧ ଗଞ୍ଜେଇ ଚାଷ-୩ ଶହ ଗଛ ପୋଡ଼ି ନଷ୍ଟ, ୨ ଗିରଫ
: ୧୦ କିଲୋ ଗଞ୍ଜେଇ ଯବତ ସହିତ ଦୁଇ ଜଣଙ୍କୁ ଅଦାଲତ , ୩ ଶହ ଗଛ ପୋଡି ନଷ୍ଟ କରାଗଲା
ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଅବାଧ ଗଞ୍ଜେଇ ଚାଷ କରିବା ସହିତ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଲକ୍ଷ୍ମୀପୁର ପୁଲିସ ପକ୍ଷରୁ ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି । ଗିରଫ ଦ୍ବୟ ହେଉଛନ୍ତି ଲକ୍ଷ୍ମୀପୁର ଥାନା ଅଧୀନସ୍ଥ ବୁର୍ଜା ପଞ୍ଚାୟତର ବଡ଼ସଙ୍ଖା ଗ୍ରାମର ଧର୍ମେନ୍ଦ୍ର ପ୍ରେପେକା (୨୯) ଓ ଚିନ୍ତାମଣି ପ୍ରେପେକା( ୩୫) ବର୍ଷ । ଲକ୍ଷ୍ମୀପୁର ବଡ଼ସଙ୍ଖା ଅଞ୍ଚଳରେ ଅବାଧ ଗଞ୍ଜେଇ ଚାଷ ସହିତ ଚୋରାରେ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୁଲିସକୁ ଖବର ମିଳିଥିଲା । ଖବର ଆଧାରରେ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନିର୍ଦେଶରେ ଯୁବ ଉପ ଆରକ୍ଷୀ ନୀରିକ୍ଷକ ମାନସ ରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ଏଏସଆଇ କୃଷ୍ଣ ଚନ୍ଦ୍ର ଆଚାର୍ୟ୍ୟ , କନଷ୍ଟେବଲ ସନ୍ତୋଷ ନାୟକ , ମହିଳା କନେଷ୍ଟବଳ ଲିଲି କିରଣ ବାର୍ଲା ଓ ଆଇଆରବି ଟିମ୍ ବାହାରି ବଡ଼ସଙ୍ଖା ଗ୍ରାମ ନିକଟରେ ପହଞ୍ଚି ଦୁଇ ଜଣ ଯୁବକ ବସ୍ତାରେ କିଛି ସମାଗ୍ରୀ ଧରି ଆସୁଥିବା ଦେଖି ତାଙ୍କ ନିକଟକୁ ଯାଇଥିଲେ । ହେଲେ ପୁଲିସକୁ ଦେଖି ସେମାନେ ଦୌଡ଼ି ପଳାଇବାରୁ ସେମାନଙ୍କୁ ଗୋଡ଼ାଇ ଗୋଡାଇ ଧରିଥିଲେ। ଯାଞ୍ଚବେଳେ ସେମାନେ ଧରିଥିବା ବସ୍ତାରୁ ଗଞ୍ଜେଇ ବାହାରି ଥିଲା । ଉଭୟଙ୍କୁ ପଚରାଉଚରା ପରେ ଗ୍ରାମଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ପାହାଡ଼ ଉପରେ ସେମାନେ ଅବାଧ ଗଞ୍ଜେଇ ଚାଷ କରିଥିବା ସ୍ବୀକାର କରିଥିଲେ ।
ସେମାନଙ୍କ ସୂଚନା ଆଧାରରେ ଯାଇ ରାତି ରେ ଉକ୍ତ ପାହାଡ଼ରେ ପହଞ୍ଚି ଗଞ୍ଜେଇ ଚାଷ ହୋଇଥିବା ଦେଖିବାକୁ ପାଇଥିଲା । ଯାହା ଫଳରେ ପ୍ରାୟ ୩୦ ରୁ ଊର୍ଦ୍ଧ୍ବ ଗଞ୍ଜେଇ ଗଛକୁ କାଟିବା ସହିତ ନିଆଁ ଲଗେଇ ସେଗୁଡ଼ିକ ନଷ୍ଟ କରି ଦେଇଥିଲେ । ଏନେଇ ଲକ୍ଷ୍ମୀପୁର ଥାନାରେ ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜ୍ଜୁ କରିବା ସହିତ ମାଜିଷ୍ଟ୍ରେଟ ଦାୟିତ୍ବରେ ଅତିରିକ୍ତ ତହସିଲଦାର ମାଧବ ଭତ୍ରା ଓ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ଉପସ୍ଥିତିରେ ଦୁଇ ଜଣଙ୍କ ନିକଟରୁ ଜବତ ହୋଇଥିବା ଗଞ୍ଜେଇକୁ ଓଜନ କରିଥିଲେ । ଯାହାର ଓଜନ ୧୦ କିଲୋ ୫୦୦ ଗ୍ରାମ ହୋଇଥିଲା । ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
Comments are closed.