www.samajalive.in
Tuesday, December 9, 2025
16.1 C
Bhubaneswar

ବୈତରଣୀ ନଦୀ ମଧ୍ୟକୁ ଏନ.ଏଚ ରାସ୍ତା ଦବିବା ଘଟଣା

ଆରଡି : ଗତ ମଙ୍ଗଳବାର କୁଆଖିଆ-ସାତଭାୟା ଏନ.ଏଚ ରାସ୍ତାର ଆରଡିପୀଠ ନିକଟସ୍ଥ ବୋଡକ ଠାରେ ପ୍ରାୟ ୭୦ଫୁଟ ରାସ୍ତାର ଫାଟ ଦେଖା ଦେବା ସହ ବୈତରଣୀ ନଦୀ ମଧ୍ୟକୁ ଢଳି ପଡିଥିଲା। ଫଳରେ ଯାତାୟତରେ ବାଧା ସୃଷ୍ଟି ହେବା ସହିତ ପର୍ଯ୍ୟଟକମାନେ ୨ଟି ପର୍ଯ୍ୟଟନସ୍ଥଳ ଦର୍ଶନରୁ ବଞ୍ଚିତ ହୋଇଥିଲେ। ଗତ ଗୁରୁବାର ଏନେଇ ଦୈନିକ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ଗତ ଶୁକ୍ରବାର ପାଣିକୋଇଲି ଏନ.ଏଚ ବିଭାଗ ପକ୍ଷରୁ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତାର ସ୍ଥାୟୀତ୍ୱ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷକରି ଗତ ୪ମାସ ତଳେ ଜଣେ ଠିକାଦାର ଏହି ରାସ୍ତାର ମରାମତି କରିଥିବା ବେଳେ ଏବେ ଅନ୍ୟଜଣେ ଠିକାଦରା ମରାମତି ଦାୟୀତ୍ୱ ନେଇଛନ୍ତି। ଏପରିକି ଜୈନିକ ଠିକାଦାର ଦିନରେ ମରାମତି କାର୍ଯ୍ୟ ନକରି ଅନ୍ଧାର ରାତିରେ ମରାମତି କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏପରି ଘଟଣା ସର୍ମ୍ପକରେ ଏନ.ଏଚ ବିଭାଗର ପାଣିକୋଇଲି ଏସଡିଓ ସୁମିତି ସାହୁଙ୍କୁ ପଚାରିବାରୁ ଅସ୍ଥାୟୀ ଭାବେ ଯାତାୟତ ପାଇଁ ମରାମତି କାର୍ଯ୍ୟ ହୋଇଛି ଆସନ୍ତା ସୋମବାରରୁ ସ୍ଥାୟୀ ମରାମତି କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଥିଲେ। ପୂର୍ବ ଠିକାଦାର ରାସ୍ତାର ସ୍ଥାୟୀ ମରାମତି କରିଥିବା ବେଳେ କିପରି ସାମାନ୍ୟ ଜୁଆର ପାଣିରେ ରାସ୍ତାରେ ଫାଟ ଦେଖା ଦେଲା ତାହା ସମସ୍ତଙ୍କୁ ଚକିତ କରିଛି। ଏହି ରାସ୍ତା ୨ଟି ପ୍ରମୁଖ ପର୍ଯ୍ୟଟନସ୍ଥଳକୁ ସଂଯୋଗ କରୁଥିବା ବେଳେ ପ୍ରତିଦିନ ହଜାର-ହଜାର ଲୋକ କଟକ, ଭୂବନେଶ୍ୱର, ପୁରୀ ଯାଜପୁର ଆଦି ଜିଲାକୁ ଯାତାୟତ କରିଥାନ୍ତି। ହେଲେ ଏନ.ଏଚ ବିଭାଗର ଖାମଖିଆଲି ମନଭାବ ଯୋଗୁ କାର୍ଯ୍ୟରତ ଠିକାଦାରମାନେ ନିମ୍ନମାନର କାର୍ଯ୍ୟ କରୁଥିବାରୁ ସାଧାରଣ ଲୋକ ବର୍ଷବର୍ଷ ଧରି ନାନା ଅସୁବିଧାରେ ସମୁଖିନ୍ନ ହେଉଛନ୍ତି ବୋଲି ବୁଦ୍ଧିଜିବୀମାନେ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories