www.samajalive.in
Saturday, December 6, 2025
23.1 C
Bhubaneswar

ଗୋଟିଏ ମିନିଟ୍‌ ପାଇଁ କୋଟିଏ ଚାର୍ଜ କରନ୍ତି ଏହି ଅଭିନେତ୍ରୀ, କ​‌ଲେ ନୂଆ ରେକର୍ଡ଼

ନୂଆଦିଲ୍ଲୀ: ବଲିଉଡ଼ର ଅନେକ ତାରକା ପ୍ରାୟତଃ ତାଙ୍କ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି। କିଛି ତାରକା ତାଙ୍କ ଫିସ୍‌କୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚା ସାଉଁଟିଥା’ନ୍ତି। ଏଭଳି କିଛି କଳାକାର ଅଛନ୍ତି, ଯେଉଁମାନଙ୍କ ଫିସ୍‌ କାରଣରୁ ଫିଲ୍ମର ବଜେଟ୍‌ ବହୁତ ବଢିଯାଇଥାଏ। ସେ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ପାଇଁ ହେଉ କିମ୍ବା ସ୍ପଳ୍ପ ସମୟର ଭୂମିକା ହେଉ। କିଛି ଅଭିନେତ୍ରୀ ଚଳଚ୍ଚିତ୍ରରେ ତାଙ୍କର ଗୋଟିଏ ଗୀତ ପାଇଁ ମୋଟା ଅଙ୍କର ଫିସ୍‌ ନିଅନ୍ତି। ଆଜି ଆମେ ଆପଣଙ୍କୁ ଏମିତି ହିଁ ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ୧ ମିନିଟ୍‌ର ଅଭିନୟ ପାଇଁ ୧ କୋଟି ଟଙ୍କା ନିଅନ୍ତି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରାଉତେଲା। ସେ ଏକ ଗୀତରେ ୩ ମିନିଟ୍‌ର ପ୍ରଦର୍ଶନ ପାଇଁ ୩ କୋଟି ଟଙ୍କା ଚାର୍ଜ କରି ଏବେ ଚର୍ଚ୍ଚାରେ।

- Advertisement -

‘ୱାଲ୍ଟେୟର ବୀରୟା’ ଓ ‘ଏଜେଣ୍ଟ’ ପରି ଚଳଚ୍ଚିତ୍ରରେ ତାଙ୍କ ପୂର୍ବ ଆଇଟମ୍‌ ଗୀତ ପାଇଁ ଜଣାଶୁଣା ଉର୍ବଶୀ ରାଉତେଲାଙ୍କୁ ବୋୟାପତି ଶ୍ରୀନୁ-ରାମ ପୋଥିନେନୀଙ୍କ ଏକ ଫିଲ୍ମରେ ଗୋଟିଏ ଆଇଟମ୍‌ ନମ୍ବର କରିବା ନେଇ ଯୋଗାଯୋଗ କରାଯାଇଥିଲା। ସୂଚନା ମୁତାବକ, ଉର୍ବଶୀ ତାଙ୍କ ୩ ମିନିଟ୍‌ର ପ୍ରଦର୍ଶନ ପାଇଁ ୩ କୋଟି ଟଙ୍କା ମାଗିଥିଲେ। ଏହାର ଅର୍ଥ ସେ ପ୍ରତି ମିନିଟରେ କୋଟିଏ ଟଙ୍କା ରୋଜଗାର କରିବେ ଏବଂ ୧ ମିନିଟର ଅଭିନୟ ପାଇଁ ଭାରତରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ଭାବରେ ଏକ ନୂତନ ରେକର୍ଡ ସୃଷ୍ଟି କରିବେ। ଏହା ପ୍ରଥମ ଥର ହେବ କାରଣ ଅନ୍ୟ କୌଣସି ଅଭିନେତ୍ରୀଙ୍କୁ ପରଦାରେ ୧ ମିନିଟ୍ ପାଇଁ ୧ କୋଟି ଟଙ୍କା ପ୍ରଦାନ କରାଯାଇ ନ ଥିବା ଜଣାଯାଇଛି। ଏହାପୂର୍ବରୁ ଉର୍ବଶୀ ରାଉତେଲା ଦକ୍ଷିଣ ଭାରତୀୟ ମେଗାଷ୍ଟାର ଚିରଞ୍ଜୀବୀଙ୍କ ଫିଲ୍ମ ‘ୱାଲ୍ଟେୟର ବୀରୟା’ରେ ତାଙ୍କ ଆଇଟମ୍ ନମ୍ବର ପାଇଁ ୨ କୋଟି ଟଙ୍କା ଚାର୍ଜ କରିଥିବା ଖବର ମିଳିଥିଲା।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories