www.samajalive.in
Saturday, December 13, 2025
26.1 C
Bhubaneswar

ଅନେକ ମଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ଭବାନୀପାଟଣା : ସୋମବାର ରାତିରେ ରେଣ୍ଡୋ ମାଝି ମେଡିକାଲ କଲେଜ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପ୍ରସୂତି ବିଭାଗ କୋଠାରେ ଅଗ୍ନିକାଣ୍ଡ ଘଟିଥିଲା । ତେବେ ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଥିବାରୁ ଏକ ବଡ ବିପଦ ଟଳିଯାଇଥିଲା । କିନ୍ତୁ ସହରରେ ଥିବା ଅନେକ ମଲ୍, ହୋଟେଲ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କିମ୍ବା ଅନୁମତି ନଥିବା ଜଣାପଡ଼ିଛି। ହେଲେ ଏଥିପ୍ରତି କାହାର ନିଘା ନାହିଁ।

ସହରରେ ବହୁ ସପିଂ ମଲ୍ ସହିତ ବିଭିନ୍ନ ବ୍ରାଣ୍ଡର ଫ୍ୟାଶନ, ଆଧୁନିକ ଘରକରଣା ଜିନିଷ, ସ୍ପା , ସୁନା ଦୋକାନ, ଫୁଡ୍ କୋର୍ଟ ଆଦି ଖୋଲିଛି। ଏଥିରୁ ଅନେକ ବିଲ୍ଡିଂରେ ଅଗ୍ନି ନିରାପତ୍ତା ଅନୁମତି ନଥିବା ଜଣା ପଡ଼ିଛି। ଏପରିକି କିଛି ବ୍ୟବସାୟିକ ପ୍ରତିଷ୍ଠାନର କେବଳ ସାମ୍ନା ପଟେ ହିଁ ଦ୍ଵାର ରହିଛି।

- Advertisement -

ଏସବୁ ସପିଙ୍ଗ ମଲ ଏବଂ ହୋଟେଲରେ ବେଧଡକ ବ୍ୟବସାୟ ଚାଲିଥିବାବେଳେ ଅଗ୍ନି ନିରାପତ୍ତା ଭଳି ଏକ ଗୁରୁତ୍ବପୂର୍ଣ୍ଣ ଏବଂ ସମ୍ବେଦନଶୀଳ ପ୍ରସଙ୍ଗକୁ କେହି ଗୁରୁତ୍ଵ ଦେଉନାହାନ୍ତି। କେବଳ ଜିଲ୍ଲା ମହକୁମା ନୁହେଁ, ଜିଲ୍ଲାର ଜୁନାଗଡ଼, ଧର୍ମଗଡ, କେସିଙ୍ଗା ସହରର ବହୁ ହୋଟେଲ, ବ୍ୟବସାୟିକ ପ୍ରତିଷ୍ଠାନରେ ମଧ୍ୟ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନଥିବା ଜଣାପଡ଼ିଛି। କିଛି ସପିଂ ମଲ୍, ହୋଟେଲକୁ ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ ଦିଆଯାଇଥିଲେ ମଧ୍ୟ ସେମାନେ ଭ୍ରୁକ୍ଷେପ କରୁନଥିବା ଜଣା ପଡ଼ିଛି। ତେବେ କୌଣସି ଅଘଟଣ ଘଟିବା ଆଗରୁ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ସତର୍କ ହେବା ଏବଂ ପ୍ରଶାସନ ଏ ଦିଗରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories