ରାଜ୍ୟର ବିଭିନ୍ନ ସ୍ଥାନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳବାଇ ପଡିଆରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏନଏସି ପକ୍ଷରୁ ଆୟୋଜିତ ଏହି ଦିବସରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସଂନ୍ତୋଷ ସିଂହ ସାଲୁଜା ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ସଂମାନିତ ଅତିଥି ଭାବେ ଏନଏସି ଅଧକ୍ଷ ବରିୟାମ ସିଂହ ସାଲୁଜା, ଉପାଧ୍ୟକ୍ଷା ମନୋରମା ରାଉତ, କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଯୋଗ ଦେଇଥିଲେ। କଣ୍ଟାବାଞ୍ଜି ସହର ବିଭିନ୍ନ ସ୍କୁଲ କଲେଜରୁ ପ୍ରାୟ ୩୨ ଗୋଟି ପ୍ୟାରେଡ଼ ଦଳ ପ୍ୟାରେଡ଼ କରିଥିଲେ।

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କଣ୍ଟାବାଞ୍ଜି ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତେଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ ସ୍ବାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ସଙ୍କୁଳର ସଙ୍କୁଳ ପ୍ରମୁଖ ରାମଚନ୍ଦ୍ର ସାହୁ ଜାତୀୟ ପତାକା ଉତ୍ତୋଳନ କରି ସମସ୍ତଙ୍କୁ ରାଷ୍ଟ୍ରଭକ୍ତିର ବାର୍ତ୍ତା ପ୍ରଦାନ ପୂର୍ବକ ଜଣେ ଜଣେ ଶ୍ରେଷ୍ଠ ରାଷ୍ଟ୍ରଭକ୍ତ ହେବା ପାଇଁ ଆହ୍ଵାନ ଦେଇଥିଲେ।

କଣ୍ଟାବାଞ୍ଜୀ ଉତ୍କଳ ଵାଳାଶ୍ରମଠାରେ ୭୫ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜୀ ଏନ ଏ ସି ନଗରପାଳ ବରିୟମ ସିଂ ସାଲୁଜା, ସମ୍ମାନୀତ ଅତିଥି ରୂପରେ ଚିନ୍ମୟ କୁମାର ଯୋଷୀ, ଅଶୋକ ଛାପଡିଆ, ଲଲିତ ଅଗ୍ରବାଲ ଯୋଗ ଦେଇଥିଲେ।

ଗୋପାଳପୁର: ହଳଦିଆ ପଦର ସ୍ଥିତ ଆଦର୍ଶ ଶାନ୍ତି କମିଟି ଟ୍ରଷ୍ଟ ତରଫରୁ ୭୫ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ଟ୍ରଷ୍ଟର ସଭାପତି ରାଧାକୃଷ୍ଣ ନାୟକ ପତାକା ଉତ୍ତୋଳନ କରିଥିଲେ। ପାଣିପଞ୍ଚାୟତର ସଭାପତି କୃଷ୍ଣ କୁମାର ଶର୍ମା ଓ ବିଜନେସ କମିଟି ସଭାପତି ସୁନୀଲ କୁମାର ପାଣିଗ୍ରାହୀ, ବାଳକୃଷ୍ଣ ସାହୁ, ପ୍ରଦୀପ କୁମାର ପାଢ଼ୀ ଓ ସହଦେବ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ପି. ଏମ. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ମିଲିଟାରୀ ଷ୍ଟେସନରେ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାଚାର୍ଯ୍ୟ ବିରଞ୍ଚି ନାରାୟଣ ଦାସ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀମାନଙ୍କୁ ଗଣତନ୍ତ୍ରର ମହତ୍ତ୍ୱ ଓ ଗାରିମା ବିଷୟରେ ପ୍ରେରଣାଦାୟୀ ଉଦବୋଧନ ପ୍ରଦାନ କରିଥିଲେ। ପ୍ରାଚାର୍ଯ୍ୟଙ୍କ ପତ୍ନୀ ମମତା ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ପାଲୁର ହିଲ ସ୍ତିତ ନିଷ୍ଟ୍ ଅନୁଷ୍ଠାନ ପରିସରରେ ଗଣତନ୍ତ୍ର ଦିବସ ପାଳିତ ହୋଇଥିଲା। ଗଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ନେଭି ର ପିଟି ଅଫିସର ପ୍ରମୋଦ ପାଣିଗ୍ରାହୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନିଷ୍ଟ୍ ଅନୁଷ୍ଠାନର ଅଧକ୍ଷ ଡ଼ ପି ରାଜେଶ କୁମାର, ଉପ ଅଧକ୍ଷ ଡ଼ ବିଷ୍ଣୁଙ୍କର ନାୟକ, ପ୍ରଶାସନ ମୁଖ୍ୟ ସୟଦ ସୁଲେମାନ ଅଲି ଛାତ୍ରଛାତ୍ରୀ ଙ୍କୁ ସମ୍ବୋଧନ କରିଥିଲେ ଏବଂ ପରେଡ ସମୟରେ ଅଭିବାଦନ ଗ୍ରହଣ କରିଥିଲେ।

ଗୋପାଳପୁର ଠାରେ ଥିବା ଗୋପାଳପୁର ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଗଣତନ୍ତ୍ର ଦିବସ ପାଳନ ଅବସରରେ ମହାବିଦ୍ୟାଳୟ ପରିଚାଳନା କମିଟିରର ଅଧ୍ୟକ୍ଷ ସିଏଚ ଡିଲେଶ‌ର ରେଡ୍ଡୀଙ୍କ ଦ୍ବାରା ପତାକା ଉତ୍ତୋଳନ କରାଯାଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷ ରାମ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ବେଳେ ସ୍କାଉଟସ ଏବଂ ଗାଇଡେଡ ବିଦ୍ୟାର୍ଥୀଙ୍କ ଦରବାର ପ୍ୟାରେଡ ପ୍ରଦର୍ଶନ କରା ଯାଇଥିଲା।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଗଣତନ୍ତ୍ର ଦିବସ ପାଳନ ଅବସରରେ ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଳ ସଚିବ ସଚ୍ଚିଦାନନ୍ଦ ନାୟକ, ଉପ କୁଳସଚିବ ଡ଼ ବାପୁଜୀ ସାମଲ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳଙ୍କ ସମେତ ସମସ୍ତ ପ୍ରଧ୍ୟାପକ ମାନେ ଉପସ୍ଥିତ ରହିଥିଲେ।

କନିଷି ସ୍ଥିତ ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯାଳୟ ପରିସରରେ ଅନୁଷ୍ଠିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଡିଓ ଅଂଶୁମାନ ମହାପାତ୍ର, ଉପାଧକ୍ଷା ଅନିତା ମହାଙ୍କୁଡଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

ଜି ଉଦୟଗିରି: ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟଳୟରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସରକାରଙ୍କ ଯୋଜନାର ସଫଳ ରୂପାୟନ ପାଇଁ ସହଯୋଗ କାମନା କରିଥିଲେ। ପରେ ମାଲିକାପଡ଼ି ସରପଞ୍ଚ ଝରଣା ପ୍ରଧାନ ଲ୍ୟମ୍ପା ସଭାପତି ଜମେସ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ରୋଗୀଙ୍କୁ ଫଳ ଓ ପାଉରୁଟି, ଉପକାରାଗାରରେ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ସେହିପାରି ତହସିଲ କାର୍ଯ୍ୟାଳୟରେ ତହସିଲଦାର ରଞ୍ଜନ କୁମାର ସାହୁ ପତାକା ଉତ୍ତୋଳନ କରିଥିଲେ। ଉପଖଣ୍ଡ ପୋଲିସ୍ କାର୍ଯ୍ୟାଳୟରେ ଉପଖଣ୍ଡ ପୋଲିସ୍ ଅଧିକାରୀ ବିଜୟ କୁମାର ବିଶି ପତାକା ଉତ୍ତୋଳନ କରିଥିଲେ, ଆଦର୍ଶ ଥାନାରେ ଥାନା ଅଧିକାରୀ ଅଜୟ କୁମାର ସ୍ଵାଇଁ ପତାକା ଉତ୍ତୋଳନ କରିଥିଲେ, ବାନାଞ୍ଚଳ କାର୍ଯ୍ୟଳୟରେ ବନାଞ୍ଚଳ ଅଧିକାରିଣୀ କାଜଲ୍ ନାୟକ ପତାକା ଉତ୍ତୋଳନ କରିଥିଲେ, ପ୍ରେସ କ୍ଲବ ରେ ବରିଷ୍ଟ ସାମ୍ବାଦିକ ଶିଶିର ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ, ସେହିପରି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଜନରାଜ୍ୟ ଦିବସ ପାଳିତ ହୋଇଯାଉଛି।

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ସମସ୍ତ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ, କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ସକାଳ ୭.୩୦ ମିନିଟରେ ପ୍ରତ୍ୟେକ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ, ପଞ୍ଚାୟତ ମାନଙ୍କରେ ଓ କାଶିମ ଚାଚା ମଧ୍ୟ ନିଜ ବାସ ଗୃହ ସମ୍ମୁଖରେ ପତାକା ଉତ୍ତୋଳନ କରିଥିବା ବେଳେ ପୂଜାରିଗୁଡା ପଞ୍ଚାୟତର ବିନିସପୁର ଗ୍ରାମ ନିକଟରେ ଥିବା ସହିଦ ପୀଠରେ ବ୍ଲକର ଲୋକେ ମିଳିତରେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ୮ଟା ସମୟରେ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟ ମାନଙ୍କରେ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀ ମାନେ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ।

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲିରେ ଥିବା ମିନି ଷ୍ଟାଡିୟମ୍ ଠାରେ ୨୬ ତାରିଖ ଶୁକ୍ରବାର ଦିନ ‘ସମଲପୁରୀ ଝରନ୍’ ସଙ୍ଗଠନ ଆନୁକୁଲ୍ୟରେ ସଙ୍ଗଠନ ସଭାପତି ରମାକାନ୍ତ ବିଶ୍ବାଳଙ୍କ ସଭାପତିତ୍ବ ଓ ସଂପାଦକ ମନୋଜ କୁମାର ନାୟକଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ବ୍ଲକ୍ ସ୍ତରୀୟ ଗଣତନ୍ତ୍ର ଦିବସ ଓ ପୁଷ୍ ପୁନି ଭେଟ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ମହାସମାରୋହରେ ବୀରତା ସେବା ମେଡାଲ ପ୍ରାପ୍ତ ପୂର୍ବତନ ସେନା ଅଧିକାରୀ କର୍ଣ୍ଣେଲ ପ୍ରଭାତ କୁମାର ପଣ୍ଡା ମୁଖ୍ୟ ଅତିଥି, ହାସ୍ୟ ମହାରଥୀ ଗୁଣ ରଞ୍ଜନ ସଲିମା ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ କବି ତଥା ଗାୟକ ଜଗଦୀଶ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇଥିଲେ।

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକରେ ୭୫ତମ ସାଧାରଣ ତନ୍ତ୍ର ଦିବସରେ ସିକରପାଇ ଠାରେ ଭାରତ ମାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏଥିରେ ଶିକରପାଇ ଗ୍ରାମ ପ୍ରବେଶରେ ଥିବା ପୋଲ ପାଖରେ ଭାରତ ମାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଶିକାରପାଇ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ସୁଦିପ ସାହୁ ଯୋଗ ଦେଇ ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ। ଏହି ମୂର୍ତ୍ତୀ କଲ୍ୟାଣ ସିଂହପୁର ତଥା ରାୟଗଡ଼ ଜିଲ୍ଲାରେ ପ୍ରଥମ କରି ସ୍ଥାପନକୁ ନେଇ ଅଞ୍ଚଳ ବାସୀଙ୍କ ମୁହଁରେ ଉତ୍ସାହ ଦେଖିବାକୁ ମିଳିଥିଲା।

ଆଠଗଡ: ଆଠଗଡ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ମୁଖ୍ୟ ଷ୍ଟାଡିୟମଠାରେ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଆଠଗଡ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଯୋଗଦେଇ ସକାଳ ୮.୩୦ ମିନିଟରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଉଦବୋଧନ ଦେଇଥିଲେ । ଉପଜିଲ୍ଲାପାଳ ଶ୍ରୀ ତରାଇ ଭାରତର ସମ୍ବିଧାନ ବିଶ୍ୱରେ ସର୍ବଶ୍ରେଷ୍ଠ ଲିଖିତ ସମ୍ବିଧାନ ଏବଂ ଭାରତୀୟ ଗଣତନ୍ତ୍ର ମଧ୍ୟ ବିଶ୍ୱରେ ଅନନ୍ୟ ଓ ଅତୁଳନୀୟ ବୋଲି ମତପ୍ରକାଶ କରିଥିଲେ। ସମଗ୍ର ବିଶ୍ୱରେ ଭାରତ ଏକମାତ୍ର ଦେଶ ଯେଉଁଠି ସୁବୁ ଧର୍ମ, ସମସ୍ତ ସମ୍ପ୍ରଦାୟ ଓ ବିବିଧ ଜାତିର ଲୋକ ଏକତା ସୂତ୍ରରେ ବାନ୍ଧି ହୋଇ ଶାନ୍ତିପୂର୍ଣ୍ଣ ସହବସ୍ଥାନ କରୁଛନ୍ତି। ଏହି ଗଣତନ୍ତ୍ର ଦିବସ ସମାରୋହରେ ବିଭିନ୍ନ ସ୍କୁଲ ଓ କଲେଜର ମୋଟ ୩୦ଟି ଦଳ ଚିତାକର୍ଶକ ପ୍ୟାରେଡ ପ୍ରଦର୍ଶନ କରିଥିଲେ।

ଆଠଗଡ ଉପଖଣ୍ଡସ୍ତରୀୟ ଗଣତନ୍ତ୍ର ଦିବସ ସମାରୋହରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେତେ ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ସମାଜସେବା ପାଇଁ ସମସରପୁରର କଣ୍ଡୁରୀ ଚରଣ ନାୟକ (୧୦୧ ବର୍ଷ) ଓ ଖୁଣ୍ଟୁଣୀର ବିଶ୍ଵନାଥ ଦାସ (୧୦୦ ବର୍ଷ), ଶ୍ରେଷ୍ଠ ସାମ୍ବାଦିକ ଭାବେ ଛାପା ଗଣମାଧ୍ୟମ ପ୍ରତିନିଧି ସତ୍ୟ ପ୍ରସାଦ ରଥ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଜ୍ଞାନ ରଞ୍ଜନ ସାହାଣୀ, କଳା ଓ ସଂସ୍କୃତି ପାଇଁ ସଂକୀର୍ତ୍ତନ ଗୁରୁ ଅଜୟ କୁମାର ଦାସ, ଶ୍ରେଷ୍ଠ ପୁଲିସ ଅଧିକାରୀ ଭାବେ ଆଠଗଡ ଥାନାର ଉପନିରୀକ୍ଷକ ବିଶ୍ଵଜିତ ଜେନାଙ୍କୁ ଧରଣୀଧର ମହାନ୍ତି ସ୍ମାରକୀ ସମ୍ମାନ, ଶ୍ରେଷ୍ଠ କୃଷକ ଅପୂର୍ବମଣି ରାଉତଙ୍କୁ ଦିବାକର ପଟ୍ଟନାୟକ ସ୍ମାରକୀ ସମ୍ମାନ, ଗତ ମାଟ୍ରିକ ପରୀକ୍ଷାରେ ନିଜ ସ୍କୁଲରେ ସର୍ବାଧିକ ନମ୍ବର ରଖିଥିବା ସରକାରୀ ବାଳିକା ହାଇସ୍କୁଲ ଛାତ୍ରୀ ରାଧେଶ୍ୱରୀ ବେହେରା ଓ ବିଶ୍ବନାଥ ବିଦ୍ୟାପୀଠର ଛାତ୍ର ଲମ୍ବୋଦର ପାତ୍ର, ଶ୍ରେଷ୍ଠ ଆଗ୍ନିକ କ୍ରିପାଲ ରାଉତ, ରାଜେଶ କଞ୍ଜିଆ ଓ ଜଗଦୀଶ ସାମଲଙ୍କୁ ମୁଖ୍ୟ ଅତିଥି ତଥା ଉପଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ।

କୋରାପୁଟ୍/ଭୁବନେଶ୍ଵର: ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ, ସମସ୍ତ ଉତ୍ପାଦନ ୟୁନିଟ୍ ଏବଂ ଅନ୍ୟାନ୍ୟ କାର୍ୟ୍ୟାଳୟ ଗୁଡ଼ିକରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଓଡ଼ିଶାର କୋରାପୁଟ ଜିଲ୍ଲାର ଦାମନଯୋଡ଼ି ଠାରେ ଥିବା ନାଲକୋର ମାଇନ୍ସ ଏବଂ ରିଫାଇନାରୀ କମ୍ପ୍ଲେକ୍ସରେ ସିଏମଡି ଶ୍ରୀଧର ପାତ୍ର ପତାକା ଉତ୍ତୋଳନ କରିଛନ୍ତି। କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ, ସ୍କୁଲର ଛାତ୍ରୀ ଛାତ୍ର, ସୁରକ୍ଷା କର୍ମୀ ଏବଂ ପାରିପାର୍ଶ୍ୱିକ ଅଞ୍ଚଳରୁ ଆସିଥିବା ଲୋକମାନଙ୍କର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ଶ୍ରୀ ପାତ୍ର ପ୍ରତ୍ୟେକ ଭାରତୀୟଙ୍କୁ ଆମ ସମ୍ବିଧାନର ମୂଳ ମୂଲ୍ୟବୋଧକୁ ବଜାୟ ରଖିବାକୁ ଏବଂ ଦାୟିତ୍ୱବାନ ନାଗରିକ ଭାବରେ ରାଷ୍ଟ୍ର ନିର୍ମାଣରେ ସହଯୋଗ କରିବାକୁ ଆହ୍ଵାନ ଦେଇଥିଲେ।

ପାଟଣା: ୭୫ ତମ ଗଣତନ୍ତ୍ର ଦିବସ ଅବସରରେ ଘଟଗାଁ କୁଢ଼ଟାଙ୍ଗର ସ୍ଥିତ ଶ୍ରୀ ଗୁରୁକୁଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଶ୍ରୀଗୁରୁକୁଳ ମଡ଼େଲ ସ୍କୁଲ, ଶ୍ରୀ ଗୁରୁକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିଏଡ଼ କଲେଜ, ଶ୍ରୀଗୁରୁକୁଳ ସ୍ପେଶାଲ ସ୍କୁଲ, ଗୁରୁଚରଣମରେ ପାଳନ କରାଯାଇଛି। ମୂଖ୍ୟ ଅତିଥି ଭାବରେ ଆଡଭୋକେଟ୍ ପତିତବାନ ନାଥ, ସାମ୍ବାଦିକ ନୀଳମଣି ମଣ୍ଡଳ, ସମାଜସେବୀ ଭରତ ଚନ୍ଦ୍ର ବେହେରା, ଶ୍ରୀ ଫାଉଣ୍ଡେସନର ନିର୍ଦ୍ଦେଶକ ଦିଲିପ୍ କୁମାର ସାହୁ ଯୋଗ ଦେଇଥିଲେ ଏବଂ ଶ୍ରୀ ଗୁରୁକୁଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା କିରଣବାଳା ସାହୁ ନିଜର ବକ୍ତୃତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଗଣତନ୍ତ୍ର ଦିବସର ମହତ୍ଵ ବିଷୟରେ କହିଥିଲେ। କେନ୍ଦୁଝର ଜିଲ୍ଲା ପାଟଣା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ ପାଟଣା ପ୍ରେସ୍ କ୍ଲବ କାର୍ଯ୍ୟାଳୟ ସମ୍ମୁଖରେ ୭୫ ତମ ସାଧାରଣତନ୍ତ୍ର ଦିବସରେ ପାଟଣା ପ୍ରେସ୍ କ୍ଲବର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ନୃସିଂହନାଥ ସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ, ସମ୍ମାନିତ ଅତିଥି ଭାବେ ପାଟଣା ଥାନା ଅଧିକାରୀ ବିବତ୍ସ କୁମାର ପ୍ରଧାନ ଯୋଗ ଦେଇଥିଲେ।ପାଟଣା ମୁଖ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନ ଏବଂ ଶିକ୍ଷାୟତନ ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି। ପାଟଣା ଖେଳ ପଡ଼ିଆ ଠାରେ ବ୍ଲକ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ସମାରୋହ ପାର୍ଥସାରଥୀ ବେଜଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସମବେତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ।
ସେହିପରି ପାଟଣା ମହାବିଦ୍ୟାଳୟର ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁ, ଜିଏନ ହାଇସ୍କୁଲରେ ପ୍ରତାପ ଚନ୍ଦ୍ର ମହାନ୍ତ, ବାଳିକା ଉଚ୍ଚ ବିଦ୍ୟାଳୟ ର ହରେକୃଷ୍ଣ ମହାନ୍ତ ,ପାଟଣା ବ୍ଲକ ଛକ ରେ ଇଂ ବିଦ୍ୟାଧର ଦାଶ, ଜାଭିୟର ସ୍କୁଲରେ ଅଜୟ କୁମାର ଦାଶ, ମାଧପୁର ପ୍ରାଥମିକ ବିଦ୍ୟାଳୟରେ ବିଧାୟକ ଜଗନ୍ନାଥ ନାଏକ, ମୁକ୍ତି ତୀର୍ଥ କ୍ଲବ ରେ ଭାଗିରଥି ଦାଶ, ପାଟଣା ଥାନାରେ ବିବତ୍ସ ପ୍ରଧାନ, ତହସିଲରେ ତହସିଲଦାର ଲୀଳାବତୀ ନାୟକ, ବ୍ଲକରେ ବିଡିଓ ଶିବଶଙ୍କର ମୁର୍ମୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ଃ ଶୁଭେନ୍ଦୁ ନାୟକ, ଅଗ୍ନିଶମ କାର୍ଯ୍ୟାଳୟ ରେ ମନୋରଞ୍ଜନ ମହାନ୍ତ ଓ ବନାଞ୍ଚଳ କାର୍ଯ୍ୟାଳୟରେ ବନବିହାରି ସର୍ଦ୍ଦାର ପତାକା ଉତ୍ତୋଳନ କରିଥିଲେ। ସେହିପରି ତୁରୁମୁଙ୍ଗା ମହାବିଦ୍ୟାଳୟରେ ଅଧ୍ୟାପକ ତ୍ରିନାଥ ମହାନ୍ତ, ତୁରୁମୁଙ୍ଗା ଥାନାରେ ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଇଂ ଭାଗବତ ପ୍ରସାଦ ସାହୁ, ସେଣ୍ଟ ଜାଭିୟର ବିଦ୍ୟାଳୟରେ ସୁଧାଂଶୁ ଶେଖର ସାହୁ, ହାଇସ୍କୁଲ ପଡିଆରେ ବଜାର କମିଟି ପକ୍ଷରୁ ପାଳନ ହୋଇଥିବା କାର୍ଯ୍ୟକ୍ରମରେ ଆର୍ତ୍ତତ୍ରାଣ ମିଶ୍ର, ତୁରୁମୁଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡକ୍ଟର ସି ଡି ମୋନାଲିସା ପତାକା ଉତ୍ତୋଳନ କରିଥିଲେ। ଢେଙ୍କିକୋଟ ଏବଂ ଏହାର ଆଖ ପାଖ ଅଞ୍ଚଳରେ ୭୫ ତମ ସାଧାରଣ ତନ୍ତ୍ର ଦିବସ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଢେଙ୍କିକୋଟର ମୁଖ୍ୟ କାର୍ଯ୍ୟକ୍ରମ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ପ୍ରଧାନ ଶିକ୍ଷକ ଫକୀର ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଠାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଭାଗିରଥି ନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ।

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ଜାନୁଆରୀ ୨୬, ୧୯୫୦ରେ ଆମ ଦେଶର ପବିତ୍ର ସମ୍ବିଧାନ କାର୍ଯ୍ୟକାରୀ ହେବା ସହ ଭାରତ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହୋଇଥିଲା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧରୁ ଆମେ ଆହୁରି ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରିବାକୁ ପ୍ରେରଣା ପାଇଥିଲେ। ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ ସ୍ବାଗତ ଅଭିଭାଷଣ ରଖିଥିଲେ।

ବୌଦ୍ଧ: ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଠାରେ ୭୫ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଶୁକ୍ରାବର ମହାସମାରୋହରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ। ବୌଦ୍ଧ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ବୋଲି କହିବା ସହ ଚାଷୀର ଉନ୍ନତି ହେଲେ ଜିଲ୍ଲାର ଉନ୍ନତି ହୋଇପାରିବ ବୋଲି କହିବା ସହ ଚାଷ ପ୍ରତି ଗୁରୁତ୍ୱ ଦେବାକୁ ଆହ୍ୱାନ କରିବା ସହ ଦେଶ ପାଇଁ ସମସ୍ତଙ୍କ କର୍ତ୍ତବ୍ୟ ରହିବା ଜରୁରୀ ବୋଲି ମତ ବ୍ୟକ୍ତ କରିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଯୋଗଦେଇ ମିଳିତ ପ୍ୟାରେଡରେ ମଧ୍ୟ ଅଭିବାଦନ ଗ୍ରହଣ କରିଥିଲେ।

ବାଉଁଶୁଣି: ବୌଦ୍ଧ ବ୍ଲକ୍ ବାଉଁଶୁଣି ହାଇସ୍କୁଲ ଖେଳପଡ଼ିଆ ଠାରେ ଜାତୀୟ ଦିବସ ପରିଚାଳନା କମିଟି ବାଉଁଶୁଣି ପକ୍ଷରୁ ୭୫ ତମ ସାଧାରଣତନ୍ତ୍ର ଦିବସ ଓ ମିଳିତ ପ୍ୟାରେଡ୍ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କମିଟି ସଭାପତି ଗୋକୁଳାନନ୍ଦ ଚାନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳି ବିଶ୍ଵାଳ,ସମ୍ମାନିତ ଅତିଥି ଭାବେ ବାଉଁଶୁଣି ସରପଞ୍ଚ ଅଇଁଠୁ ମହାଲିକ୍, ଦଶରଥ ମେହେର, ଆବାହକ ରାଜେନ୍ଦ୍ର ମେହେର ଯୋଗ ଦେଇଥିଲେ।

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଭିନ୍ନରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଅତାବିରା ଅନ୍ତର୍ଗତ ଝିଲିମିଣ୍ଡା (ରଙ୍ଗାଟିକ୍ରା)ଠାରେ ବଜରଙ୍ଗ ଦଳ ତରଫରୁ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ଦୀପ ପ୍ରଜ୍ବଳନ ପୂର୍ବକ ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସେହିପରି ଅତାବିରା ଥାନାରେ ଥାନା ଅଧିକାରୀ ସୁକୁମାର ତ୍ରିପାଠୀ, ଗ୍ରାମ୍ୟ ନ୍ୟାୟାଳୟରେ ମାଜିଷ୍ଟ୍ରେଟ ଇପ୍ସିତା କେଶରୱାନି, ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାୟକ, ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଅଙ୍କିତ ପଣ୍ଡା ପତାକା ଉତ୍ତୋଳନ କରିଥିଲେ।

ଭୁବନେଶ୍ୱର: ଦେଶପ୍ରେମର ଅନନ୍ୟ ବାତାବରଣ ମଧ୍ଯରେ ଏମ୍ସ ଭୁବନେଶ୍ୱରରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ ଅମୃତ କାଳର ଏହି ଅବିସ୍ମରଣୀୟ ମୂହୁର୍ତ୍ତରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ସମଗ୍ର ପୂର୍ବଭାରତର ବିଶ୍ଵାସ ଜିଣିପାରିଥିବା ଏମ୍ସ ଭୁବନେଶ୍ୱର ଏହି ଅମୃତ କାଳ ସମୟରେ ନିରନ୍ତର ଉତ୍ସର୍ଗୀକୃତ ତଥା ଅଭିନବ ସ୍ୱାସ୍ଥ୍ୟସେବା ସମାଧାନ ସହିତ ମାତୃଭୂମିର ସେବା କରିବାର ପ୍ରତିବଦ୍ଧତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ଡ. ବିଶ୍ଵାସ।

ଗୁରୁଡ଼ିଝାଟିଆ: ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ୭୫ତମ ଜନରାଜ୍ୟ ଦିବସ ପାଳିତ ହୋଇଛି। ଲୋକ ସେବକ ମଣ୍ଡଳ ସର୍ବଭାରତୀୟ ସଂପାଦକ ଡଃ ପ୍ରଭାସ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଦେଶ ବହୁ କ୍ଷେତ୍ରରେ ଆଗକୁ ବଢ଼଼ିଛି। କ୍ରିଡା,ଶିକ୍ଷା, କାରିଗରୀ, ବିଜ୍ଞାନ ଓ କୃଷି କ୍ଷେତ୍ରରେ ଆମେ ବହୁତ ସଫଳତା ଅର୍ଜନ କରିଛେ ବୋଲି କହିଥିଲେ। ଗୁରୁଡ଼ିଝାଟିଆର ବିଭିନ୍ନ ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନମାନଙ୍କରେ ୭୫ତମ ଜନରାଜ୍ୟ ଦିବସ ପାଳିତ ହୋଇଛି। ଶ୍ରୀରାମ ବରିଷ୍ଠ ନାଗରିକ ସଂଘ,ନଦୀକୂଳ କଖଡି ପକ୍ଷରୁ ଜନରାଜ୍ୟ ଦିବସ ପାଳନ ପୂର୍ବକ ଜାତୀୟପତାକା ଉତ୍ତୋଳନ କରାଯାଇଥିଲା। ସଂଘର ସଭାପତି ବେଣୁଧର ମହାନ୍ତି, ସଂପାଦକ କିରଣ ବିହାରୀ ଖଟୁଆ, କାର୍ଯ୍ୟକାରୀ ସଭାପତି ପ୍ରମୋଦ ଚନ୍ଦ୍ର ଧଳ, ମିହିର କୁମାର ଶତପଥି, ବିଷ୍ଣୁ ଚରଣ ମହାରଣା, ଗୌରାଙ୍ଗ ଅମହନ୍ତ, ରସାନନ୍ଦ ସ୍ୱାଇଁ, କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ବରିଷ୍ଠ ନାଗଗରିକ ମଞ୍ଚ ନବେଢ଼଼ା, ଆଠଗଡ଼଼ ପକ୍ଷରୁ କାର୍ଯ୍ୟକାରୀ ସଭାପତି ବିମ୍ବାଧର ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କବୟତ୍ରୀ ରମ୍ଭାବତୀ ସାହୁ, ସଂପାଦକ ଶରକ ଖୁଣ୍ଟିଆ, ଜଗନ୍ନାଥ ଧଳ, ଉଦୟନାଥ ମହାନ୍ତି, ରମାକାନ୍ତ ନାୟକ, ରବିନ ମହାରଣା, ନରେନ୍ଦ୍ର କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ଚୌଦ୍ୱାର: ଚୌଦ୍ୱାରରେ ସାଧାରଣତନ୍ତ୍ର ଦିବସ ଓ ମିଳିତ ପ୍ୟାରେଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମ୍ୟୁନିସିପାଲ ସରକାରୀ ହାଇସ୍କୁଲରେ ଆୟୋଜିତ ମିଳିତ ପ୍ୟାରେଡ଼ରେ ବିଧାୟକ ସୌଭିକ୍‌‌ ବିଶ୍ୱାଳ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ। ପୌର ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ,ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ସାଂସଦଙ୍କ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ବିଧାୟକଙ୍କ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ା ଆଦିଙ୍କ ସମେତ ବହୁ କାଉନସିଲର ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଆଠଗଡ଼: ଆଠଗଡ଼ ସହର ତଥା ଗ୍ରାମାଞ୍ଚଳର ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ତହସିଲ କାର୍ଯ୍ୟାଳୟରେ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ, ବନଖଣ୍ଡ କାର୍ଯ୍ୟାଳୟରେ ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତି, ବ୍ଲକ କାର୍ଯ୍ୟାଳୟରେ ବିଡିଓ ପ୍ରଦୀପ କୁମାର ସାହୁ, ବିଚାର ବିଭାଗୀୟ ଅଦାଲତରେ ଏଡିଜେ ପ୍ରଦୀପ୍ତ କୁମାର ସାହୁ, ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷା ସସ୍ମିତା ରାଉତ, ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏସିଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ, ଥାନାରେ ଆଇଆଇସି ଅନିରୁଦ୍ଧ ମୁଦୁଲି, କୃଷି ଜିଲ୍ଲା କାର୍ଯ୍ୟାଳୟରେ କୃଷି ଜିଲ୍ଲା ଅଧିକାରୀ ପର୍ଶୁରାମ ବେହେରାଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟରେ ମୁଖ୍ୟ ଅଧିକାରୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ଶିକ୍ଷାନଷ୍ଠାନ ଗୁଡିକରେ ଗୋପବନ୍ଧୁ ବିଜ୍ଞାନ କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁ, ଗୋପବନ୍ଧୁ ମହିଳା କନିଷ୍ଠ କଲେଜରେ ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର, ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜରେ ଅଧ୍ୟକ୍ଷା ସଂଗୀତା ମହାପାତ୍ର, ବିଶ୍ୱନାଥ ବିଦ୍ୟାପୀଠରେ ପ୍ରଧାନଶିକ୍ଷକ ରମେଶ କୁମାର ସ୍ୱାଇଁ, ସରକାରୀ ବାଳିକା ହାଇସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀ ସରୋଜିନୀ ସାମନ୍ତରାୟ, ମହାତ୍ମାଗାନ୍ଧୀ ଇଂଲିଶ ମିଡିୟମ ସ୍କୁଲରେ ଅଧ୍ୟକ୍ଷା ପୁଲିନ ମିଶ୍ର, ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଅଧ୍ୟକ୍ଷ ପ୍ରେମରାଜ ପାତ୍ର, ଗ୍ରାଜୁଏଟ୍ସ କ୍ଲବରେ ଉପସଭାପତି ସୁବାସ ରାଉତ, ବୁଦ୍ଧିଜୀବୀ ସଂଘରେ ସଭାପତି ଇଂ ଶିବପ୍ରସାଦ ପଣ୍ଡାଙ୍କ ସମେତ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟରେ ଅନୁଷ୍ଠାନର ମୁଖ୍ୟ ପତାକା ଉତ୍ତୋଳନ କରିଥିଲେ।

ଆଠଗଡ଼: ଖୁଣ୍ଟକଟାରେ ପଞ୍ଚାୟତସ୍ତରୀୟ ୭୫ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପଞ୍ଚାୟତ ସରପଞ୍ଚ ମନୋଜ କୁମାର ନାୟକ ଜାତୀୟ ପତାକା ଉତ୍ତୋଳନ କରି ଉଦ୍‌‌ବୋଧନ ଦେଇଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ନୃସିଂହଚରଣ ମହାପାତ୍ର ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦ୍‌‌ବୋଧନ ଦେଇଥିଲେ। ଏହି ପଞ୍ଚାୟତସ୍ତରୀୟ ଗଣତନ୍ତ୍ର ଦିବସ ଉତ୍ସବରେ ଖୁଣ୍ଟୁକଟା ପଞ୍ଚାୟତ ଅଧିନରେ ଥିବା ବିଭିନ୍ନ ଗ୍ରାମର ୫ଟି ବିଦ୍ୟାଳୟର ୩୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ସ୍ଥାନୀୟ ଅଧିବାସୀ ଯୋଗଦାନ କରିଥିଲେ। ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶଗ୍ରହଣ କରିବା ସହ ସମସ୍ତ ଛାତ୍ରଛାତ୍ରୀ ପ୍ରଭାତଫେରୀରେ ଖୁଣ୍ଟୁକଟା ଗ୍ରାମ ପରିକ୍ରମା କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ରେଡ୍‌‌ଭିଲ୍ଲା ପରିବାର ସୌଜନ୍ୟରେ ପୁରସ୍କୃତ କରାଯାଇଥିଲା। ଶିକ୍ଷାବିତ୍‌‌ ନୀଳମଣି ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

 

Comments are closed.