www.samajalive.in
Friday, December 5, 2025
17.1 C
Bhubaneswar

ପୁରୁଣା ଐତିହ୍ୟକୁ ପୂର୍ଣ୍ଣଜୀବିତ କରିବ ହରଭଙ୍ଗା ମହୋତ୍ସବ

ହରଭଙ୍ଗା : ସଂସ୍କୃତି ଓ ପରମ୍ପରାକୁ ନେଇ ହରଭଙ୍ଗା ଠାରେ ଚାଲିଥିବା ଦିତୀୟ ହରଭଙ୍ଗା ଲୋକ ମହୋତ୍ସବ , ପଲ୍ଳିଶ୍ରୀ ମେଳା ଓ ମିନାବଜାରର ମଙ୍ଗଳବାର ଦିନ ଥିଲା ଚତୁର୍ଥ ଦିବସ । ଚତୁର୍ଥ ଦିବସ ସନ୍ଧ୍ୟାରେ ମହୋତ୍ସବ ପଡିଆରେ ସନ୍ଧ୍ୟାରେ ଲୋକକଳା ଓ ସାଂସ୍କୃତିକ ପରିଷଦର କାର୍ୟ୍ୟକାରୀ ସଭାପତି ଶକୁନ୍ତଳା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲାପରିଷଦ ଅଧଧ୍ୟା ପ୍ରଭାସିନୀ ଦାସ, ସମ୍ମାନିତ ଅତିଥିଭାବେ ଉପଦେଷ୍ଟା ହସ୍ତତନ୍ତ ବୟନଶିଳ୍ପ ଓଡିଶା ସୌଭାଗ୍ୟ ନାୟକ, ହରଭଙ୍ଗା ବ୍ଳକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ପୁର୍ବତନ ବ୍ଳକ ଅଧକ୍ଷ ଆଠମଲିକ ତଥା ବିଜେଡିର ବୌଦ୍ଧ ବିଧାନସଭା ପର୍ୟ୍ୟବେକ୍ଷକ ଚିତରଞ୍ଜନ କର୍ଣ୍ଣ, ହରଭଙ୍ଗା ସମିତିସଭ୍ୟ ଚିତରଞ୍ଜନ ସେଠୀ, କୁଶଙ୍ଗ ସମିତସଭ୍ୟ କାହ୍ନୁଚରଣ ନାଥ , ମହାଲିକପଡା ସମିତିସଭ୍ୟା ସୁଷମା ବେହେରା , ଉପଦେଷ୍ଟା ପ୍ରଦୀପ କୁମାର ସାହୁ, ସଭାପତି ସୁବୋଧ କୁମାର ପ୍ରଧାନ, ସମ୍ପାଦକ ସରୋଜ କୁମାର ଭୋକ୍ତା ପ୍ରମୁଖ ମଂଚାସୀନ ଥିଲେ । ହରଭଙ୍ଗା ନାମରେ ମହୋତ୍ସବ ନାମିତ ହୋଇଥିବାରୁ ମୁଁ ଏହି ବ୍ଲକ ଅଧ୍ୟକ୍ଷାଭାବେ ଗର୍ବିତ। ପୁରୁଣା ଐତିହ୍ୟକୁ ପୂର୍ଣ୍ଣିଜିବିତ କରିବ ହରଭଙ୍ଗା ମହୋତ୍ସବ ବୋଲି କହିଛନ୍ତି।

ହରଭଙ୍ଗା ନାମକୁ ନେଇ ଅନେକ ସରକାରୀ ଅଫିସ ଅଛି, ଗମନାଗମନ ଅସୁବିଧା ଦର୍ଶାଇ ଏହି ଅଞ୍ଚଳ ବିକାଶରୁ ଦୁରେଇଯାଇଛି।ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି।  ଆଗାମୀ ଦିନରେ ଏହାର ପୁନଃରୁଦ୍ଧାର ପାଇଁ ଏହି ମହୋତ୍ସବ ସମସ୍ତଙ୍କୁ ଏକତ୍ରିତ କରିବ “ସାଂସ୍କୃତିକ ସନ୍ଧ୍ୟାରେ ପ୍ରଣାମ ଅନୁଷ୍ଠାନ ପକ୍ଷରୁ ନୃତ୍ୟୁ ସାଙ୍ଗକୁ ଶାଶ୍ୱତ ତ୍ରିପାଠିଙ୍କ ସମ୍ବଲପୁରୀ ଗୀତ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ମହୋତ୍ସବରେ ସମ୍ବଲପୁରୀ ବାଦ୍ୟ ଢୋଲ, ନିଶାନ ଓ ତାସାରେ ପୁରା ମଞ୍ଚ ଦୁଲୁକି ପଡିଥିଲା । ଲୋକମହୋତ୍ସବକୁ ଜାକଜକମରେ ପାଳନ କରିବାକୁ କମିଟି ପକ୍ଷରୁ ମୀନାବଜାର ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟ ଷ୍ଟଲ ଖୋଲାଯାଇଛି ।
ମହୋତ୍ସବ ଦେଖିବା ପାଇଁ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା । ସଂଜୀବ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସମାଜସେବୀ ପ୍ରକାଶ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।  ମହୋତ୍ସବ କମିଟିର ସଦସ୍ୟ ପ୍ରକାଶ ବେହେରା ପ୍ରଦୀପ କୁମାର ନାଏକ, ମାନଭଞ୍ଜନ ନାଏକ, ପ୍ରୀତି ରଞ୍ଜନ ଦାସ, ଶ୍ରୀକାନ୍ତ ସେଠି, ନଟବର ପ୍ରଧାନ, ନରୋତ୍ତମ ପ୍ରଧାନ , ଶ୍ରୀନିବାସ ସାହୁ, ବବଲୁ ଖଡ଼ିରତନ୍ନ, ବିକାଶ ବେହେରା, ଶୁଭଙ୍କର ପ୍ରଧାନ, ଲିଙ୍କନ ପଲିଆ, ପ୍ରଫୁଲ ସାହୁ, ଶ୍ରୀକାନ୍ତ ଦେହୁରୀ, ସୁରେଶ ନାଏକ ପ୍ରମୋଦ ଖମାରି, ରବିନ୍ଦ୍ର ଭୋକ୍ତା, ସଂଗ୍ରାମ ବେହେରା, ସୌମ୍ୟ ରଞ୍ଜନ ନାଏକ, ସମ୍ବାରୁ ନାଏକ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories