www.samajalive.in
Saturday, December 6, 2025
19.1 C
Bhubaneswar

ପଞ୍ଚମ ଦିନରେ ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ

ଲାଞ୍ଜିଗଡ: ସିଂହାସନ ଆରୋହଣ ସହିତ ବିଜୁଳି କନ୍ୟାର ଶୂନ୍ୟବାଣୀରେ ଭୀତତ୍ରସ୍ତ ହୋଇ ପଡ଼ିଛନ୍ତି ମହାରାଜ କଂସ। ନବବିବାହିତା ଭଉଣୀ ଦେବକୀ ଓ ଭିଣୋଇ ବସୁଦେବଙ୍କୁ ତତକ୍ଷଣାତ ବନ୍ଦୀଶାଳାରେ ନିକ୍ଷେପ କରିଛନ୍ତି। ଦେବକୀ-ବସୁଦେବଙ୍କ ଔରସରୁ ଜାତ ଗୋଟିକ ପରେ ଗୋଟିଏ ସନ୍ତାନଙ୍କୁ ହତ୍ୟା କରିବାକୁ ନେଇଛନ୍ତି ଦୁର୍ବାର ଶପଥ। ସେହିପରି ସୈନ୍ୟସାମନ୍ତ ସହ ସ୍ବର୍ଗପୁରୀ ଆକ୍ରମଣ କରି ଇନ୍ଦ୍ରଦେବଙ୍କ ଗର୍ବକୁ ଖର୍ବ କରିବାକୁ ଯୋଜନା କରିଛନ୍ତି। ଇତିମଧ୍ୟରେ ପ୍ରତିଶୋଧ ପରାୟଣ କଂସ ଦେବକୀ-ବସୁଦେବଙ୍କ ପ୍ରଥମ ସନ୍ତାନର ଜୀବନ ନେଇଛନ୍ତି। ସେହିପରି ପୂର୍ବ ଯୋଜନା ଅନୁଯାୟୀ ସ୍ବର୍ଗପୁର ଆକ୍ରମଣ କରି ସ୍ବର୍ଗର ରାଜା ଇନ୍ଦ୍ରଦେବଙ୍କୁ ନିଜ ବଶ୍ୟତା ସ୍ବୀକାର କରିବାକୁ ବାଧ୍ୟ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁରଠାରେ ପଞ୍ଚମ ଦିନରେ ପହଞ୍ଚିଛି ଧନୁଯାତ୍ରା। ଶନିବାର ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ସ୍ବର୍ଗର ଦେବତାଙ୍କ ସହିତ କଂସାସୁରଙ୍କ ସେନାବାହିନୀର ଘମାଘୋଟ ଲଢ଼େଇ ଆଦି ଏସବୁ ଦୃଶ୍ୟ ହଜାର ହଜାର ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲା। କଂସ ଭୂମିକାରେ ସୁନାମଧନ୍ୟ କଳାକାର ଆର୍ତ୍ତତ୍ରାଣ ସୁନାନୀଙ୍କ ଦମଦାର ଅଭିନୟ, ଓଜନଦାର ସଂଳାପ ଦର୍ଶକଙ୍କୁ ଅଭିଭୁତ କରିଥିବାବେଳେ ମହାମନ୍ତ୍ରୀ ଶକ୍ରାଜିତ ଭାବେ ଧନେଶ୍ବର ବାଗ, ସେନାପତି ଭାବେ ଲୋକେଶ ରଞ୍ଜନ ସୁନାନୀ ଓ ଅନ୍ୟ କଳାକାରଙ୍କ ଅଭିନୟ ବିଳମ୍ବିତ ରାତି ଯାଏଁ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। କଂସ ଦରବାରରେ ରାଜ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ବ୍ଲକ ଯୋଗାଣ ଅଧିକାରୀ ଦିଲୀପ କୁମାର ନାୟକ, ବ୍ଲକ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସରୋଜ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ପ୍ରସାଦ ପଣ୍ଡା, ଅବସରପ୍ରାପ୍ତ ମୁଖ୍ୟ କିରାଣୀ ଶିବ ନାରାୟଣ ଦେହୁରୀ, ବିଶ୍ବନାଥପୁର ବଣିକ ସଂଘର ସଭାପତି ପ୍ରମୋଦ ଗୋୟଲ ପ୍ରମୁଖ ଯୋଗ ଦେଇଥିଲେ। ରାଜ ଦରବାରରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ ସୁଶୀଲ କୁମାର ବାଗ ଓ କିଶୋର କୁମାର ଘଡେଇ। ଧନୁଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା ପ୍ରଦୀପ କୁମାର ଘଡ଼େଇ, ସଭାପତି ଅନନ୍ତ ପ୍ରଧାନୀ, କାର୍ଯ୍ୟକାରୀ ସଭାପତି ଅଚ୍ୟୁତାନନ୍ଦ ଘଡ଼େଇ, ଉପସଭାପତି ମୀନକେତନ ଦଳେଇ, ସାଧାରଣ ସଂପାଦକ ମନୋରଞ୍ଜନ ବିଶି, ଯୁଗ୍ମ ସଂପାଦକ ତରୁଣ କୁମାର ଦାସ, କ୍ଷୀରସିନ୍ଧୁ ସାହୁ, କୋଷାଧ୍ୟକ୍ଷ ମନମୋହନ ନାଏକ, ଘନଶ୍ୟାମ ସୁନା, ଧବଳେଶ୍ଵର ଠେଲା, ବନବିହାରୀ ଦଳେଇଙ୍କ ସହିତ କମିଟିର ସମସ୍ତ ସଦସ୍ୟ ଏବଂ ଉପଦେଷ୍ଟା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories