ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ‘ସମୃଦ୍ଧି’ ଉଦଯାପିତ 

ବୌଦ୍ଧ : ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା କ୍ଲଷ୍ଟର ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରସରା ପରିସରରେ ବୀରନରସିଂହପୁର, ରାଧାନଗର, ତାଳବାହାଲ, ସରସରା, ବାଣୀଭୂଷଣ ପୁର ଓ ହରେକୃଷ୍ଣପୁର ମୋଟ ଛଅଟି କ୍ଲଷ୍ଟର୍ ରୁ ଚୟନିତ ବାବନ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ଗତ ତିରିଶ ତାରିଖରୁ ଆରମ୍ଭ ହୋଇଥିବା ‘ସମୃଦ୍ଧି’ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି।

ବଙ୍କପଡାର ସ୍ନାତକ ଶିକ୍ଷକ ବିଜୟ କୁମାର ସାହୁ, ବନ୍ଧାପଥର ର ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପାଳ, ତାଳବାହାଲ ସିଆରସିସି ଶ୍ରୀଧର ନାୟକ, ସରସରା ସିଆରସିସି ଶ୍ରୀବନ୍ତ ନାଏକ, ସାଧନ କର୍ମୀ ଭାବେ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କ ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣ ପାଇଁ ଆବଶ୍ୟକ ସାଧନୀ ଓ କୌଶଳ ସହିତ ମୌଳିକ ସ୍ତର, ପ୍ରସ୍ତୁତି ସ୍ତର, ମଧ୍ୟମ ସ୍ତର ପାଇଁ ସାମଗ୍ରିକ ପ୍ରଗତି ପତ୍ରର ଆବଶ୍ୟକତା ଓ ରୂପରେଖ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ପ୍ରଶିକ୍ଷଣ ଶିବିର କୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନା ରାଣୀ ମହାପାତ୍ର ଓ ଅଖିଳ କୁମାର ପ୍ରଧାନ ଭିନ୍ନ ଭିନ୍ନ ସମୟରେ ଉପସ୍ଥିତ ରହି ପ୍ରଶିକ୍ଷାର୍ଥଙ୍କୁ ମାର୍ଗଦର୍ଶନ କରିଥିଲେ।

ଉଦଯାପନୀ ଉତ୍ସବରେ ସରସରା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ବେହେରା ଅତିଥି ଭାବେ ଯୋଗଦେଇ ନିଜ ବିଦ୍ୟାଳୟ ସ୍ତରରେ ଗ୍ରହଣ କରିଥିବା ପ୍ରଶିକ୍ଷଣକୁ ଛାତ୍ରଛାତ୍ରୀଙ୍କ ହିତ ଉଦ୍ଦେଶ୍ୟରେ ପ୍ରୟୋଗ କରିବା ପାଇଁ ପରାମର୍ଶ ଦେଇ ଥିଲେ।କେନ୍ଦ୍ର ସଞ୍ଚାଳକ ଶ୍ରୀବନ୍ତ ନାଏକ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସକ୍ରିୟ ଅଂଶ ଗ୍ରହଣ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.