www.samajalive.in
Tuesday, December 9, 2025
26.1 C
Bhubaneswar

ବ୍ୟକ୍ତିଙ୍କୁ ଜୋତାରେ ନିର୍ଦ୍ଧୁମ ପିଟିଲେ ରାହତ ଫତେହ ଅଲୀ ଖାନ; ଭିଡିଓ ଭାଇରାଲ୍‌ ପରେ କହିଲେ..

ମୁମ୍ବଇ: ଲୋକପ୍ରିୟ ପାକିସ୍ତାନୀ ଗାୟକ ରାହତ ଫତେହ ଅଲୀ ଖାନ ବିବାଦରେ ଫସିଛନ୍ତି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏକ ଭିଡିଓ ହିଁ ତାଙ୍କୁ ବିବାଦ ଘେରକୁ ଟାଣିଛି। ସାମାଜିକ ଗଣମାଧ୍ୟମରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି, ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କୁ ମନଇଚ୍ଛା ମାଡ ମାରୁଛନ୍ତି। ସେ ସେହି ବ୍ୟକ୍ତିଙ୍କୁ ଜୋତାରେ ନିର୍ଦ୍ଧୁମ ଫିଟୁଥିବା ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ସଫେଇ ଦେଇଛନ୍ତି ଗାୟକ।

ରାହତ ଫତେହ ଅଲୀ ଖାନ ଏହି ଭିଡିଓରେ ନିଜର ଜଣେ ଶିଷ୍ୟଙ୍କୁ ଅତ୍ୟନ୍ତ ନିର୍ଦୟ ଭାବେ ମାଡ ମାରୁଥିବା ନଜର ଆସିଛନ୍ତି। ସାମାଜିକ ଗଣମାଧ୍ୟମରେ ୟୁଜରମାନେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଏହାକୁ ନେଇ ଗାୟକଙ୍କୁ ଖୁବ୍‌ ସମାଲୋଚନା କରାଯାଇଛି। ଏବେ ରାହତ ଫତେହ ଅଲୀ ଖାନ ତାଙ୍କର ଏହି ହରକତକୁ ନେଇ କ୍ଷମା ମାଗିଛନ୍ତି। ଭିଡିଓରେ ସେ ଶିଷ୍ୟଙ୍କୁ ମଦ ବୋତଲ ହଜିବା ନେଇ ଜୋତାରେ ପିଟୁଛନ୍ତି। ଏଥିସହ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି।

- Advertisement -


ଗାୟକ କ୍ଷମା ମାଗୁଥିବାର ଏକ ଭିଡିଓ ଜାରି କରିଛନ୍ତି। ଭିଡିଓରେ ଗାୟକ ଏହାକୁ ଗୁରୁ ଏବଂ ଶିଷ୍ୟ ମଧ୍ୟର ବ୍ୟକ୍ତିଗତ ବିଷୟ ବୋଲି କହିଛନ୍ତି। ଭିଡିଓରେ ଦଣ୍ଡିତ ହୋଇଥିବା ବ୍ୟକ୍ତିଙ୍କୁ ସେ ନଭିଦ୍‌ ହସନୈନ ଭାବେ ପରିଚିତ କରାଇଛନ୍ତି। ବ୍ୟକ୍ତି ଜଣକ ଭିଡିଓରେ କହିଛନ୍ତି ଯେ, ସେ ବୋତଲ ହଜାଇ ଦେଇଥିଲେ ଏବଂ ଏହା ଭୁଲି ଯାଇଥିଲେ। ସେ କହିଛନ୍ତି, ‘‘ସେ ମୋ ପିତା ଏବଂ ମୋ ଗୁରୁ। ସେ ଆମକୁ ବହୁତ ଭଲ ପାଆନ୍ତି। ଯିଏବି ଏହି ଭିଡିଓ ଲିକ୍‌ କରିଛି, ସେ ମୋ ଗୁରୁଙ୍କୁ ବଦନାମ କରିବା ପାଇଁ ବ୍ଲାକମେଲ କରୁଛି।’’ ଭିଡିଓରେ ରାହତ କହିଛନ୍ତି, ପରବର୍ତ୍ତୀ ସମୟରେ ସେ ନିଜ ଶିଷ୍ୟଙ୍କୁ କ୍ଷମା ମଧ୍ୟ ମାଗିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ରାହତ ଫତେହ ଅଲୀ ଖାନଙ୍କୁ ସମାଲୋଚନା କରୁଛନ୍ତି। ସୋସିଆଲ ମିଡିଆରେ ଗାୟକଙ୍କୁ ଖୁବ୍‌ ଟ୍ରୋଲ୍ କରାଯାଉଛି।

ଏଠାରେ ସୂଚନାଯୋଗ୍ୟ, ରାହତ ଫତେହ ଅଲୀ ଖାନ ଅନେକ ବଲିଉଡ ଫିଲ୍ମ ପାଇଁ ହିଟ୍ ଗୀତ ଗାଇଛନ୍ତି। ଟିଭି ସିରିଏଲର ୫୦ରୁ ଅଧିକ ଟାଇଟଲ୍ ଟ୍ରାକ୍ ସହ ଉଭୟ ହଲିଉଡ ଓ ବଲିଉଡରେ ୧୦୦ରୁ ଅଧିକ ଗୀତ ଗାଇଛନ୍ତି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories