www.samajalive.in
Saturday, December 13, 2025
26.1 C
Bhubaneswar

ଓଡ଼ିଶାରୁ ୨୮ ପୁଲିସ ଅଧିକାରୀ ପାଇବେ ପଦକ

ଭୁବନେଶ୍ବର: ୭୫ତମ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ୧୧୩୨ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ ହେବେ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସେମାନଙ୍କ ନାମ ଘୋଷଣା କରାଯାଇଛି। ପୁଲିସ, ଅଗ୍ନିଶମ, ଗୃହରକ୍ଷୀ, ସିଭିଲ ଡିଫେନ୍ସ ବର୍ଗରେ ଉଲ୍ଲେଖନୀୟ ସେବା, ସାହସିକତା ଆଦି ପ୍ରଦର୍ଶନ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ।

ଏହା ମଧ୍ୟରେ ଓଡ଼ିଶାର ୨୮ ପୁଲିସ ଅଧିକାରୀଙ୍କୁ ପଦକ ଏବଂ ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିବ। ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ଓ କନଷ୍ଟେବଳ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ। ସେହିପରି ପ୍ରଶଂସନୀୟ ସେବା ପଦକ ପାଇବେ ପୂର୍ବାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଡିଏସ୍‌ପି ସାରଦା ପ୍ରସନ୍ନ ପ୍ରଧାନ, ପ୍ରଦୀପ କୁମାର ସାମଲ ଓ ପ୍ରଶାନ୍ତ କୁମାର ସାହୁ, ଇନ୍ସପେକ୍ଟର ରଶ୍ମି ରଞ୍ଜନ ମହାପାତ୍ର, ଡେପୁଟି କମାଣ୍ଡାଣ୍ଟ ରଜତ କେରକେଟା, ହାବିଲଦାର (ଚାଳକ) ଦିଲୀପ କୁମାର ନାଏକ, ଅତିରିକ୍ତ ସବ୍‌ ଇନ୍ସପେକ୍ଟର ବିଜୟ କୁମାର ପ୍ରଧାନ, ସିପାହୀ ବନମାଳୀ ରାୟ, ନମ ବାହାଦୁର ଛେତ୍ରୀ ଓ କନଷ୍ଟେବଳ ଆରତୀ ସାହୁ। ସାହସିକତା ପୁରସ୍କାର ପାଇଁ ଦେଶରୁ ମୋଟ ୨୭୭ ଜଣଙ୍କ ମଧ୍ୟରୁ ଓଡ଼ିଶାରୁ ୧୫ ଜଣଙ୍କ ନାଁ ରହିଛି। ଏଥିମଧ୍ୟରେ ଏସ୍‌ଆଇ ଅରୁଣ କୁମାର ଭୋଇ, ହାବିଲଦାର ମୋତିରାମ ସାହୁ, କମାଣ୍ଡୋ ପ୍ରକାଶ ମାଝି, ନିରଞ୍ଜନ ସାହୁ, ଯଦୁମଣି ଭୋଇ, ଉମେଶ ସେଠ, ବୁବୁନ କୁମ୍ଭାର, ସଞ୍ଜୟ କୁମାର ଗୁରୁ, ବିଶ୍ବଜିତ ଦାସ ପ୍ରମୁଖଙ୍କ ନାଁ ରହିଛି। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ତାଲିକା ପ୍ରକାଶ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories