www.samajalive.in
Friday, December 12, 2025
19.1 C
Bhubaneswar

ଆନ୍ଦୋଳନ ଜାରି, ସେବା ଯୋଗାଉଛନ୍ତି ପ୍ରାଣୀଧନ ନିରୀକ୍ଷକ

ଆଠଗଡ଼: ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ଦୀର୍ଘଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ଯୋଗୁଁ ପ୍ରାଣୀଧନଙ୍କ ସୁରକ୍ଷା ଓ ଚିକିତ୍ସାକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି। ଗତ ଜାନୁଆରୀ ୧୮ତାରିଖରେ ପ୍ରାଣୀ ଚିକିତ୍ସକମାନେ ସାମୁହିକ ଛୁଟିର ଯିବା ସହ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ଓ ଆଠଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଚିକିତ୍ସା କେନ୍ଦ୍ରଗୁଡିକରେ ତାଲା ପକାଇ ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ଗୃହପାଳିତ ପଶୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରାଣୀଧନ ନିରୀକ୍ଷକ ଓ ଏହାର କ୍ୟାଡରମାନେ ଅସୁସ୍ଥ ପ୍ରାଣୀଙ୍କ ଚିକିତ୍ସା ଯୋଗାଇ ଦେଉଥିବାରୁ ଗୋପାଳକ ଏବଂ ବିଭିନ୍ନ ପଶୁପକ୍ଷୀ ପାଳନ କରୁଥିବା ଚାଷୀମାନେ କିଛିଟା ଆଶ୍ୱସ୍ତ ଅଛନ୍ତି। କିନ୍ତୁ ଚିକିତ୍ସା କେନ୍ଦ୍ର ବନ୍ଦ ଥିବା ଓ ଚିକିତ୍ସକ ଆନ୍ଦୋଳନ ଥିବା ଯୋଗୁଁ ଚିକିତ୍ସା କରାଯାଇ ପାରୁନଥିବାରୁ ଲୋକମାନେ ହତାଶ ହୋଇପଡୁଛନ୍ତି। ଫଳରେ ଲକ୍ଷ ଲକ୍ଷ ଟଙ୍କା ଋଣ କରି ପ୍ରାଣୀ ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ଚାଷୀମାନେ ବ୍ୟାପକ କ୍ଷତି ସହିବା ସହ ଏଥିପାଇଁ ଚିନ୍ତା ପ୍ରକଟ କରିବା ସଙ୍ଗେ ସଙ୍ଗେ କ୍ଷୋଭ ପ୍ରକାଶ କରୁଛନ୍ତି। ପ୍ରାଣୀ ଚିକିତ୍ସକମାନଙ୍କ ଆନ୍ଦୋଳନ ଯୋଗୁଁ ଚାଷୀମାନେ ବୀମା ଅର୍ଥ ପାଇବା ଓ ବିଭିନ୍ନ ସରକାରୀ ଯୋଜନାରେ ସୁବିଧା ପାଇବାରେ ସମସ୍ୟା ଉପୁଜୁଛି। ଏ ସବୁକୁ ଦୃଷ୍ଟିରେ ରଖି ପ୍ରାଣୀମାନଙ୍କ ସୁରକ୍ଷା ଓ ଚାଷୀମାନଙ୍କ ସମସ୍ୟା ସମାଧାନ ପାଇଁ ସରକାର ତୁରନ୍ତ କଡା ଆଭିମୁଖ୍ୟ ଗ୍ରହଣ କରି ପ୍ରାଣୀ ଚିକିତ୍ସକଙ୍କ ଦାବି ସମାଧାନ କରିବା ଦିଗରେ ପଦକ୍ଷେପ ନେବା ସହ ପ୍ରାଣୀ ଚିକିତ୍ସା ବ୍ୟବସ୍ଥାକୁ ସ୍ୱଭାବିକ କରିବା ଲାଗି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୋପାଳକ ଓ ପ୍ରାଣୀ ପାଳନ କରୁଥିବା ଚାଷୀମାନେ ଦାବି କରିିଛନ୍ତି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories