www.samajalive.in
Friday, December 12, 2025
26.1 C
Bhubaneswar

ଗଣତନ୍ତ୍ର ଆମକୁ ଆମର ଅଧିକାର ଆଉ ଦାୟିତ୍ବ ଉଭୟ ଦିଗରେ ସଚେତନ କରିଥାଏ-କୁଳପତି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ଜାନୁଆରୀ ୨୬, ୧୯୫୦ରେ ଆମ ଦେଶର ପବିତ୍ର ସମ୍ବିଧାନ କାର୍ଯ୍ୟକାରୀ ହେବା ସହ ଭାରତ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହୋଇଥିଲା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧରୁ ଆମେ ଆହୁରି ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରିବାକୁ ପ୍ରେରଣା ପାଇଥିଲେ। ଗଣତନ୍ତ୍ର ଆମକୁ ଆମର ଅଧିକାର ଆଉ ଦାୟିତ୍ବ ଉଭୟ ଦିଗରେ ସଚେତନ କରିଥାଏ। ଗଣତାନ୍ତ୍ରିକ ଦେଶ ଭାବେ ସବୁରି ପାଇଁ ଶିକ୍ଷା, ସ୍ବାସ୍ଥ୍ୟା ଏହିପରି ମୌଳିକ ସ୍ବପ୍ନ ଓ ସମ୍ଭାବନାରୁ ଆଜି ଆମର ଏହି ଉତ୍କଳ ବିଶ୍ବବିଦ୍ୟାଳୟ ୧୯୪୩ ମସିହାରୁ ପ୍ରତିଷ୍ଠିତ ହୋଇଛି। ଉତ୍କଳ ବିଶ୍ବବିଦ୍ୟାଳୟ ଶିକ୍ଷା, ଗବେଷଣା ଓ ସାମାଜିକ ଦାୟିତ୍ବବୋଧକୁ ସୁଚାରୁ ରୂପେ ତୁଲାଇବାରେ ନିରନ୍ତର ପ୍ରୟାସ ଜାରି ରଖିଛି। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ଅର୍ଥାତ ୨୦୩୬ ମସିହାବେଳକୁ ଉତ୍କଳ ବିଶ୍ବବିଦ୍ୟାଳୟକୁ କେମିତି ଆମେ ଶ୍ରେଷ୍ଠତମ ସ୍ତରରେ ପହଞ୍ଚାଇ ପାରିବା ସେଥିପାଇଁ ଆମକୁ ଏବେଠାରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି କୁଳପତି ପ୍ରକାଶ କରିଛନ୍ତି।

ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ ସ୍ବାଗତ ଅଭିଭାଷଣ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୱର୍ଡେନ ପ୍ରଫେସର ପ୍ରବୋଧ କୁମାର ହୋତା, କୁଳସଚିବ ଡ.କାହ୍ନୁଚରଣ ଧୀର, ବିତ୍ତ ନିୟନ୍ତ୍ରକ ଗୌତମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ଚିତ୍ତାକର୍ଷକ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରାଯାଇଥିଲା।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories