ଭୁବନେଶ୍ବର: ଡିପ୍ଲୋମା ଇନ୍ ଫାର୍ମାସି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆସନ୍ତା ୩୦ରୁ ଅନୁଷ୍ଠିତ ହେବ। ଏହା ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ ବୋଲି ଓଡ଼ିଶା ରାଜ୍ୟ ଫାର୍ମାସି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସରକାରୀ ଏବଂ ସ୍ବୀକୃତିପ୍ରାପ୍ତ ୫୭ ଶିକ୍ଷାନୁଷ୍ଠାନରୁ ୬୦୧୮ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ରାଜ୍ୟରେ ମୋଟ ୧୯ଟି କେନ୍ଦ୍ରରେ ପରୀକ୍ଷା ହେବ। ସମସ୍ତ ପରୀକ୍ଷା ପୂର୍ବାହ୍ଣ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର୍ଥୀ ନିଜର ପ୍ରବେଶପତ୍ର, ପଞ୍ଜୀକରଣ ପତ୍ର, ଶିକ୍ଷାନୁଷ୍ଠାନର ପରିଚୟ ପତ୍ର ଏବଂ ଆଧାର ସହ ପୂର୍ବାହ୍ଣ ୯ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବୋର୍ଡ ତରଫରୁ ନିର୍ଦେଶ ଦିଆଯାଇଛି।
Popular Categories



