www.samajalive.in
Friday, December 12, 2025
14.1 C
Bhubaneswar

ବଦଳିଲେ କଂଗ୍ରେସ ସୋସିଆଲ ମିଡିଆ ଜିଲା ଅଧ୍ୟକ୍ଷ   

ଫୁଲବାଣୀ: ନୂଆ ରାଜ୍ୟ ପ୍ରଭାରୀ ଦାୟିତ୍ୱ ନେବା ପରେ କଂଗ୍ରେସ ଦଳର ସାଂଗଠନିକ ସ୍ତରରେ ଦ୍ରୁତ ଗତିରେ ଅଦଳବଦଳ ଚାଲିଛି। ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଦଳ ସବୁ ଛାମୁଆ ସଙ୍ଗଠନକୁ ସକ୍ରିୟ କରିବା ପ୍ରୟାସ ଆରମ୍ଭ କରିଛି। ଏହି କ୍ରମରେ ଆଜି ଜିଲ୍ଲା ସୋସିଆଲ ମିଡିଆ ଅଧ୍ୟକ୍ଷ ଓ ସଂଯୋଜକ ପଦବୀରେ ପରିବର୍ତ୍ତନ କରାଯାଇଛି। ବଳଦେବ ବେହେରାଙ୍କୁ ସୋସିଆଲ ମିଡିଆ ଜିଲ୍ଲା ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆ ଯାଇଥିବା ବେଳେ ଗୌରଚରଣ ବେହେରାଙ୍କୁ ସଂଯୋଜକ ଦାୟିତ୍ୱ ଦିଆଯାଇଛି।

ଏ ନେଇ ରାଜ୍ୟ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଅମୀୟ ପାଣ୍ଡବ ଏକ ପ୍ରେସ ବିବୃତିରେ ଘୋଷଣା କରିଛନ୍ତି। ଉଭୟଙ୍କ ନୂତନ ନିଯୁକ୍ତି ପରେ ଦଳର ବିଭିନ୍ନ ମହଲରୁ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଏ ଅବସରରେ ପିସିସି ସଭାପତି ଓ ମିଡିଆ ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାରେ ଦଳର ସୋସିଆଲ ମିଡିଆ ସେଲକୁ ଅଧିକ ସକ୍ରିୟ କରାଯିବା ଏବଂ ଅଧିକରୁ ଅଧିକ ସଦସ୍ୟଙ୍କୁ ଏଥିରେ ସାମିଲ କରାଯିବ ବୋଲି  ପ୍ରକାଶ କରିଛନ୍ତି ବଳଦେବ ଓ ଗୌରଚରଣ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories