www.samajalive.in
Saturday, December 13, 2025
27.1 C
Bhubaneswar

ଅପରାଧ ଆଇନର ପ୍ରଣୟନ ଯୋଗୁଁ ଦେଶର ନ୍ୟାୟିକ ବ୍ୟବସ୍ଥା ନୂତନ ଯୁଗରେ ପ୍ରବେଶ କରିପାରିଛି

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ସ୍ଥାପନର ୭୫ ବର୍ଷ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ନ୍ୟାୟିକ ବ୍ୟବସ୍ଥାର ସଶକ୍ତୀକରଣ ହେଉଛି ବିିକଶିତ ଭାରତର ଅଂଶବିଶେଷ। ତିନିଟି ଅପରାଧ ଆଇନର ପ୍ରଣୟନ ଯୋଗୁଁ ଦେଶର ନ୍ୟାୟିକ ବ୍ୟବସ୍ଥା ନୂତନ ଯୁଗରେ ପ୍ରବେଶ କରିପାରିଛି ବୋଲି ସେ କହିଛନ୍ତି। ଆଜକୁ ଦୀର୍ଘ ବର୍ଷ ଧରି କାର୍ଯ୍ୟକାରୀ ହୋଇଆସୁଥିବା ଆଇନର ରୂପାନ୍ତରୀକରଣ ପ୍ରକ୍ରିୟାକୁ ଯଥାସମ୍ଭବ ସ୍ବଚ୍ଛ ଓ ଗ୍ରହଣଯୋଗ୍ୟ କରିବା ଆମ ପକ୍ଷରେ ଏକ ଆହ୍ବାନ ପାଲଟିଛି।

ଏହି ପରିପ୍ରେକ୍ଷୀରେ ସରକାରୀ କର୍ମଚାରୀଙ୍କୁ ଆବଶ୍ୟକ ତାଲିମ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଉପରୁ ଚାପ ହ୍ରାସ କରିବା ଉଦ୍ଦେଶ୍ୟରେ ସରକାର ‘ଜନ ବିଶ୍ବାସ’ ବିଲ୍‌ ଆଗତ କରିବାକୁ ଯାଉଛନ୍ତି। ପୁନଶ୍ଚ ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ କରିବାରେ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଥିବାରୁ ଏହା ବାସ୍ତବିକ ପ୍ରଶଂସନୀୟ ବୋଲି ମୋଦୀ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟରେ ଡିଜିଟାଲ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇଥିବାରୁ ସାଧାରଣ ଲୋକେ ଉପକୃତ ହୋଇପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

- Advertisement -

ଏହାଦ୍ବାରା ଲୋକେ ଚୂଡାନ୍ତ ରାୟର ନକଲ ସୁବିଧାରେ ପାଇପାରୁଥିବାବେଳେ ସର୍ବୋଚ୍ଚ ନ୍ୟାୟାଳୟକୁ ଆସୁଥିବା ଲୋକଙ୍କ ପାଇଁ ଇ-ପାସ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିପାଇଁ ‘ସୁସ୍ବାଗତମ’ ଅନଲାଇନ ଆପ୍‌ ବ୍ୟବସ୍ଥା କରାଯାଇଛି। ଖୁବଶୀଘ୍ର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ୱାର ରୁମ୍‌ (ଯୁଦ୍ଧ ପ୍ରକୋଷ୍ଠ) ସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ନ୍ୟାୟପାଳିକାରେ ମହିଳା କର୍ମଚାରୀ ଓ ବିଚାରପତିଙ୍କ ସଂଖ୍ୟା ୩୬ ପ୍ରତିଶତରେ ପହଞ୍ଚିଥିବାରୁ ଏହା ଏକ ଶୁଭ ସଙ୍କେତ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ୧୯୫୦ ଜାନୁଆରୀ ୨୮ରେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଥମ ଶୁଣାଣି ଅନୁଷ୍ଠିତ ହୋଇଥିଲା।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories