www.samajalive.in
Sunday, December 7, 2025
18.1 C
Bhubaneswar

ବୁଲନ୍ଦସହର ହିଂସାରେ ଇନ୍ସପେକ୍ଟର ସୁବୋଧ ସିଂହଙ୍କ ହତ୍ୟା ଅଭିଯୁକ୍ତ ଯବାନ ଜିତୁ ଗିରଫ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଇନ୍ସପେକ୍ଟର ସୁବୋଧ ସିଂହଙ୍କ ହତ୍ୟା ଅଭିଯୁକ୍ତ ଜିତେନ୍ଦ୍ର ମଲ୍ଲିକ ତଥା ଯବନା ଜିତୁ ପୁଲିସ ହାତରେ ଧରା ପଡ଼ିଛି। ଜିତୁ ରାଷ୍ଟ୍ରୀୟ ରାଇଫେଲରେ ଯବାନ ଭାବେ କାର୍ଯ୍ୟରତ ଥିବାବେଳେ ହିଂସା ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଜିତୁକୁ ପୁଲିସ ଗିରଫ କରିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିତୁକୁ ସହରଠାରୁ ଦୂରରେ ପଚରାଉଚରା କରାଯାଉଛି। ସନ୍ଧ୍ୟାରେ ଜିତୁକୁ ବୁଲନ୍ଦସହରକୁ ଅଣାଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରୀୟ ରାଇଫେଲରେ ଯବାନ ଭାବେ କାର୍ଯ୍ୟରତ ଜିତୁ ୧୫ଦିନର ଛୁଟି ନେଇ ଘରକୁ ଆସିଥିଲା। ଗୋ-ମାଂସକୁ ନେଇ ସହରରେ ହିଂସାକାଣ୍ଡ ଘଟିବା ସମୟରେ ଜିତୁ ସହରରେ ଉପସ୍ଥିତ ଥିଲା। ତେବେ ପରେ ସେ ସୋପୋରରେ ଆତ୍ମଗୋପନ କରିଥିବା ଜଣାପଡ଼ିଥିଲା।
ଜିତୁକୁ ବୁଲନ୍ଦସହରରେ ଘଟିଥିବା ହିଂସାକାଣ୍ଡରେ ପୁଲିସକୁ ସହଯୋଗ କରିବାକୁ ସେନା ପକ୍ଷରୁ ଜିତୁକୁ ନିର୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ସେନାକୁ ଜିତୁ ସ୍ପଷ୍ଟିକରଣ ଲିଖିତ ଭାବେ ପ୍ରଦାନ କରିଛି। ଚାଷ ଜମିରେ ଗୋ-ମାଂସ ମିଳିବା ଘଟଣା ଦିନ ସେ ବୁଲନ୍ଦସହରରେ ଥିଲା। ଖବର ପାଇଁ ସେ ଘଟଣାସ୍ଥଳକୁ ପରିଦର୍ଶନ ପାଇଁ ଯାଇଥିବା ସେ ସେନା ସମ୍ମୁଖରେ ସ୍ୱୀକାର ମଧ୍ୟ କରିଛି। ତେବେ ହିଂସାକାଣ୍ଡ ସମୟରେ ସେଠାରେ ଉପସ୍ଥିତ ନଥିଲା। ସେତେବେଳେ ସେ ଗ୍ରାମବାସୀଙ୍କ ସହ ଗାଁରେ ଥିବା ପ୍ରକାଶ କରିଛି।
ଅଦ୍ୟାବଧି ଜିତୁର ଗୁଳିରେ ସୁବୋଧ ସିଂହଙ୍କ ମୃତ୍ୟୁ ହୋଇଥିବା ପ୍ରମାଣିତ ହୋଇ ନାହିଁ। ପୁଲିସ ଇନ୍ସପେକ୍ଟରଙ୍କୁ ହତ୍ୟା ପ୍ରଚ୍ଛଦରେ ଜିତୁର ହାତ ରହିଛି ବୋଲି ପୁଲିସ ସନ୍ଦେହ କରୁଛି। ଅବଶ୍ୟ ପୁଲିସ ଏଫଆଇଆରରେ ମୁଖ୍ୟ ଅଭିଯୁକ୍ତ ଭାବେ ବଜରଙ୍ଗ ଦଳର ଜିଲା ସଂଯୋଜକ ଯୋଗେଶ ରାଜଙ୍କୁ ଦର୍ଶାଯାଇଛି।
ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିତୁକୁ ଧରିବାକୁ ପୁଲିସର ଦୁଇଟି ଟିମ ଗଠନ କରାଯାଇ ଥିଲା। ଗୋଟିଏ ଟିମ ୟୁପି ପୁଲିସ ଗଠନ କରିଥିବାବେଳେ ଅନ୍ୟଟି ଏଟିଏସ ଦ୍ୱାରା ଗଠନ କରାଯାଇଛି। ଉଭୟ ଟିମ ଜମ୍ମୁ-କାଶ୍ମୀର ଯାଇ ଜିତୁ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories