www.samajalive.in
Friday, December 12, 2025
14.1 C
Bhubaneswar

ମହାନଦୀ ବସ୍ ଦୁର୍ଘଟଣା : ଆଉଜଣେ ମୃତ

କଟକ : ମହାନଦୀ ବସ୍ ଦୁର୍ଘଟଣା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକଙ୍କ ନାମ ଉମାକାନ୍ତ ଭଟ୍ଟ। ତାଙ୍କ ଘର ପୁରୀ ଜିଲ୍ଲା କୃଷ୍ଣଶାସନପୁର ଅଞ୍ଚଳର ବୋଲି ଜଣାପଡିଛି। ବଡ଼ ମେଡ଼ିକାଲର ସେଣ୍ଟ୍ରାଲ ଆଇସିୟୁ ୧୪ ନଂ ବେଡ଼ରେ ରହି ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି।

​ସୂଚନାଯୋଗ୍ୟ ଯେ, ନଭେମ୍ବର ୨୦ ମଙ୍ଗଳବାର ରାତିରେ ତାଳଚେରରୁ କଟକ ଆସୁଥିବା ‘ଜଗନ୍ନାଥ’ ନାମକ ଏକ ବସ ଜଗତପୁର ନିକଟ ମହାନଦୀ ପୋଲରୁ ଖସି ପଡିଥିଲା। ବସଟି ଏକ ମଇଁଷିକୁ ଧକ୍କା ଦେଇ ୩୦ଫୁଟ ତଳକୁ ପୋଲରୁ ଖସି ପଡିଥିଲା। ମଙ୍ଗଳବାର ରାତିରେ ଦୁର୍ଘଟଣା​‌ରେ ୧୦ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା। ମହାନଦୀ ମଝିରେ ବସଟି ପଡିଥିବା ବେଳେ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଅନେକ ବାଧା ଦେଖା ଦେଇଥିଲା। ଉଦ୍ଧାରକାରୀ ଦଳ ୪ଟି ବୋଟ୍ ସାହାର୍ଯ୍ୟରେ ମହାନଦୀକୁ ଯିବା ସହ କିଛି ବାଟ ଚାଲିଚାଲି ଯାଇ ଆହତମାନଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଟିମ୍, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୁଲିସ ସାମିଲ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories