www.samajalive.in
Thursday, December 11, 2025
23.1 C
Bhubaneswar

ମହାମେଣ୍ଟରୁ ଓହରିବାକୁ ଚାହୁଁଛନ୍ତି କି ନୀତୀଶ ?

ବିହାର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହାମେଣ୍ଟ ଠାରୁ ଦୂରତା ଅବଲମ୍ବନ କରୁଛନ୍ତି କି? ବିହାର ରାଜନୀତିରେ ଏହି ଆଲୋଚନା ରାଜନୀତିର ପାଣିପାଗକୁ ଉଷ୍ମ କରିଛି । ଇଣ୍ଡିଆ ମହାମେଣ୍ଟର କର୍ଣ୍ଣଧାର ନୀତୀଶ କୁମାର ବର୍ତ୍ତମାନ ତାଙ୍କ ମତ ବଦଳାଉଥିବା ଦେଖାଯାଉଛି । ନୀତୀଶ କୁମାର ବିହାରରେ ହେବାକୁ ଥିôବା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଖବର ଆସିବା ପରେ ଏହା ସ୍ପଷ୍ଟ ବାରି ହେଉଛି ।

ମିଳିଥିବା ସୂଚନା ଅନୁଯାୟୀ ନୀତୀଶ କୁମାର ୩୦ ଜାନୁଆରୀରେ ପାଟନାରେ ଏକ କାର୍ୟ୍ୟକ୍ରମରେ ଯୋଗଦେବେ । ଏହାର ଗୋଟିଏ ଦିନ ପୂର୍ବରୁ, ଜାନୁଆରୀ ୨୯ ରେ, ରାହୁଲ ଗାନ୍ଧୀ ବିହାର ଗସ୍ତରେ ଆସି ବିଭିନ୍ନ ଜିଲ୍ଲା ଦେଇ ଯିବେ । ବିଶେଷ କଥା ହେଉଛି ନୀତୀଶ କୁମାର ରାହୁଲ ଗାନ୍ଧୀଙ୍କ ଗସ୍ତରେ ଅଂଶଗ୍ରହଣ କରିବେ ବୋଲି ପୂର୍ବରୁ କଂଗ୍ରେସ ଦାବି କରିଥିଲା । ବର୍ତ୍ତମାନ ସୂଚନା ଅନୁଯାୟୀ ନୀତୀଶ କୁମାର ସେଦିନ ପାଟନାରେ ରହିବେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ମମତାଙ୍କ ଭଳି ନୀତୀଶ ମଧ୍ୟ ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହେବେ ନାହିଁ ।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories