www.samajalive.in
Friday, December 12, 2025
19.1 C
Bhubaneswar

ଇଲେକ୍ଟ୍ରୋହୋମିଓପାଥି ଏକ ନିର୍ଭରଯୋଗ୍ୟ ଓ ଜନାଦୃତ ଚିକିତ୍ସା ପଦ୍ଧତି

ବାଙ୍ଗିରିପୋଷି: ଝାରପୋଖରିଆ ସ୍ଥିତ ପୁରୁଷୋତ୍ତମ ଇଲେକ୍ଟ୍ରୋହୋମିଓପାଥି ମେଡିକାଲ କଲେଜ ପରିସରରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି` କଲେଜର ପ୍ରତିଷ୍ଠାତା ତଥା ମୟୂରଭଞ୍ଜ ଇଲେକ୍ଟ୍ରୋହୋମିଓ ଡାକ୍ତର ଆସୋସିଏସନର ସଭାପତି ଡାକ୍ତର ଚୂଡ଼ାମଣି ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ରସାୟନ ବିଜ୍ଞାନର ପ୍ରଫେସର ଡ ସରୋଜ ନାୟକ ଯୋଗଦେଇ ଇଲେକ୍ଟ୍ରୋହୋମିଓପାଥିର ଅଧିକ ଅତ୍ୟାଧୁନିକ ଗବେଷଣା ଉପରେ ଗୁରୁତ୍ୱ ଆରୋପ କରିଥିଲେ।

କଲେଜର ଅଧ୍ୟକ୍ଷ ଡା.ଫକୀର ଦାସ ବିବରଣୀ ପାଠ କରିଥିବା ବେଳେ, ଡା. ପଙ୍କଜ ଦାସ, ଡା. ପର୍ଶୁରାମ ସେଠୀ, ଡା. ମନୋରଞ୍ଜନ ମହାରଣା, ଅଧ୍ୟାପକ ଅଶୋକ ପୁଷ୍ଟି, ସୌରଭ ତ୍ରିପାଠୀ, ପବିତ୍ର କୁମାର ଘୋଷ ଅତିଥି ଭାବେ ଯୋଗ ଦେଇ ଇଲେକ୍ଟ୍ରୋହୋମିଓପାଥି ଏକ ନିର୍ଭରଯୋଗ୍ୟ ଓ ଜନାଦୃତ ଚିକିତ୍ସା ପଦ୍ଧତି ବୋଲି ମତ ରଖିଥିଲେ। ଡ. ଅଜୟ କୁମାର ସେନାପତି ସଭାକାର୍ଯ୍ୟ ପରିଚାଳନା କରିଥିଲେ ଓ କଲେଜର ବରିଷ୍ଠ ଅଧ୍ୟାପକ ଡା. ଗୋପାଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ, ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାରିବେଶୀତ ହୋଇଥିଲା। ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ବହୁ ଇଲେକ୍ଟ୍ରୋହୋମିଓ ଡାକ୍ତର ଏହି ଆଲୋଚନାଚକ୍ର ରେ ଯୋଗଦେଇଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories