www.samajalive.in
Friday, December 12, 2025
15.1 C
Bhubaneswar

ହାଫିଜଙ୍କ ଭବିଷ୍ୟତକୁ ନେଇ ଆଶଙ୍କା

କରାଚି : ପାକିସ୍ତାନ କ୍ରିକେଟ ଦଳର ନିର୍ଦେଶକ ଦାୟିତ୍ବରେ ଥିବା ମହମ୍ମଦ ହାଫିଜଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଭାରତରେ ଖେଳାଯାଇଥିବା କ୍ରିକେଟ୍‌ ବିଶ୍ବକପ୍‌ରେ ପାକିସ୍ତାନ ଦଳ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହେବା ପରେ ହାଫିଜଙ୍କୁ ଏହି ଦଳର ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା।

କିଛିଦିନ ତଳେ ନିର୍ଦେଶକ ଭାବେ ହାଫିଜଙ୍କ ସହ ଦୀର୍ଘକାଳୀନ ଚୁକ୍ତି ପାଇଁ ଅନୁମତି ପ୍ରଦାନ ନିମନ୍ତେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ତରଫରୁ ସେଠାକାର କ୍ରୀଡ଼ା ମନ୍ତ୍ରଣାଳୟକୁ ପତ୍ର ଲେଖାଯାଇଥିଲା। ତେବେ ହାଫିଜଙ୍କ ସହ ଦୀର୍ଘକାଳୀନ ନୁହେଁ ସ୍ବଳ୍ପକାଳୀନ ଚୁକ୍ତି ସ୍ବାକ୍ଷର କରିବାକୁ ପିସିବିକୁ ପାକିସ୍ତାନ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଅନୁମତି ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ହାଫିଜଙ୍କ ସହ ହୋଇଥିବା ଚୁକ୍ତି ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ଶୃଙ୍ଖଳା ପରେ ସମାପ୍ତ ହେବାକୁ ଯାଉଛି।

- Advertisement -

ଏହାକୁ ଦୃଷ୍ଟିରେ ରଖି ହାଫିଜଙ୍କ ଚୁକ୍ତି କେତେ ସମୟ ପର୍ଯ୍ୟନ୍ତ ପିସିବି ବୃଦ୍ଧି କରିବ ତାହା ଉପରେ ନଜର ରହିଛି। ପାକିସ୍ତାନ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ସମସ୍ତ ଟେଷ୍ଟ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ​ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ଶୃଙ୍ଖଳାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଯୋଗୁଁ ହାଫିଜଙ୍କ ସହ ଅନ୍ୟ ପ୍ରଶିକ୍ଷକଙ୍କ ଚୁକ୍ତି ବୃଦ୍ଧି କରିବାକୁ ପିସିବିକୁ ସତର୍କତା ଅବଲମ୍ବନ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ କୁହାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories