www.samajalive.in
Sunday, December 14, 2025
23.1 C
Bhubaneswar

ବରମୁଣ୍ଡା ନୂଆ ବସ୍ ଟର୍ମିନାଲ କାର୍ଯ୍ୟ ସମୀକ୍ଷା କଲେ ଫାଇଭ୍-ଟି ଅଧ୍ୟକ୍ଷ

ଭୁବନେଶ୍ୱର : ବରମୁଣ୍ଡା ପୁରୁଣା ବସ୍‌ଷ୍ଟାଣ୍ଡକୁ ଭଙ୍ଗାଯାଇ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି।  ପ୍ରାୟ ୧୫.୫ ଏକର ଜମିରେ ନିର୍ମାଣ କାମ ଚାଲିଛି। ଏ ନେଇ ମଙ୍ଗଳବାର ଭୋର ସମୟରେ ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଏହାର ନିର୍ମାଣ କାର୍ଯ୍ୟ କେତେଦୂର ଚାଲିଛି , ତାହାର ସମୀକ୍ଷା କରିଛନ୍ତି। ପରିଦର୍ଶନ କରିବା ସମୟରେ ସେ ନିର୍ମାଣକାରୀ ସଂସ୍ଥା ସୟ ଆଲୋଚନା କରିଛନ୍ତି। ନିର୍ମାଣ କାମକୁ ତ୍ବରାନ୍ବିତ  କରିବା ଲାଗି ବିଡିଏକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ରମାଗାର, ଆହର କେନ୍ଦ୍ର , ବସ୍‌ଷ୍ଟାଣ୍ଡର ସ୍ବଚ୍ଛତା, ଆଲୋକୀକରଣ ଆଦି କାମ ବିଷୟରେ ପଚାରି ବୁଝିଛନ୍ତି। ତେବେ ଏହି ଟର୍ମିନାଲ ହେଲେ ଯାତ୍ରୀମାନେ ବିମାନ ବନ୍ଦର ପରି ଏଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ପାଇପାରିବେ । ଫେବୃଆରୀ ସୁଦ୍ଧା ବସ ଟର୍ମିନାଲ କାମ ଶେଷ ହେବ ବୋଲି କୁହାଯାଉଛି ।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories