ହସ୍ତରେଖା ମହୁ ରଙ୍ଗର ହୋଇଥିଲେ, ମାଛ,ମନ୍ଦିର ଭଳି ଚିହ୍ନ ଥିଲେ : ଦେଇଥାଏ କି ସଙ୍କେତ..
ଆପଣ ଜାଣନ୍ତି କି,ହସ୍ତରେଖାରେ ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନ ଯାତ୍ରା ସହ ହେବାକୁ ଥିବା ଅନେକ ଘଟଣାର ସଙ୍କେତ ସ୍ପଷ୍ଟ ଭାବେ ହସ୍ତରେଖାରେ ଲୁଚି ରହିଛି। ରେଖା,ରାଶିନକ୍ଷତ୍ର,ହସ୍ତର ଆକାର ଭବିଷ୍ୟ ବିଷୟରେ ଅନେକ ତଥ୍ୟ ଜଣାଏ। ହସ୍ତରେଖା ଆକାଶରେ ଥିବା ଗ୍ରହନକ୍ଷତ୍ରର ମାନଚିତ୍ର ଅଟନ୍ତି।
ହସ୍ତରେଖାରେ ଜୀବନ ସହ ଜଡିତ ଅନେକ ଚେତାବନୀ ତଥା ସଙ୍କେତ ଲୁଚି ରହିଛି। ଏହା ଦ୍ୱାରା ଜୀବନର ସହ ଜଡିତ ଅନେକ ପ୍ରଶ୍ନର ଉତ୍ତର ସହଜରେ ଜାଣି ହୋଇଥାଏ।
ପାପୁଲିରେ ହସ୍ତରେଖାରେ ଅଧିକ ଚିହ୍ନ ବା ଦାଗ ରହିଥିଲେ, ହସ୍ତରେଖା ଶାସ୍ତ୍ର ଅନୁଯାୟୀ, ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସଙ୍କେତ ଦେଇଥାଏ।
ପାପୁଲି ସାରା ଛୋଟ ଛୋଟ ରେଖା ଜାଲ ଭଳି ଭର୍ତ୍ତି ହୋଇ ରହିଥିଲେ, ସ୍ନାୟୁ ଜନିତ ସମସ୍ୟା,ମାନସିକ ଦୁଃଶ୍ଚିନ୍ତା,ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ଆଦି ଲାଗି ରହିବାର ସଙ୍କେତ ଦେଇଥାଏ।
ହସ୍ତରେ କୌଣସି ସ୍ପଷ୍ଟ ରେଖା ଅଧାରୁ ରହିଯିବାର ଦୁର୍ଘଟଣା ହେବାର ସଙ୍କେତ ଦେଇଥାଏ।
ରେଖା ଶେଷରେ ବିନ୍ଦୁ ଶୁଭଙ୍କର ନୁହେଁ ବୋଲି କୁହାଯାଏ।
ରେଖାର ମାର୍ଗରେ ବର୍ଗ ହେବା ଶୁଭଙ୍କର।
କୌଣସି ରେଖାରେ ତ୍ରିକୋଣ ଚିହ୍ନ ଉତ୍ତମ ଫଳ ପ୍ରାପ୍ତିର ସୂଚନା ଦେଇଥାଏ।
ହସ୍ତରେଖାରେ ଅଧିକ ଛନ୍ଦି ହୋଇ ରହିଥିବା ରେଖାଗୁଡିକ ଶୁଭଙ୍କର ନୁହେଁ।
ହସ୍ତରେଖାରେ ପରିଷ୍କାର ଭାବରେ ଥିବା ରେଖା ଶୁଭଙ୍କର। ଏହା ବ୍ୟକ୍ତିଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଶାନ୍ତ ହେବାର ସଙ୍କେତ ଦେଇଥାଏ।
ପାପୁଲିରେ ରେଖା ଗୁଡିକ ଅତ୍ୟଧିକ ନୀଳ ହେବା ଦୁଃଖୀ ହେବାର ସଙ୍କେତ ଦେଇଥାଏ।
ପାପୁଲିରେ ରେଖା ଗୁଡିକ ସ୍ଥାନ ଅଧିକ ଶୁଷ୍କ ହେବା ଆର୍ଥିକ ସମସ୍ୟା ଲାଗି ରହିବାର ସଙ୍କେତ ଦେଇଥାଏ।
ପାପୁଲିରେ ରେଖା ଗୁଡିକ ଗାଢ ଲାଲ ରଙ୍ଗର ହେବା ଦାନୀ ହେବାର ସଙ୍କେତ ଦେଇଥାଏ।
ପାପୁଲିରେ ମହୁ ଭଳି ରଙ୍ଗ ରେଖା ଥିଲେ ଜୀବନ ସୁଖମୟ ହେବାର ସଙ୍କେତ ଦେଇଥାଏ।
ସେହିଭଳି କିଛି ଲୋକଙ୍କ ହସ୍ତରେ ତ୍ରିଶୂଳ ଚିହ୍ନ, ରେଖା ଦ୍ୱାରା ମନ୍ଦିର ଆକୃତି, ମାଛ ଆକୃତି ରହିଥାଏ। ଜ୍ୟୋତିଷଙ୍କ ମତାନୁଯାୟୀ, ଏସବୁ ଚିହ୍ନର ଭିନ୍ନ ଅର୍ଥ ରହିଛି।
ଯେଉଁ ବ୍ୟକ୍ତି ବିଶେଷଙ୍କ ହସ୍ତରେଖାରେ ତ୍ରିଶୂଳ କିମ୍ବା ମନ୍ଦିର ଭଳି ଚିହ୍ନ ରହିଛି, ସେମାନେ ଖୁବ ଭାଗ୍ୟଶାଳୀ । ଏହାସହ ଏହି ଚିହ୍ନ ଖୁବ କମ୍ ଲୋକଙ୍କ ହସ୍ତରେ ଥିବାର ଦେଖାଯାଏ । ଏହି ଚିହ୍ନ ଥିବା ବ୍ୟକ୍ତିବିଶେଷ ଧନୀ ହେବା ସହ ବିଳାସପୂର୍ଣ୍ଣ ଜୀବନଯାପନ କରିଥାଆନ୍ତି । ସମାଜରେ ଏମାନଙ୍କର ଖୁବ ମାନସମ୍ମାନ ମଧ୍ୟ ମିଳିଥାଏ ।
କିଛି ବ୍ୟକ୍ତି ବିଶେଷଙ୍କ ହସ୍ତରେ ମାଛ ଭଳି ଚିହ୍ନ ରହିଥାଏ । ଯେଉଁମାନଙ୍କର ହସ୍ତରେ ଏଭଳି ଚିହ୍ନ ରହିଛି, ସେମାନେ ଉତ୍ତମ ବିଚାର ଧାରା ଓ ଧାର୍ମିକ ସ୍ୱଭାବର ହୋଇଥାଆନ୍ତି । ଖୁବ ଶାନ୍ତ ମଧ୍ୟ । ଦାନଧର୍ମ କରିବାରେ ରୁଚି ରଖିଥାଆନ୍ତି ।
Comments are closed.