www.samajalive.in
Friday, December 12, 2025
15.1 C
Bhubaneswar

ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଅର୍ନ୍ତଗତ ଡିଣ୍ଡିରାଗାଁ ପଞ୍ଚାୟତ ଅନ୍ତର୍ଗତ ଡିଣ୍ଡିରାଗାଁ ମିନି ଷ୍ଟାଡିଅମ ଠାରେ ସରପଞ୍ଚ ରଞ୍ଜିତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ନମିତା କହଁର ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ଜିଲ୍ଲା ପରିଷଦ ଜୋନ ୧୨ ସଭ୍ୟ ନୀଳଗିରି ଦିଗାଲ,ଡିଣ୍ଡିରାଗାଁ ସମିତି ସଭ୍ୟା କଳ୍ପନା ପାତ୍ର, ଓଡିଶା ଜୀବିକା ମିଶନର ସଂଗ୍ରାମ କେଶରୀ ସାହୁ, ଫିରିଙ୍ଗିଆ ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ଆଶା ଲଷ୍ମୀ ନରେନ୍ଦ୍ର, ଫିରିଙ୍ଗିଆ ବ୍ଲକ ବିଜୁ ଜନତା ଦଳର ସଭାପତି ରଜନୀକାନ୍ତ ମଲ୍ଲିକ,ଫିରିଙ୍ଗିଆ ପ୍ରେସ କ୍ଲବ ସଭାପତି ଉତ୍ତମ ଖମାରୀ, ଡିଣ୍ଡିରାଗାଁ ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ସଭାପତି ରମଣୀ ଦିଗାଲ, ସମ୍ପାଦିକା ଝରଣା ଦିଗାଲ ପ୍ରମୁଖ ଯୋଗଦେଇ କାର୍ୟ୍ୟକ୍ରମ ଉଦଘାଟନ କରିଥିଲେ।

ଏହି କାର୍ୟ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ରୂପାନ୍ତରିତ କରଣ ବିଷୟରେ ମାର୍ଗଦର୍ଶନ କରିଥିଲେ। ଏପରିକି କାଳିଆ ଯୋଜନା, ସାମାଜିକ ସୁରକ୍ଷା ଭତ୍ତା, ରେସନ କାର୍ଡ଼,ମମତା ଯୋଜନା ଓ ପ୍ରତ୍ୟେକ ଗାଁକୁ ପକ୍କା ରାସ୍ତା ସହ ମିଶନ ଶକ୍ତି ମହିଳାଙ୍କ ପାଇଁ ବହୁ ବିକାଶ ମୂଳକ କାର୍ୟ୍ୟ ପ୍ରସ୍ତୁତ କରାଯାଇଥିବା ଅତିଥି ମାନେ ନିଜ ଭାଷଣରେ ପ୍ରକାଶ କରିଛନ୍ତି। ଏଥିରେ ବିଭିନ୍ନ ବିଭାଗ ପକ୍ଷରୁ ଆକର୍ଷଣୀୟ ଷ୍ଟଲ୍ ମାନ ଖୋଲାଯାଇ ରାଜ୍ୟସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକର ସଚେତନତା କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସମାଜିକ ଚାଲି ଚଳନ ଓ ସୁରକ୍ଷାକୁ ନେଇ ସଚେତନ ମୂଳକ ନାଟକ ଓ ନୃତ୍ୟ ପରିବେଷଣ ସହ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ୟ୍ୟକ୍ରମକୁ ସାମ୍ବାଦିକ ସୁବ୍ରତ ମହାନ୍ତି ପରିଚାଳନା କରିଥିବାବେଳେ ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ଜୁଲିଲତା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ୟ୍ୟକ୍ରମକୁ ଗ୍ରାମ ରୋଜଗାର ସେବକ ପୁରଞ୍ଜନ କହଁର,ବିଏଫଟି ଅଶୋକ କୁମାର ଦେହୁରୀଙ୍କ ସହ ସମସ୍ତ ଗାଁସାଥି, ୱାର୍ଡ଼ ସଭ୍ୟ/ସଭ୍ୟା ଏମବିକେ,ସିଆରପିଙ୍କ ସମେତ ଗ୍ରାମ ପଞ୍ଚାୟତବାସୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories