ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକର ଶୋଚନୀୟ ମୃତ୍ୟୁ

ବଣାଇ: ବଣାଇ ଉପଖଣ୍ଡ ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତାର ବରଘାଟ ରାସ୍ତା ଉପରେ ଅଜଣା ଗାଡି ଧକ୍କାରେ ଚାଳକ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ବାଇକ ଓଡି ୧୪ ଏଚ୍ ୫୧୧୧ ନମ୍ବର ଯୋଗେ ରାଉରକେଲା ବରସୁଆଁ ଆସୁଥିବା ବେଳେ ବରଘାଟ ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କା ଦେବା ସହ ବାଇକ ଚାଳକଙ୍କ ଉପରେ ଗାଡି ଚଢ଼ି ଯାଇଥିଲା।

ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେହିଁ ମୃତ୍ୟୁ ହୋଇଥିଲା ଫଳରେ ଧକ୍କା ଦେଇଥିବା ଗାଡିଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।ତେବେ ମୃତ୍ୟୁ ହୋଇଥିବା ଯୁବକର ଘର ବରସୁଆଁ ବୋଲି ଜଣାପଡିଛି।

Comments are closed.