www.samajalive.in
Friday, December 12, 2025
27.1 C
Bhubaneswar

ପିଲାଙ୍କୁ ବିସ୍କୁଟ୍‌‌ ସହ କ୍ଷୀର ଖାଇବାକୁ ଦେଉଛନ୍ତି କି?

ପିଲାମାନଙ୍କୁ ଖାଦ୍ୟ ଦେବା ସମୟରେ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ।

ଅନେକ ସମୟରେ ଆପଣ ନଜର କରିଥିବେ ଅଧିକାଂଶ ନିଜ ପିଲାଙ୍କୁ କ୍ଷୀର ସହ ବିସ୍କୁଟ ଖାଇବାକୁ ଦେଇଥାଆନ୍ତି। ପିଲାମାନେ ମଧ୍ୟ ଏହାକୁ ଖାଇବାକୁ ପସନ୍ଦ କରିଥାଆନ୍ତି।

- Advertisement -

ମାତ୍ର ପିଲାଙ୍କୁ କ୍ଷୀର ସହ ବିସ୍କୁଟ ଖାଇବାକୁ ଦେବା ଦ୍ୱାରା ଏହାର କୌଣସି ଲାଭ ମିଳିନଥାଏ। ଜାଣନ୍ତୁ ପିଲାଙ୍କୁ କେଉଁ କାରଣରୁ କ୍ଷୀର ସହ ବିସ୍କୁଟ ଖାଇବାକୁ ଦେବା ଉଚିତ୍‌‌ ନୁହେଁ..

ବିଶେଷଜ୍ଞଙ୍କ ମତାନୁସାରେ କ୍ଷୀର ସହ ବିସ୍କୁଟ ଏକାସହ ଖାଇବା ଦ୍ୱାରା ଶରୀରକୁ କାହାର ମଧ୍ୟ ପୋଷକ ତତ୍ତ୍ୱ ମିଳିପାରିନଥାଏ।

କ୍ଷୀର ସହ ବିସ୍କୁଟ ଏକାସହ ଖାଇବା ଦ୍ୱାରା ଶରୀରରେ କାର୍ବୋହାଇଡ୍ରେଟର ମାତ୍ରା ବୃଦ୍ଧି ହୋଇଥାଏ। ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ। ବିସ୍କୁଟ ତିଆରି କରିବା ପାଇଁ ମଇଦା, ଚିନି ସହ ଅନ୍ୟାନ୍ୟ ଜିନିଷ ବ୍ୟବହାର କରାଯାଏ। ଏସବୁ ଜିନିଷରେ ଫାଇବରର ମାତ୍ରା ଖୁବ୍‌‌ କମ୍‌‌ ଥାଏ। ଫଳରେ ପିଲାଙ୍କର ପେଟ ଜନିତ ଓ ବଦହଜମି ସମସ୍ୟା ଦେଖାଦେଇଥାଏ।

ବିସ୍କୁଟରେ ଚିନି ମାତ୍ରା ଅଧିକ ଥାଏ। ଏହାକୁ କ୍ଷୀର ସହ ଖାଇବା ଦ୍ୱାରା ପେଟ ଠିକ୍‌‌ରେ ଭର୍ତ୍ତି ହେବା ଭଳି ଅନୁଭବ ହୋଇନଥାଏ।

ବିସ୍କୁଟ ତିଆରି ପାଇଁ ଅନ୍ୟ କେତେକ ଜିନିଷ ବ୍ୟବହାର ହୋଇଥାଏ,ଯାହା କ୍ଷୀର ସଂସ୍ପର୍ଶରେ ଆସିବ ପରେ ପିଲାଙ୍କ କ୍ଷେତ୍ରରେ ଏଲର୍ଜିର ସମସ୍ୟା ଦେଖାଦେଇଥାଏ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories