ବିଜେପିର ନିର୍ବାଚନ ପ୍ରଭାରୀ ଘୋଷଣା: ବିଜୟପାଲ ଓ ଲତାଙ୍କୁ ଓଡ଼ିଶା ଦାୟିତ୍ୱ
ନୂଆଦିଲ୍ଲୀ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ୨୩ଟି ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଘୋଷଣା କରିଛି ବିଜେପି । ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ ପ୍ରଭାରୀ ଦାୟିତ୍ୱ ବରିଷ୍ଠ ନେତାଙ୍କୁ ଦିଆଯାଇଛି । ଓଡ଼ିଶା ପାଇଁ ବିଜୟପାଲ ସିଂ ତୋମାରଙ୍କୁ ପ୍ରଭାରୀ ଓ ସୁଶ୍ରୀ ଲତା ଉସେଣ୍ଡିଙ୍କୁ ସହ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତରପ୍ରଦେଶ ପାଇଁ ଏକାକୀ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ବିହାର ପାଇଁ ବିନୋଦ ତାୱଡେ, ପଞ୍ଜାବ ଓ ଚଣ୍ଡିଗଡ ପାଇଁ ବିଜୟ ରୂପାନୀ, ହରିୟାଣା ପାଇଁ ବିପ୍ଳବ କୁମାର ଦେବ, କେରଳ ପାଇଁ ପ୍ରକାଶ ଜାବଡେକରଙ୍କ ଭଳି ବରିଷ୍ଠ ନେତାଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି ।
Comments are closed.