www.samajalive.in
Wednesday, December 10, 2025
18.1 C
Bhubaneswar

ଆପଣଙ୍କ ଶିଶୁକୁ ୬ମାସ କି? ଶାରୀରିକ ବୃଦ୍ଧି ପାଇଁ ଦିଅନ୍ତୁ ଏହିସବୁ ଖାଦ୍ୟ

ମୁଗ ଡାଲି ଖେଚେଡି: -ଡାକ୍ତର କହିବା ଅନୁସାରେ ଯଦି ଆପଣଙ୍କର ଶିଶୁର ବୟସ ୬ମାସ ହୋଇସାରିଛି । ତେବେ ଆପଣ ତାଙ୍କୁ ମୁଗ ଡାଲି ଖେଚେଡି କରି ଖାଇବାକୁ ଦେଇପାରିବେ । ପୋଷକ ତତ୍ୱରେ ଭରପୂର ମୁଗ ଡାଲି ଖେଚେଡି ହଜମ ହେବା ସହଜ ହୋଇଥାଏ । ଏଥିପାଇଁ ମୁଗ ଡାଲି ଓ ଚାଉଳରେ ଟିକେ କଦଳୀ, ହଳଦୀ ଏବଂ ଲୁଣ ମିଶାଇ ଭଲ ଭାବରେ ରାନ୍ଧନ୍ତୁ । ଏହାପରେ ଏହାକୁ ଭଲ ଭାବରେ ଗୋଳାଇ ଖେଚେଡି ପ୍ରସ୍ତୁତ କରନ୍ତୁ । ଏବଂ ଏହାକୁ ଏକ ଜାଲିରେ ମିସ୍କ କରିବା ପରେ ତରଳ ଭାବେ ଶିଶୁଙ୍କୁ ଖାଇବାକୁ ଦିଅନ୍ତୁ ।

ସେଓ ଖିରୀ: -ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ୬ମାସର ଶିଶୁଙ୍କୁ ସେଓ ଖିରୀ ଖାଇବାକୁ ଦେଇପାରିବେ । ସେଓରେ ଭିଟାମିନ୍‍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥାଏ । ସେଓରୁ ଚୋପା ଛାଇ, ମଞ୍ଜି ବାହାର କରି କାଟିବା ପରେ ସିଝାଇ ଦିଅନ୍ତୁ । ଏହା ଥଣ୍ଡା ହେବା ପରେ ଜାଲିରେ ମିଶ୍ରଣ କରି ପିଲାଙ୍କୁ ଖାଇବାକୁ ଦିଅନ୍ତୁ ।
ଦଲିଆ: ବିଶେଷଜ୍ଞଙ୍କ ମତରେ ୬ମାସର ଶିଶୁଙ୍କୁ ଦଲିଆ ଖୁଆଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ହେଲେ ବଜାରରେ ମିଳୁଥିବା ପ୍ୟାକେଟ ଦଲିଆ ନୁହେଁ ବରଂ ଘରେ ଦଲିଆ ପ୍ରସ୍ତୁତ କରି ଦେଇପାରିବେ । ଏଥିପାଇଁ କଦଳୀକୁ ଫୁଟାନ୍ତୁ, ଏବଂ ଭଲ ଭାବରେ ମିଶ୍ରଣ କରନ୍ତୁ । ତା ପରେ କ୍ଷୀର ସହିତ ରାନ୍ଧି ପିଲାଙ୍କୁ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ୱାରା ଶିଶୁର ଶାରୀରିକ ବିକାଶରେ ସହାୟକ ହେବ ଏବଂ ହଜମ ପ୍ରକ୍ରିୟା ମଧ୍ୟ ଠିକ୍‍ ରହିବ ।

- Advertisement -

କଦଳୀ: -ଶିଶୁଙ୍କୁ ୬ମାସ ହେବା ପରେ ପାଚିଲା କଦଳୀ ଖାଇବାକୁ ଦେଇପାରିବେ । ଏଥିରେ ଫାଇବର ଭରପୂର ରହିଥାଏ, ଯାହା ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ । ପାଚିଲା କଦଳୀ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିପାଇଁ ପାଚିଲା କଦଳୀକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ତା ପରେ ଏହାକୁ ଏକ ଚାମଚରେ ମିଶାଇ ପିଲାକୁ ଖାଇବାକୁ ଦିଅନ୍ତୁ ।

ଗାଜର:- ଗାଜରରେ ପୁଷ୍ଟିକର ଖାଦ୍ୟ ଭରପୂର ଥାଏ । ଏଥିରେ ଅନେକ ପ୍ରକାର ଭିଟାମିନ୍‍ ଏବଂ ମିନେରାଲ୍ସ ମଧ୍ୟ ରହିଛି । ପିଲାମାନଙ୍କ ପାଇଁ ଗାଜର ଶାରୀରିକ ବିକାଶରେ ସାହାଯ୍ୟ କରିବ । ଏଥିପାଇଁ ଗାଜରକୁ ଭଲ ଭାବରେ ଧୋଇବା ପରେ ଛାଣି, ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ତା ପରେ ଏହାକୁ ପାଣିରେ ଭଲ ଭାବରେ ଫୁଟାନ୍ତୁ । ସିଝିବା ପରେ ଗ୍ରାଇଣ୍ଡରେ ମିଶ୍ରଣ କରି ପିଲାଙ୍କୁ ଖାଇବାକୁ ଦିଅନ୍ତୁ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories