www.samajalive.in
Friday, December 12, 2025
15.1 C
Bhubaneswar

ଗୋପାଳପୁର କଲେଜରେ ଜିଲା ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର   

ଗୋପାଳପୁର : ଗୋପାଳପୁର କଲେଜ ପକ୍ଷରୁ ଜିଲା ସ୍ତରୀୟ ଯୁବ ରେଡ଼କ୍ରସ  ସ୍ୱେଚ୍ଛାସେଵୀ ମାନଙ୍କ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଆଜି କଲେଜ ପରିସରରେ ଉଦଘାଟିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ଉପ ନିର୍ଦ୍ଧେଶକ ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗ ଦେଇ ହୃଦୟର ସହ ଭଲ ପାଇବା ସଙ୍ଗେ ଯୁବ ରେଡ଼କ୍ରସ ମାଧ୍ୟମରେ ସମାଜରେ ପରିବର୍ତନ ଆଣିବାକୁ କହିଥିଲେ।

ପୂର୍ବତନ ରେଡ଼କ୍ରସ ଅଧିକାରୀ ଡ଼. ଅଜୟ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିବିରର ଉଦେଶ୍ୟ ଏବଂ ରେଡ଼କ୍ରସର ମହତ୍ୱ ବୁଝାଇଥିଲେ। ଜିଲା ଯୁବ  ରେଡ଼କ୍ରସର ଅଧକ୍ଷ ଡ଼. ପ୍ରମୋଦ କୁମାର ତ୍ରିପାଠୀ, ଆବାହକ ମନୋରଞ୍ଜନ ମହାରଣା ଏହି ଶିବିରକୁ ପ୍ରଶଂସା କରିଥିଲେ। କଲେଜ ଅଧକ୍ଷ ଡ଼. ରାମ ପ୍ରସାଦ ପଣ୍ଡା ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ପରିଚାଳନା କମିଟିର ସଭାପତି ସି.ଏଚ ଦିଲେଶ୍ଵର ରେଡି, ଜିଲ୍ଲା ସଂଯୋଜକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ଏମ ଭି ଆଇ ରବୀନ୍ଦ୍ର ନାଥ ଜେନା, ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସଂଯୋଜକ ହେମନ୍ତ କୁମାର ଦାଶ ଯୋଗ ଦେଇ ଏଡ଼ସ ର ନିରାକରଣରେ ଯୁବ ବର୍ଗର ଭୂମିକା ଉପରେ ଆଲୋଚନା କରିଥିଲେ।

- Advertisement -

ଏଥିରେ ୨୬ ଟି କଲେଜର ଉପଦେଷ୍ଟା ଏବଂ ସ୍ୱେଚ୍ଛାସେଵୀ ଯୋଗ ଦେଇଥିଲେ। ପ୍ରବନ୍ଧ, ଚିତ୍ରାଙ୍କନ, ଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ଯୁବ ରେଡ଼କ୍ରସର ଅଧିକାରୀ ଡ଼. ରାମ ଚନ୍ଦ୍ର ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ଼. ଜଗଦିଶ ଚନ୍ଦ୍ର ପାଳ ଧନ୍ୟବାଦ ଅର୍ପଣ କରିଥିଲେ। ଲକ୍ଷ୍ମଣ ପାଳ, ଡ଼. ମନୋଜ ପଟ୍ଟନାୟକ, ଡ଼. ପ୍ରଦୀପ୍ତ ପଟ୍ଟନାୟକ, ସରିତା ପାତ୍ର, ଆକାଶ ସିଂ, ଏନ. ମୋହନ, ବିଭୀଷଣ ଭୂୟାଁ, ତ୍ରିଲୋଚନ ରାଉତ, ଜି. ଗଣେଶ, ଏ. ପ୍ରସାଦ, ହରିହର ମୁନୀ, ଅନୀଲ ଯାଦବ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories