www.samajalive.in
Sunday, December 7, 2025
15.1 C
Bhubaneswar

ଭାରତର ଯୁବପିଢ଼ି ବିଶ୍ୱ ପାଇଁ ଅମୁଲ୍ୟ ସମ୍ବଳ – ରାଷ୍ଟ୍ରପତି

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୯ ଜଣ ଅସାଧାରଣ ପ୍ରତିଭାବାନ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ୨୦୨୪ରେ ସମ୍ମାନିତ କରିଛନ୍ତି। ପୁରସ୍କାର ବିଜେତାମାନଙ୍କ ମଧ୍ୟରେ ଦୁଇଟି ଆକାଂକ୍ଷୀ ଜିଲ୍ଲା ସମେତ ୧୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯ ଜଣ ବାଳକ ଏବଂ ୧୦ ଜଣ ବାଳିକା ଅଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଏହି ଉତ୍ସବ ଅଭୂତପୂର୍ଣ୍ଣ କ୍ଷମତା ଓ ସମ୍ଭାବନା ସମ୍ପନ୍ନ ପିଲାମାନଙ୍କୁ ଉତ୍ସାହିତ କରିବାର ଏକ ସୁଯୋଗ ଅଟେ। ସେ କହିଛନ୍ତି ଯେ ଯୁବ ପିଢ଼ିଙ୍କୁ ସଠିକ୍‌‌ ଦିଗ ଦେଖାଇବା ଆମର କର୍ତ୍ତବ୍ୟ ଯାହା ଦ୍ୱାରା ସେମାନେ ସେମାନଙ୍କର ପ୍ରତିଭା ଏବଂ ଶକ୍ତିକୁ ସଠିକ୍‌‌ ଭାବରେ ଉପଯୋଗ କରିପାରିବେ।

କାନାଡ଼ାରେ ପଢିବା ହେବନି ସହଜ, କଟକଣା ଲାଗୁ

- Advertisement -

ରାଷ୍ଟ୍ରପତି କହିଛନ୍ତି ଯେ ଆଜି ଭାରତରେ ବହୁ ସଂଖ୍ୟାରେ ଯୁବ ପିଢ଼ି ଆକାରରେ ଏକ ଅମୂଲ୍ୟ ମାନବ ସମ୍ବଳ ରହିଛି ଏବଂ ସେମାନେ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ପ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ରାଷ୍ଟ୍ରପତି କହିଛନ୍ତି ଯେ ଶାରୀରିକ କାର୍ଯ୍ୟକଳାପର ଅଭାବ ହେତୁ ଆଜି ଶିଶୁ ଏବଂ ଯୁବକମାନଙ୍କ ମଧ୍ୟରେ ରୋଗ ବୃଦ୍ଧି ପାଉଛି। ଅନ୍ତତ ପକ୍ଷେ ଗୋଟିଏ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ରାଷ୍ଟ୍ରପତି ମୁର୍ମୁ ଯୁବକମାନଙ୍କୁ ଅନୁରୋଧ କରିଛନ୍ତି।

ଆଜି ସାଧାରଣତନ୍ତ୍ର ଦିବସ ପ୍ୟାରେଡର ସମ୍ପୂର୍ଣ୍ଣ ଅଭ୍ୟାସ

ଆଜି ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର’ ବିଜେତାମାନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କଥାବାର୍ତ୍ତା କରିବେ। ପୁରସ୍କାର ବିଜେତା ପିଲାମାନେ ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ଅଂଶଗ୍ରହଣ କରିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories