www.samajalive.in
Sunday, December 7, 2025
23.1 C
Bhubaneswar

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନାମ, ଭାବମୂର୍ତ୍ତି, ମୂଲ୍ୟବୋଧ ଓ ଆଦର୍ଶ ସହ ରହିଛି ପଦ୍ମଭୂଷଣ ଡ.ରାଧାନାଥ ରଥ(ବାବୁଜୀ)ଙ୍କ ଉତ୍ସର୍ଗୀକୃତ ପରିଶ୍ରମ। ଆହ୍ବାନ, ଝଡ଼ଝଞ୍ଜା ଓ ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ସେ ଏହାକୁ ଲୋକପ୍ରିୟତା ଓ ବିଶ୍ବସନୀୟତାର ଶିଖରକୁ ପହଞ୍ଚାଇବା ସହ ଆଗେଇ ନେଇଥିଲେ। ଏକ କ୍ଷୁଦ୍ର ଚାରାରୁ ‘ସମାଜ’କୁ ମହାଦ୍ରୁମରେ ପରିଣତ କରିବାରେ ଏବଂ ଗୋପବନ୍ଧୁଙ୍କ ଐତିହ୍ୟକୁ ଆଗକୁ ନେବାରେ ରାଧାନାଥଙ୍କ ଭୂମିକା ଅବର୍ଣ୍ଣନୀୟ। ରାଜ୍ୟ ତଥା ରାଜ୍ୟ ବାହାରେ ‘ସମାଜ’ କେବଳ ଏକ ଖବରକାଗଜ ଭାବେ ପ୍ରତିଷ୍ଠିତ ନୁହେଁ;ବରଂ ଏକ ଆନ୍ଦୋଳନ, ନବଚେତନା ଓ ଅସ୍ମିତାର ପ୍ରତୀକ। ତେଣୁ ବାବୁଜୀ ହେଉଛନ୍ତି ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା ବୋଲି ପ୍ରଫେସର ଅଭିରାମ ବିଶ୍ବାଳ କହିଛନ୍ତି।
ଲୋକସେବକ ମଣ୍ଡଳ ଓ ‘ସମାଜ’ ପକ୍ଷରୁ ଶନିବାର ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନ ‘ସମାଜ’ ମୁଖ୍ୟାଳୟ ପରିସରରେ ପଦ୍ମଭୂଷଣ ଡ.ରାଧାନାଥ ରଥଙ୍କ ୧୨୯ତମ ଜୟନ୍ତୀ ପାଳିତ ହୋଇଯାଇଛି। ମୁଖ୍ୟବକ୍ତା ଭାବେ ପ୍ରଫେସର ଅଭିରାମ ବିଶ୍ବାଳ କହିଲେ ଯେ, ଡ.ରାଧାନାଥ ରଥଙ୍କ ଭଳି ସାମ୍ବାଦିକ, ସମ୍ପାଦକ ଓ ମଣିଷଙ୍କ ଠାରୁ ସମସ୍ତଙ୍କୁ ଅନେକ କିଛି ଶିଖିବାର ଅଛି। ସେ ଜଣେ ଦୂରଦ୍ରଷ୍ଟା ଭାବେ ଆଗାମୀ ପିଢ଼ିଙ୍କ ପାଇଁ କାର୍ଯ୍ୟ କରୁଥିଲେ। ନୂତନ ପ୍ରଯୁକ୍ତିକୁ କେବେ ବି ପ୍ରତ୍ୟାଖ୍ୟାନ କରୁ ନଥିଲେ। ସେ ସତ୍ୟବାଦୀ ଥିଲେ;ତାଙ୍କର ପ୍ର​‌େ​‌ତ୍ୟକ ଲେଖା ସତ୍ୟ ଓ ତଥ୍ୟ ଉପରେ ଆଧାରିତ ଥିଲା। ଅନନ୍ୟ ଅସ୍ମିତା ପୁରୁଷ ଭାବେ ଓଡ଼ିଆ ଭାଷାର ଉନ୍ନତି ଦିଗରେ ସର୍ବଦା ଚେଷ୍ଟିତ ଥିଲେ। ‘ସମାଜ’ ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ଥିଲା। ଏପରିକି ‘ସମାଜ’ର ହିତ ନିମନ୍ତେ ସେ ଦୁଇ ଥର ମୁଖ୍ୟମନ୍ତ୍ରୀ ଭଳି ପଦ ଗ୍ରହଣ କରି ନ ଥିଲେ। ପାଖାପାଖି ଏକ ଶତାବ୍ଦୀର ‘ସମାଜ’ ସାପ୍ତାହିକରୁ ଦୈନିକ ହେବାରେ ରାଧାନାଥ ରଥ ସାକ୍ଷୀ ବୋଲି ପ୍ରଫେସର ବିଶ୍ବାଳ ମତ ଦେଇଥିଲେ।

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ସଭାରେ ଅଧ୍ୟକ୍ଷତା କରିଥିଲେ। ସେ କହିଲେ ଯେ, ବାବୁଜୀ ତାଙ୍କ ଜୀବନର ବହୁମୂଲ୍ୟ ସମୟ ‘ସମାଜ’କୁ ଦେଇଥିଲେ। ବହୁ ଉତ୍ଥାନ ଓ ପତନ ମଧ୍ୟରେ ‘ସମାଜ’କୁ ବଞ୍ଚାଇ ରଖିଥିଲେ। ପଣ୍ଡିତ ଗୋପବନ୍ଧୁଙ୍କ ନୀତି ଓ ଆଦର୍ଶକୁ ବଞ୍ଚାଇ ରଖିବା ତାଙ୍କ ଠାରୁ ଶିଖିବାକୁ ମିଳେ ବୋଲି ସେ କହିଥିଲେ। ‘ସମାଜ’ର ସମ୍ପାଦକ ତପନ କୁମାର ମିଶ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇ ବାବୁଜୀ ସମାଲୋଚନା ଓ ନିନ୍ଦା ଠାରୁ ବହୁ ଊର୍ଦ୍ଧ୍ବରେ ଥିଲେ ବୋଲି କହିଥିଲେ। ଯଥାର୍ଥରେ ସେ ଗୋପବନ୍ଧୁଙ୍କ ଐତିହ୍ୟର ଉପଯୁକ୍ତ ଦାୟାଦ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ।
‘ସମାଜ’ ମୁଖ୍ୟ ପରିଚାଳକ ଗୋପୀନାଥ ବାରିକ ଧନ୍ୟବାଦ ଦେଇଥିଲେ। ‘ସମାଜ’ର ବାର୍ତ୍ତା ସମ୍ପାଦକ ଅନୁପମ ପ୍ରହରାଜ ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଡ.ଦୀପକ ରାଜ, ସୌରଭ କୁମାର ସାହୁ, ତୁଳସୀରାମ ଜଗତ, ସୁରେନ୍ଦ୍ର ନାଥ କର, ବରଦା ପ୍ରସନ୍ନ ଦାସ, କୃଷ୍ଣ ନାୟକ, ଭୂପେନ୍ଦ୍ର ବେହେରା, ଡ.ଗୋବିନ୍ଦ ଚନ୍ଦ୍ର ଭୂୟାଁ, ରଞ୍ଜନ ଦାସଙ୍କ ସମେତ ବହୁ ବୁଦ୍ଧିଜୀବୀ ଏବଂ ‘ସମାଜ’ର କର୍ମଚାରୀ ଓ ଅଧିକାରୀଗଣ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଡ.ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ୧୨୯ଟି ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories