www.samajalive.in
Monday, December 8, 2025
14.1 C
Bhubaneswar

ବାଙ୍କୀ ବିଜେପିର ଜନ ପରାମର୍ଶ ପଦଯାତ୍ରା

କଳାପଥର(ବାଙ୍କୀ) : ବାଙ୍କୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଙ୍କୀ ବ୍ଲକ୍‍ର ବ୍ରହ୍ମପୁରା ଓ କିଆପଲ୍ଲା ଗ୍ରାମ ପଞ୍ଚାୟତରେ ବାଙ୍କୀ ବିଜେପି ପକ୍ଷରୁ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୁଭାଂଶୁ ମୋହନ ପାଢ଼ୀଙ୍କ ନେତୃତ୍ୱରେ ଜନପରାମର୍ଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ପାଢ଼ୀ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନଙ୍କ ଗହଣରେ ବ୍ରହ୍ମପୁର ମା’ଦୁର୍ଗାଙ୍କ ମନ୍ଦିରଠାରେ ପହଞ୍ଚି ପୂଜାର୍ଚ୍ଚନା ପରେ ଗ୍ରାମ ପରିକ୍ରମା କରି ଜନସାଧରଣଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ବିକାଶ କଲ୍ୟାଣ ଯୋଜନାର ପ୍ରୟୋଗ ଶାଳା କରିଥିବା ଶ୍ରୀ ପାଢ଼ୀ ଲୋକମାନଙ୍କୁ ଅବଗତ କରାଇଥିଲେ। ମାଗଣା ବିଜୁଳି, ଉଜ୍ଜ୍ୱଳା ଯୋଜନାରେ ଗ୍ରାମବାସୀମାନେ ଉପକୃତ ହୋଇଛନ୍ତି କି ନାହିଁ ପଚାରି ବୁଝିଥିଲେ। ବେକାର ଯୁବ ପିଢ଼ୀଙ୍କୁ ପ୍ରଧାନ ମନ୍ତ୍ରୀ ଦକ୍ଷତା ଯୁକ୍ତ କରି ରୋଜଗାର ଦେବା ପାଇଁ ପ୍ରତିଶୃତି ବଦ୍ଧ ବୋଲି ଶ୍ରୀ ପାଢ଼ୀ ପଥପ୍ରାନ୍ତ ସଭା ଜରିଆରେ ଆଲୋଚନା କରିଥିଲେ। ୪୦୦ରୁ ଊର୍ଦ୍ଧ୍ବ କର୍ମୀ ପଦଯାତ୍ରାରେ ସାମିଲ୍‍ ହୋଇଥିଲେ। ବିଜେପି ନେତା ଅଜୟ ସ୍ୱାଇଁ, ଯୁବ ନେତା ଦେବୀ ପ୍ରସାଦ ମହାନ୍ତି, ପଦ୍ମଜା ଦେବତା, ସଞ୍ଜୟ ରଣା, ବିସ୍ତାରକ ପ୍ରଭାସ ମଲ୍ଲିକ ପ୍ରମୁଖ ଏହି ପଦଯାତ୍ରାରେ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories