www.samajalive.in
Saturday, December 13, 2025
26.1 C
Bhubaneswar

ଫେବୃଆରୀରେ ଦୁଇ ଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ!

ଭୁବନେଶ୍ବର: ୨୦୨୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ମାସରେ ଦୁଇ ଦୁଇ ଥର ଓଡ଼ିଶା ଗସ୍ତ କରିପାରନ୍ତି। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଫେବୃଆରୀ ୩ ତାରିଖରେ ମୋଦୀ ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ଫେବୃଆରୀ ୧୦ରେ ସେ ପୁଣି ଓଡ଼ିଶା ଆସିପାରନ୍ତି। ଏନେଇ ରବିବାର ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

ରାଜ୍ୟ ସଭାପତିଙ୍କ ସୂଚନା ମୁତାବକ, ଭାରତୀୟ ଜନତା ପାର୍ଟି ସାରା ଦେଶରେ ଦୁଇଟି ବିଶାଳ ମହିଳା ସମାବେଶର ଆୟୋଜନ କରିବାକୁ ଯାଉଛି। ଗୋଟିଏ ମଧ୍ୟପ୍ରଦେଶ ଏବଂ ଆଉ ଗୋଟିଏ ଓଡ଼ିଶାରେ ଆୟୋଜିତ ହେବ। ଫେବ୍ରୁଆରୀ ୧୦ ତାରିଖରେ ଭୁବନେଶ୍ୱରରେ ଏହି ବିଶାଳ ସମାବେଶ ଆୟୋଜିତ ହେବ। ଏହି ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ମହିଳାମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ବରରେ ହେବାକୁ ଥିବା ଏହି ବିଶାଳ ମହିଳା ସମାବେଶରେ ୧୪ ରାଜ୍ୟର ୨୫ ହଜାରରୁ ଅଧିକ ମହିଳା ଏକାଠି ହେବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories