www.samajalive.in
Sunday, December 14, 2025
23.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓ କିସ୍ ଡିମଡ ବିଶ୍ଵବିଦ୍ୟାଳୟ  ମଧ୍ୟରେ ଚୁକ୍ତିପତ୍ର ସ୍ଵାକ୍ଷରିତ 

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ  ସିଣ୍ଡିକେଟ କକ୍ଷରେ ଅପରାହ୍ନରେ  ଭୁବନେଶ୍ବର  ସ୍ଥିତ କିସ୍ ଡିମଡ ବିଶ୍ଵବିଦ୍ୟାଳୟ  ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ଵାକ୍ଷର ହୋଇଛି । ଚୁକ୍ତିପତ୍ର ଅନୁଯାୟୀ ଉଭୟ ବିଶ୍ଵବିଦ୍ୟାଳୟ ମଧ୍ୟରେ  ବିଜ୍ଞାନ ,କଳା ଓ  ସାମାଜିକ ବିଜ୍ଞାନ ବିଭାଗ  ମଧ୍ୟରେ ଶିକ୍ଷାଦାନ ସହ  କର୍ମଚାରୀ, ଗବେଷକ, ଗବେଷିକା, ଅଭିଜ୍ଞତା, ଟ୍ରେନିଂ, ସେମିନାର, ସମ୍ମିଳନୀ, ମିଳିତ ଭାବେ ଆୟୋଜନ ସହ ଆଦାନ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ଏଥି ସହ ବିଭିନ୍ନ ପ୍ରକଳ୍ପ, ପେଟେଣ୍ଟ ଏବଂ ପବ୍ଲିକେସନ ମଧ୍ୟ ମିଳିତ ଭାବେ କରିବା , ଉଭୟଙ୍କ ମଧ୍ୟରେ ପରୀକ୍ଷାଗାର, ଲାଇବ୍ରେରୀ ସହ  ଅନାନ୍ୟ ସୁବିଧାର ବ୍ୟବହାର କରିପାରିବେ ବୋଲି ଉଲ୍ଲେଖ ରହିଛି। ଚୁକ୍ତିପତ୍ର ସ୍ଵାକ୍ଷର ବେଳେ କିସ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି  ଦୀପକ କୁମାର ବେହେରା, କୁଳସଚିବ ପ୍ରଶାନ୍ତ କୁମାର  ରାଉତରାୟ , ଆଇକ୍ୟୁଏସିର ନିର୍ଦେଶକ ପ୍ରଫେସର  ଯୁଗଳ କିଶୋର ମିଶ୍ର  ରହିଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ , କୁଳସଚିବ ସଚ୍ଚିଦାନନ୍ଦ ନାୟକ, ଉପ କୁଳସଚିବ ବାବୁଜୀ ସାମଲ ,ବିତ୍ତ ନିୟନ୍ତ୍ରକ ଅଶୋକ କୁମାର  ଧଙ୍ଗଡାମାଝି, ଆଇକ୍ୟୁଏସିର ନିର୍ଦେଶକ ପ୍ରଫେସର୍  ସୁଧାକର ପାତ୍ର, ଆଇକ୍ୟୁଏସିର ଯୁଗ୍ମ ନିର୍ଦେଶକ ଲକ୍ଷ୍ମୀଧର ରାଉତ, ସିଡିସି ନିର୍ଦେଶକ ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ, ଏଚଆରଡିସି ନିର୍ଦ୍ଦେଶକ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ,ପ୍ରଫେସର୍ ସୃତି ଦାସ ପ୍ରମୁଖ ଉପସ୍ଥିତ ରହି ସ୍ଵାକ୍ଷରପତ୍ରକୁ ଆଦାନ ପ୍ରଦାନ କରିଥିଲେ। ଏହି ଚୁକ୍ତିନାମା ୬ ବର୍ଷ ପାଇଁ କରାଯାଇଥିବା ବେଳେ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି କୁଳପତି ସୂଚନା ଦେଇଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories