www.samajalive.in
Sunday, December 14, 2025
14.1 C
Bhubaneswar

ଦୀନବନ୍ଧୁ କହଁରଙ୍କୁ ‘ଆଦିବାସୀ ପ୍ରତିଭା ସମ୍ମାନ’

ଫୁଲବାଣୀ:କନ୍ଧମାଳ ନିବାସୀ କୁଇ ଲିପି ସୃଷ୍ଟିକର୍ତ୍ତା ଦୀନବନ୍ଧୁ କହଁରଙ୍କୁ ‘ଆଦିବାସୀ ପ୍ରତିଭା ସମ୍ମାନ-୨୦୨୪ । କନ୍ଧମାଳର ଦୀନବନ୍ଧୁ କହଁର କୁଇ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ସହିତ କୁଇ ଲିପି ଉଦ୍ଭାବନ କରିଥିଲେ। ଓଡ଼ିଶାରେ ଏକମାତ୍ର କୁଇ ଭାଷାକୁ ନେଇ ଗଠିତ କୁଇ ଭାଷା ସାହିତ୍ୟ ସମିତିର ସଭାପତି ଦାୟୀତ୍ଵ ତୁଲାଇବା ସଙ୍ଗେ ସଙ୍ଗେ କୁଇ ଭାଷାରେ ଅନେକ ପୁସ୍ତକ ଲେଖି ଆପଣାର ପ୍ରତିଭା ପ୍ରଦର୍ଶନ କରି ପାରିଛନ୍ତି। ତା’ଙ୍କ କୁଇ ସାହିତ୍ୟ ସୃଷ୍ଟି ମଧ୍ୟରୁ ୨ ଗୋଟି କୁଇ-ଓଡ଼ିଆ- ଇଂରାଜୀ ଅଭିଧାନ, କୁଇ ଛବି ବହି, ଇସିଂ,ଡେଲି(କାଳ), କୁଇ ଗା’ଜା ଓ କୁଇ ଅନୁବାଦ ବହି ଇତ୍ୟାଦି ପ୍ରକାଶିତ। ସେ ଜଣେ କୁଇ କବି, ଗାଳ୍ପିକ ଏବଂ ପ୍ରବୀଣ କୁଇ ଲେଖକ ଅଟନ୍ତି। ଦୀର୍ଘ ବର୍ଷ ଧରି କୁଇ ସାହିତ୍ୟ ସୃଷ୍ଟି କରି ଲିଭି ଯାଉଥିବା ଭାଷାକୁ ପ୍ରାଣ ପ୍ରତିଷ୍ଠା କରିବାରେ ସେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି।

ଫଳ ସ୍ଵରୂପ ଆଜି ତାଙ୍କର ପ୍ରତିଭାକୁ ସରକାର ସ୍ଵୀକୃତି ଦେଇଛନ୍ତି। ଓଡ଼ିଶାରେ ଦଶଜଣ ଆଦିବାସୀ ପ୍ରତିଭା ସମ୍ମାନିତ ହୋଇଛନ୍ତି। ତନ୍ମଧ୍ୟରୁ କନ୍ଧମାଳ ଜିଲ୍ଲାର ଦୀନବନ୍ଧୁ କହଁର ଅନ୍ୟତମ। ସେ ଆସିଷ୍ଟାଣ୍ଟ୍ ରେଜିଷ୍ଟ୍ରାର୍ କୋପରେଟିଭ୍ ସୋସାଇଟିରୁ ଅବସର ନେବା ପରେ କୁଇ ଭାଷା ସାହିତ୍ୟକୁ ଉଦ୍ ଜୀବିତ କରିବା ପାଇଁ ଆପ୍ରାଣ ଉଦ୍ୟମ କରି ଚାଲିଛନ୍ତି। ସାଧାରଣତନ୍ତ୍ର ଦିବସରେ ଭୁବନେଶ୍ୱରସ୍ଥିତ ଆଦିବାସୀ ପଡ଼ିଆରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଵିଭାଗ,ଓଡ଼ିଶା ସରକାରଙ୍କ ତରଫରୁ ଆୟୋଜିତ ଆଦିବାସୀ ମେଳା-୨୦୨୪ରେ ଜନଜାତି ସାହିତ୍ୟକୃତି ପାଇଁ ତା’ଙ୍କୁ ମନ୍ତ୍ରୀ ଜଗନ୍ନାଥ ସାରକା, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ସଚିବରୂପାରୋସନ୍ ସାହୁ, ନିର୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ସହକାରୀ ନିର୍ଦେଶକ   ସମରେନ୍ଦ୍ର ଭୂତିଆ, ଉପ ନିର୍ଦ୍ଦେଶକ ସନ୍ତୋଷ ରଥ ପୁରସ୍କାର ପ୍ରଦାନ କରିଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories