www.samajalive.in
Wednesday, December 10, 2025
16.1 C
Bhubaneswar

ଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କାଶିନୀପଦର ପଞ୍ଚାୟତ ଅଧୀନରେ ଥିବା ମଝିପଡ଼ା ଗାଁର ଜଣେ ଯୁବକ ତାଙ୍କ ଶ୍ୱଶୁର ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ୍ୟୁ ଖବର ଜଣା ପଡିଵା ପରେ ମୃତକଙ୍କ ପରିବାର ଓ ମଝିପଡ଼ା ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ହଠାତ ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଭାଙ୍ଗି ପଡ଼ିଥିବା ବେଳେ ଯୁବକ ଜଣକୁ ହତ୍ୟା କରାଯାଇଥିବା ନେଇ ମୃତ ଯୁବକଙ୍କ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ମାଝୀପଡା ଗାଁର ସିଧହେଶ୍ୱର ପାତ୍ରଙ୍କ ଏକମାତ୍ର ପୁଅ ବିକ୍ରମ ପାତ୍ର ଏଲିଆସ ବୁଲୁ ପ୍ରାୟ ଆଠବର୍ଷ ତଳେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ସ୍ବର୍ଗତ ସିର୍ବା ମଳିକଙ୍କ ଝିଅ ଅଞ୍ଜନା ମଳିକକୁ ପ୍ରେମ ବିବାହ କରିଥିଲେ ଓ ସେତେବେଳେ ଜାତିଆଣ ମତଭେଦକୁ ନେଇ ଉଭୟ ପରିବାର ଦୁହିଁଙ୍କର ପ୍ରେମକୁ ଵାରଣ କରି ଆସୁଥିଲେ। ତଥାପି ପରିବାର ଲୋକଙ୍କ କଥାକୁ ଅମାନ୍ୟ କରି ବିବାହ କରିଥିଲେ ଓ ଯୁବକ ଜଣକ ପ୍ରେମ ବିବାହ କରିବା ପରେ ପରିବାର ଲୋକ ଵାରଣ କରିବାରୁ ତାଙ୍କ ଶ୍ୱଶୁର ଘରେ ରହି ଆସୁଥିଲେ ଓ ବେଶ ଖୁସିରେ ସଂସାର ଚାଲିଥିଲା। ବର୍ତମାନ ତାଙ୍କର ଗୋଟିଏ ଛଅ ବର୍ଷର ପୁଅ ଥିବା ବେଳେ ଗୋଟିଏ ଦେଢ଼ବର୍ଷର ଝିଅ ଅଛନ୍ତି। ମୃତ ଯୁବକ ଜଣକ ଏକ ଠିକା ସଂସ୍ଥାର ଗାଡି ଚଳାଇ ବେଶ ଦୁଇପଇସା ରୋଜଗାର କରି ନିଜ ପରିବାର ପରିପୋଷଣ କରିଆସୁଥିଲେ। ତେବେ ଗତ କିଛି ଦିନ ହେଲା ଏକ ଘରୋଇ ଅର୍ଥଲଗାଣ କରି ସଂସ୍ଥା ଠାରୁ ଋଣ ଆଣିବା ପରେ ଉଭୟ ସ୍ୱମୀ ସ୍ତ୍ରୀଙ୍କ ମଧ୍ୟରେ ଋଣ ଶୁଝିବାକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା। ଗତକାଲି ରାତିରେ ମୃତ ଯୁବକ ଜଣକ ଡିୟୁଟିରୁ ଫେରିବା ପରେ ଏହି ଋଣକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଓ ପରେ ମୃତ ଯୁବକ ଜଣକ ବାହାରୁ ଟିକେ ଆସୁଛି କରି ଏକ ପ୍ଲାଷ୍ଟିକ ଦଉଡ଼ିରେ ଘରପାଖରେ ଥିବା ବାରଣ୍ଡାରେ ରାଶି ଲଗାଇ ଆତ୍ମହତ୍ୟା କରିଥିବା ମୃତକଙ୍କ ସ୍ତ୍ରୀ କହିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇଁ ପରିବାର ଲୋକେ ଆସିଵା ସମୟରେ ତାଙ୍କ ବେକରେ ଲାଗିଥିବା ରାଶିକୁ କାଡିଦିଆଯାଇ ଘରଭିତରେ ଥିବା ଏକ ଖଟିଆରେ ରଖା ଯାଇଥିଵା ଦେଖିବାକୁ ପାଇଥିଲେ ଓ ଯାହାପାଇଁ ଯୁବକଙ୍କ ପରିବାର ଲୋକଙ୍କ ମଧ୍ୟ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ଯୁବକ ଜଣକୁ ତାଙ୍କ ଶାଶୂଘର ଲୋକେ ହତ୍ୟା କରିଥିବା ନେଇ ଗୋଛାପଡା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories