www.samajalive.in
Monday, December 15, 2025
16.1 C
Bhubaneswar

ଜନଗଣଙ୍କୁ ସଜାଗ, ସତର୍କ କରି ସୁସ୍ଥ ସମାଜ ଗଠନରେ ମହନୀୟ ଭୂମିକା ଗ୍ରହଣ କରେ ଗଣମାଧ୍ୟମ 

ଗୁରୁଡିଝାଟିଆ: ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ନାମରେ ପରିଚିତ। ଜନଗଣଙ୍କୁ ସଜାଗ, ସତର୍କ କରି ସୁସ୍ଥ ସମାଜ ଗଠନ ଦିଗରେ ମହନୀୟ ଭୂମିକା ନିଭାଇଥାଏ। ମଣିଷ ଭିତରେ ମାନବିକତାର ଭାବଧାରା ସୃଷ୍ଟି କରି ସୁନାମ ଆଣିଥାଏ। ଶାସନ ବ୍ୟବସ୍ଥାରେ ପଥହୁଡା ଶାସକକୁ ବାରମ୍ବାର ଚେତେଇ ଦେଇଥାଏ ଠିକଣା ବାଟ ବୋଲି ‘ହାକରା’ ସାପ୍ତାହିକ ସମ୍ବାଦପତ୍ରର ବାର୍ଷିକ ଉତ୍ସବ ସୁପ୍ରିମକୋର୍ଟର ଆଇନଜୀବି ତଥା ହିନ୍ଦ ମଜଦୂର ସଭା ଯୁବ ସଭାପତି ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି।

ସାମ୍ବାଦିକ ସୁରେନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାପ୍ତାହିକ ‘ହାକରା’ ବାର୍ଷିକ ଉତ୍ସବରେ ସାମ୍ବାଦିକ ସଂଗ୍ରାମ କେଶରୀ ଷଡଙ୍ଗୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ନିରପେକ୍ଷ ସାମ୍ବାଦିକତା ଉପରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ କୃଷ୍ଣପ୍ରସାଦ ପଟ୍ଟନାୟକ, କଟକ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା, ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ମଲ୍ଲିକ , ହାକରାର ମୁଖ୍ୟ ସଂପାଦକ ବସନ୍ତ କୁମାର ସାହାଣୀ ପ୍ରମୁଖ ଯୋଗଦେଇଥିଲେ।

- Advertisement -

ପ୍ରାରମ୍ଭରେ କବି ସୁବାସ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରବୋଧ ବିଶ୍ୱାଳ ଗୁରୁଗୌରବ ସମ୍ମାନରେ ଶିକ୍ଷାବିତ୍ ରାଜକିଶୋର ଖଟୁଆଙ୍କୁ ,ହରମୋହନ ପ୍ରଧାନଙ୍କୁ ପୂର୍ବତନ ବିଧାୟକ ରସାନନ୍ଦ ସାହୁ ଆମ ଗୌରବ ସମ୍ମାନ, ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରାଙ୍କୁ ଗୋପାଳ ସାହାଣୀ ବୈଦ୍ୟବିଶାରଦ ସମ୍ମାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୃଷ୍ଣପ୍ରସାଦ ପଟ୍ଟନାୟକ ଓ ଆଠଗଡ ଏସଡିପିଓ ଶ୍ରୀ ମଲ୍ଲିକଙ୍କୁ ଆମ ପୁଲିସ ସେବା ସମ୍ମାନ ,ସାମ୍ବାଦିକ ସୁଧିରଞ୍ଜନ ଦାଶ ଓ ନୀଳକଣ୍ଠ ଦୋରାଙ୍କୁ ଆଦର୍ଶ ସମ୍ବାଦିକତା ସମ୍ମାନ, ଲିପିକା ମହାନ୍ତିଙ୍କୁ ଆଦର୍ଶ ଶିକ୍ଷା ସାଧନା ସମ୍ମାନ ସହିତ ୨୧ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନ ପ୍ରଦାନ କରାଯାଇଥିଲ।

ରଶ୍ମୀରଞ୍ଜନ ସାହାଣୀ ଉତ୍ସବର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିବା ବେଳେ ସ୍ତମ୍ଭକାର ସୁରେଶ କୁମାର ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସୌମ୍ୟରଞ୍ଜନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories