www.samajalive.in
Monday, December 8, 2025
13.1 C
Bhubaneswar

ଭିଜିଲାନ୍ସ ଜାଲରେ ଜଳସେଚନ କନିଷ୍ଠ ଯନ୍ତ୍ରୀ

ମାଲକାନଗିରି : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍ କରାଯାଉଛି। ମାଲକାନଗିରି ଜିଲ୍ଲା ଜଳସେଚନ ବିଭାଗର ଜେଇଇ ସଞ୍ଜୟ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ ଜାରି ରଖିଛି। ମାଲକାନଗରିରେ ଥିବା ଭଡା ଘର ଏବଂ କାର୍ଯ୍ୟାଳୟରେ ଚଢଉ ଚାଲିଛି। ମାଲକାନଗିରି ସମେତ ଜଳେଶ୍ବରେ ଥିବା ନିଜସ୍ବ ଘର ଏବଂ ଭୁବନେଶ୍ବରରେ ଥିବା ଏକ ଫ୍ଲାଟ୍ ଏବଂ ପୋଖରୀପୁଟରେ ଥିବା ଶ୍ବଶୁର ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଭାବରେ ଚଢଉ କରାଯାଉଛି। ତେବେ ପୂର୍ବରୁ ସଞ୍ଜୟଙ୍କ ନାଁରେ ବାରମ୍ବାର ଅଭିଯୋଗ ହେଉଥିଲା। ଠିକାଦାରଙ୍କ ଠାରୁ ଅଧିକ ପିସି ନେଉଥିଲେ। ହେଲେ କାମ କରାଇାଦେଉନଥିଲେ। ଅଧିକ ଅର୍ଥ ନଦେଲେ ବିଲ କରାଇଦେଉନଥିବା ଅଭିଯୋଗ ଆସିଥିଲା। ଯାହାକୁ  ଆଧାର କରି ଭିଜିଲାନ୍ସ ବିଭାଗ ଚଢଉ କରୁଛି। ମାଲକାନଗିରି ଭଡ଼ା ଘରୁ ଏ ପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର ଟଙ୍କା ନଗଦ ମିଳିଥିବାବେଳେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ପାସ୍ ବୁକ ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ବିଭାଗ।

Hot this week

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

Related Articles

Popular Categories